ଶର୍ଲିନ୍‌ ଚୋପ୍ରାଙ୍କୁ ଅଶ୍ଳୀଳ ଭିଡିଓ ପଠାଇଥିଲେ ରାମ୍ ଗୋପାଲ୍‌!

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ୍‌ ଶର୍ଲିନ୍‌ ଚୋପ୍ରା। ନିକଟରେ ଫିଲ୍ମ ନିର୍ଦ୍ଦେଶକ ରାମ୍‌ ଗୋପାଲ୍‌ ବର୍ମାଙ୍କୁ ନେଇ ସେ ଏକ ଖୁଲାସା କରିଛନ୍ତି। ଶର୍ଲିନ୍‌ଙ୍କ କହିବା ଅନୁଯାୟୀ, ରାମ୍‌ ଗୋପାଲ୍‌ ବର୍ମା ତାଙ୍କୁ ଏକ ଆଡଲ୍ଟ ଫିଲ୍ମର ଅଫର୍‌ ଦେଇଥିଲେ ଓ ତା’ସହିତ ଅଶ୍ଳୀଳ ଭିଡିଓ ପଠାଇଥିଲେ। ଆଉ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏକ ସାକ୍ଷାତକାରରେ ଶର୍ମିଲ୍‌ କହିଥିଲେ, ‘୨୦୧୬ରେ ମୁଁ ହ୍ୱାଟସ୍‌ଆପ୍‌ରେ ରାମ୍‌ ଗୋପାଲ ବର୍ମାଙ୍କ ପାଖକୁ […]

barma

barma

Biswobandita Swain
  • Published: Saturday, 17 August 2019
  • Updated: 17 August 2019, 02:33 PM IST

Sports

Latest News

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ମଡେଲ୍‌ ଶର୍ଲିନ୍‌ ଚୋପ୍ରା। ନିକଟରେ ଫିଲ୍ମ ନିର୍ଦ୍ଦେଶକ ରାମ୍‌ ଗୋପାଲ୍‌ ବର୍ମାଙ୍କୁ ନେଇ ସେ ଏକ ଖୁଲାସା କରିଛନ୍ତି। ଶର୍ଲିନ୍‌ଙ୍କ କହିବା ଅନୁଯାୟୀ, ରାମ୍‌ ଗୋପାଲ୍‌ ବର୍ମା ତାଙ୍କୁ ଏକ ଆଡଲ୍ଟ ଫିଲ୍ମର ଅଫର୍‌ ଦେଇଥିଲେ ଓ ତା’ସହିତ ଅଶ୍ଳୀଳ ଭିଡିଓ ପଠାଇଥିଲେ। ଆଉ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏକ ସାକ୍ଷାତକାରରେ ଶର୍ମିଲ୍‌ କହିଥିଲେ, ‘୨୦୧୬ରେ ମୁଁ ହ୍ୱାଟସ୍‌ଆପ୍‌ରେ ରାମ୍‌ ଗୋପାଲ ବର୍ମାଙ୍କ ପାଖକୁ ମୋର କିଛି ଫଟୋ ଓ ମୋ ୱାର୍କ ପ୍ରୋଫାଇଲ୍ ପଠାଇଥିଲି। ମୁଁ ତାଙ୍କର ସେତେବେଳର କିଛି ପ୍ରୋଜେକ୍ଟ ବିଷୟରେ ମଧ୍ୟ ପଚାରିଥିଲି। ତା’ସହିତ ତାଙ୍କର ଫିଲ୍ମ ‘ରଙ୍ଗୀଲା’, ‘ସତ୍ୟା’ ଓ ‘କଂପାନୀ’ ମୋତେ ଖୁବ୍ ଭଲ ଲାଗିଥିଲା ବୋଲି ଲେଖିଥିଲି ଏବଂ ତାଙ୍କ ଫିଲ୍ମରେ କାମ କରିବାକୁ ଆଗ୍ରହୀ ଅଛି ବୋଲି ଉଲ୍ଲେଖ କରିଥିଲି।’

ଶର୍ଲିନ୍‌ଙ୍କ ବୟାନ୍‌ ଅନୁଯାୟୀ, ଉକ୍ତ ମେସେଜ୍ ପାଇବା ପରେ ରାମ୍‌ ଗୋପାଲ୍‌ ତାଙ୍କୁ ଏକ ଆଡଲ୍ଟ ଫିଲ୍ମର ସ୍କ୍ରିପ୍ଟ୍ ଓ ଅଶ୍ଳୀଳ ଭିଡିଓ ପଠାଇଥିଲେ ଏବଂ ଲେଖିଥିଲେ,‘ଏହା ମୋର ସ୍କ୍ରିପ୍ଟ। ଏହାକୁ ଦେଖ ଓ ନିଜ ମତାମତ ଦିଅ।’

ଶର୍ଲିନ୍‌ କହିଥିଲେ ଯେ ଯେତେବେଳେ ସେ ରାମ୍ ଗୋପାଲ୍ ବର୍ମା ପଠାଇଥିବା ସ୍କ୍ରିପ୍ଟ୍ ପଢ଼ିଲେ, କେଉଁଠି ବି କାହାଣୀ ପାଇ ନଥିଲେ। ସବୁଠି କେବଳ ଆଡଲ୍ଟ ସିନ୍ ସମ୍ପର୍କିତ ବର୍ଣ୍ଣନା ରହିଥିଲା।

ପରେ ସେ ଏ ନେଇ ଶ୍ରୀ ବର୍ମାଙ୍କୁ ଯୋଗାଯୋଗ କରିଥିଲେ। ସେତେବେଳେ ସେ ତାଙ୍କୁ କହିଥିଲେ ଯେ, ଏ ଫିଲ୍ମ ଆଡଲ୍ଟ ମାର୍କେଟ୍‌ରେ ରିଲିଜ୍ ହେବ।

ଶର୍ଲିନ୍‌ଙ୍କ କହିବା ଅନୁଯାୟୀ, ରାମ୍ ଗୋପାଲ୍ ତାଙ୍କୁ ସନ୍ନି ଲିଓନିଙ୍କ ଉଦାହରଣ ଦେଇଥିଲେ ଓ କହିଥିଲେ ଯେ, ସେ ବି ପର୍ଣ୍ଣ ଫିଲ୍ମ କରୁଥିଲେ। ସେଥିପାଇଁ ଏବେ ସେ ଫାଇଦାରେ ଅଛନ୍ତି। ଏହା ସହିତ ସେ ବି ଏଭଳି ଫିଲ୍ମ କଲେ ବହୁତ ଆଗକୁ ଯାଇପାରିବେ ବୋଲି ରାମ୍ ଗୋପାଲ୍ ତାଙ୍କୁ କହିଥିବା ଶର୍ଲିନ୍ କହିଥିଲେ।

ସେ କହିଥିଲେ, ରାମ୍‌ ଗୋପାଲ୍‌ ବର୍ମା ତାଙ୍କୁ ଯେଉଁ ଫିଲ୍ମ କରିବାକୁ ପ୍ରସ୍ତାବ ଦେଇଥିଲେ, ତାହା ୨୦୧୮ରେ ରିଲିଜ୍‌ ହୋଇଥିଲା ଓ ସେଥିରେ ଅନେକ ଆଡଲ୍ଟ ଷ୍ଟାର୍‌ ଥିଲେ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos