Advertisment

ଏରୋପ୍ଲେନ୍‌ରେ ଫିଲ୍ମର ପ୍ରମୋସନ୍

ଚେନ୍ନାଇ: ଫିଲ୍ମ ପ୍ରମୋସନ୍‌ର ନୂଆ ଫଣ୍ଡା। ଫ୍ଲାଇଟ୍‌ରେ ଲାଗିଲା ପୋଷ୍ଟର। ସାଉଥ୍ ସୁପରଷ୍ଟାର୍‌ ରଜନୀ ପୁଣିଥରେ ନିଜ ଦମ୍‌ଦାର୍‌ ଅଭିନୟ ଓ ଆକ୍ସନ୍‌ ସହ ନେଇଆସୁଛନ୍ତି ଫିଲ୍ମ ‘ଦର୍‌ବାର୍‌’। ଆଉ ଏହାର ପ୍ରମୋସନ୍‌ ବି ବେଶ୍ ନିଆରା ଅନ୍ଦାଜରେ କରାଯାଇଛି। ଯାହା ଫିଲ୍ମକୁ ଆକାଶ ପର୍ଯ୍ୟନ୍ତ ନେଇଯିବ। ଏହା ପୂର୍ବରୁ ଗତ ଅକ୍ଟୋବରରେ ଅକ୍ଷୟ କୁମାରଙ୍କ ଫିଲ୍ମ’ହାଉସଫୁଲ୍‌’ର ପ୍ରମୋସନ୍‌ ଟ୍ରେନ୍‌ରେ ହୋଇଥିଲା। ହେଲେ ରଜନୀ ତାଙ୍କୁ ବି ଟପିଯାଇଛନ୍ତି। ତାଙ୍କ ଫିଲ୍ମର ପ୍ରମୋସନ୍‌ ଏରୋପ୍ଲେନ୍‌ରେ ହୋଇଛି। https://twitter.com/Vig8nesh1998/status/1211896440248619008 […]

author-image
Chinmayee Roy
ଏରୋପ୍ଲେନ୍‌ରେ ଫିଲ୍ମର ପ୍ରମୋସନ୍

darbar

ଚେନ୍ନାଇ: ଫିଲ୍ମ ପ୍ରମୋସନ୍‌ର ନୂଆ ଫଣ୍ଡା। ଫ୍ଲାଇଟ୍‌ରେ ଲାଗିଲା ପୋଷ୍ଟର। ସାଉଥ୍ ସୁପରଷ୍ଟାର୍‌ ରଜନୀ ପୁଣିଥରେ ନିଜ ଦମ୍‌ଦାର୍‌ ଅଭିନୟ ଓ ଆକ୍ସନ୍‌ ସହ ନେଇଆସୁଛନ୍ତି ଫିଲ୍ମ ‘ଦର୍‌ବାର୍‌’। ଆଉ ଏହାର ପ୍ରମୋସନ୍‌ ବି ବେଶ୍ ନିଆରା ଅନ୍ଦାଜରେ କରାଯାଇଛି। ଯାହା ଫିଲ୍ମକୁ ଆକାଶ ପର୍ଯ୍ୟନ୍ତ ନେଇଯିବ। ଏହା ପୂର୍ବରୁ ଗତ ଅକ୍ଟୋବରରେ ଅକ୍ଷୟ କୁମାରଙ୍କ ଫିଲ୍ମ'ହାଉସଫୁଲ୍‌'ର ପ୍ରମୋସନ୍‌ ଟ୍ରେନ୍‌ରେ ହୋଇଥିଲା। ହେଲେ ରଜନୀ ତାଙ୍କୁ ବି ଟପିଯାଇଛନ୍ତି। ତାଙ୍କ ଫିଲ୍ମର ପ୍ରମୋସନ୍‌ ଏରୋପ୍ଲେନ୍‌ରେ ହୋଇଛି।

Advertisment

https://twitter.com/Vig8nesh1998/status/1211896440248619008

ସୂଚନା ଅନୁଯାୟୀ, ଫିଲ୍ମ ‘ଦର୍‌ବାର୍‌’ର ପ୍ରମୋସନ ପାଇଁ  ଫ୍ଲାଇଟ୍‌ର ବନ୍ଦୋବସ୍ତ କରାଯାଇଛି। ଏହି ସ୍ୱତନ୍ତ୍ର ଫ୍ଲାଇଟ୍‌ରେ ଫିଲ୍ମର ପୋଷ୍ଟର ଲଗାଯାଇଛି ଓ ଏହାର ନାଁ ‘ଦର୍‌ବାର୍‌’ ରଖାଯାଇଛି। ଯାହା କି ସୋଶାଲ୍‌ ମିଡିଆରେ ଏବେ ଭାଇରାଲ୍‌ ହେଉଛି। ଏଥିସହ ରଜନୀ ପ୍ରଥମ ଷ୍ଟାର ହୋଇଯାଇଛନ୍ତି ଯାହାଙ୍କ ଫିଲ୍ମ ନାଁରେ ୨ଟି ଫ୍ଲାଇଟ୍‌ ରହିଛି। ଏହା ପୂର୍ବରୁ ୨୦୧୬ରେ ଆସିଥିବା ତାଙ୍କ ଫିଲ୍ମ ‘କବାଲି’ର ପ୍ରମୋସନ୍ ମଧ୍ୟ ଏହିଭଳି ହିଁ କରାଯାଇଥିଲା।। ଟ୍ୱିଟର୍‌ରେ ଏବେ ଏହି ଫ୍ଲାଇଟ୍‌ ଦୁଇଟିର ଫଟୋ ଭାଇରାଲ୍‌ ହେଉଛି।

https://twitter.com/Vig8nesh1998/status/1211896440248619008

ଅନେକ ଦିନ ପରେ ରଜନୀ ଏହି ଫିଲ୍ମ ଜରିଆରେ ପୁଣିଥରେ ପୁଲିସ୍‌ ଅଫିସର ରୋଲ୍‌ରେ ନଜର ଆସିବାକୁ ଯାଉଛନ୍ତି। ତେଣୁ ଫ୍ୟାନ୍‌ମାନେ ବେଶ୍ ଖୁସି ଅଛନ୍ତି। ରଜନୀଙ୍କ ପ୍ରତ୍ୟେକ ଫିଲ୍ମ ପାଇଁ ତାଙ୍କ ଫ୍ୟାନ୍‌ମାନେ ବେଶ୍ ଉତ୍ସାହିତ ଥାନ୍ତି। ରଜନୀଙ୍କ ଫିଲ୍ମ ସେମାନଙ୍କ ପାଇଁ କୌଣସି ଉତ୍ସବଠୁ କମ୍‌ ନୁହେଁ। ରିଲିଜ୍‌ ଦିନକୁ ନାଚି, ଗୀତ ଗାଇ ଓ ବାଣ ଫୁଟାଇ ବେଶ୍‌ ଧୂମ୍‌ଧାମ୍‌ରେ ପାଳିଥାନ୍ତି ସେମାନେ। ତେବେ ତାଙ୍କ ସୁପର୍‌ଷ୍ଟାର୍‌ଙ୍କ ଫିଲ୍ମ ନାଁରେ ଫ୍ଲାଇଟ୍‌ ଦେଖି ସମସ୍ତେ ବେଶ୍‌ ଖୁସି ଅଛନ୍ତି ଓ ଏଥିରେ ବସି ଉଡ଼ାଣ ଭରିବାକୁ ଚାହୁଁଛନ୍ତି। ଟ୍ୱିଟର୍‌ରେ ଫ୍ୟାନ୍‌ମାନେ ଫ୍ଲାଇଟ୍‌ର ଫଟୋକୁ ବାରମ୍ବାର ଟ୍ୱିଟ୍‌ କରୁଛନ୍ତି।

Advertisment

https://twitter.com/GuberanGk/status/1211910133133008899

ସୂଚନାଯୋଗ୍ୟ,  ‘ଦର୍‌ବାର୍‌’ରେ  ରଜନୀକାନ୍ତଙ୍କ ବ୍ୟତୀତ ନୟନତାରା, ନିବେଦିତା ଥୋମସ୍ ଓ ସୁନୀଲ୍‌ ଶେଟ୍ଟୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।  ଫିଲ୍ମଟିକୁ ଅଲ୍ଲାଇରାଜା ସୁଭାଷକର୍‌ ପ୍ରଯୋଜନା କରୁଥିବାବେଳେ ଏ. ଆର୍ ମୁର୍ଗାଦାସ୍‌ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ନୂଆବର୍ଷର ଦ୍ୱିତୀୟ ସପ୍ତାହ ତଥା ଜାନୁଆରୀ ୯ରେ ପରଦାକୁ ଆସିବ।