Advertisment

ରିଲିଜ୍‌ ହେଲା ଦେଶଭକ୍ତି ଉପରେ ଆଧାରିତ ଫିଲ୍ମ “ର’’

ମୁମ୍ବାଇ: ୨୦୧୮ରେ ରିଲିଜ୍‌ ହୋଇଥିବା ‘ପରମାଣୁ’ ଏବଂ “ସତ୍ୟମେବ ଜୟତେ”ର ସଫଳତା ପରେ ଜନ୍‌ ପୁଣି ଥରେ ପରଦାରେ ସ୍ପାଏ ଥ୍ରୀଲର୍‌କୁ ନେଇ କମ୍‌ବ୍ୟାକ୍‌ କରିଛନ୍ତି। ଜନ୍‌ଙ୍କ ଫିଲ୍ମ “ରୋମିଓ ଆକ୍‌ବର୍‌ ୱଲଟର୍‌” ର’(RAW) ରିଲିଜ୍‌ ହୋଇସାରିଛି। ରବି ଗ୍ରେୱାଲ୍‌ ଡାଇରେକ୍ଟ କରିଥିବା ଏହ ଫିଲ୍ମରେ ମୌନି ରଏ, ଜ୍ୟାକି ସ୍ରଫ୍‌ ଏବଂ ସିକନ୍ଦର ଖେର୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଦେଶଭକ୍ତି ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକଙ୍କ ବହୁତ ଭଲପାଇବା ମିଳିଛି। ଅଭିନେତା ଅର୍‌ସଦ୍‌ ୱାର୍‌ସି […]

ଅଦ୍ୟତନ ହୋଇଛି
ରିଲିଜ୍‌ ହେଲା ଦେଶଭକ୍ତି ଉପରେ ଆଧାରିତ ଫିଲ୍ମ “ର’’

r11

Advertisment

ମୁମ୍ବାଇ: ୨୦୧୮ରେ ରିଲିଜ୍‌ ହୋଇଥିବା ‘ପରମାଣୁ’ ଏବଂ “ସତ୍ୟମେବ ଜୟତେ”ର ସଫଳତା ପରେ ଜନ୍‌ ପୁଣି ଥରେ ପରଦାରେ ସ୍ପାଏ ଥ୍ରୀଲର୍‌କୁ ନେଇ କମ୍‌ବ୍ୟାକ୍‌ କରିଛନ୍ତି। ଜନ୍‌ଙ୍କ ଫିଲ୍ମ “ରୋମିଓ ଆକ୍‌ବର୍‌ ୱଲଟର୍‌” ର’(RAW) ରିଲିଜ୍‌ ହୋଇସାରିଛି। ରବି ଗ୍ରେୱାଲ୍‌ ଡାଇରେକ୍ଟ କରିଥିବା ଏହ ଫିଲ୍ମରେ ମୌନି ରଏ, ଜ୍ୟାକି ସ୍ରଫ୍‌ ଏବଂ ସିକନ୍ଦର ଖେର୍‌ ମୁଖ୍ୟ ଭୂମିକାରେ ଅଛନ୍ତି। ଦେଶଭକ୍ତି ଉପରେ ଆଧାରିତ ଏହି ଫିଲ୍ମକୁ ଦର୍ଶକଙ୍କ ବହୁତ ଭଲପାଇବା ମିଳିଛି।

Advertisment

ଅଭିନେତା ଅର୍‌ସଦ୍‌ ୱାର୍‌ସି ଏହି ଫିଲ୍ମ ଦେଖି ବହୁତ ପ୍ରଶଂସା କରିଛନ୍ତି। ସେ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଏହି କଥାକୁ ଶେଆର ମଧ୍ୟ କରିଛନ୍ତି।
https://twitter.com/ArshadWarsi/status/1113660581003714561

ହର୍ଷବର୍ଦ୍ଧନ ରାଣେ ମଧ୍ୟ ଫିଲ୍ମକୁ ବହୁତ ପସନ୍ଦ କରିଛନ୍ତି। ସେ କହିଛନ୍ତି,“ର’’କୁ ଏତେ ଭଲ ଭାବେ ସୁଟିଂ କରାଯାଇଛି ଯେ, ଆପଣ ଏହାର ସମସ୍ତ ଚରିତ୍ରଙ୍କୁ ଆଲିଙ୍ଗନ କରିବା ପାଇଁ ଚାହିଁବେ, ଯେଉଁମାନେ କି ଦେଶ ପାଇଁ ନିଜ  ଜୀବନ ଦେଇଛନ୍ତି।
https://twitter.com/harsha_actor/status/1113555372546056192

Advertisment

ଡାଇରେକ୍ଟର ଶଶାଙ୍କ ଖୈତାନ୍‌ ଏବଂ ମିଲାପ୍ ମଧ୍ୟ ଫିଲ୍ମକୁ ପସନ୍ଦ କରିବା ସହ ସାନ୍‌ଦାର୍‌ ବୋଲି କହିଛନ୍ତି।
https://twitter.com/ShashankKhaitan/status/1113674593359814656

https://twitter.com/zmilap/status/1113525811762618369

ଫିଲ୍ମର ପ୍ରଶଂସା ଏତିକିରେ ସରିନାହିଁ । ଫିଲ୍ମ କ୍ରୀଟିକ୍‌ ସୁଭାସ୍‌ ଝା “ର’’କୁ ୪ ଷ୍ଟାର୍‌ ଦେଇଛନ୍ତି।
https://twitter.com/SubhashK_Jha/status/1113842985035235329

ଏତିକି ନୁହେଁ ଆହୁରି ଅନେକ ଦର୍ଶକ ମଧ୍ୟ ଏହାକୁ ବହୁତ ପସନ୍ଦ କରିଛନ୍ତି।
https://twitter.com/nishantbhuse/status/1113668935126142977

https://twitter.com/juniorbachchan/status/1113701507403210752

https://twitter.com/JaeyGajeraIndia/status/1113503579057401857

ଏଠାରେ ଆମେ କହିବାକୁ ଚାହୁଁଛୁ ଯେ, ଏହା ଜଣେ ଭାରତୀୟ ଜାସୁସ୍‌ଙ୍କ କାହାଣୀ ଉପରେ ଆଧାରିତ। ଯିଏ ନିଜ ଜୀବନ କଥା ଟିକେ ହେଲେ ନ ଭାବି ଶାନ୍ତି ଏବଂ ସୁରକ୍ଷା ପାଇଁ ପାକିସ୍ତାନ ଯାଇଥିଲେ। ୧୯୭୧ ମସିହାରେ ହୋଇଥିବା ପାକିସ୍ଥାନ ଯୁଦ୍ଧ ପୂର୍ବର କାହାଣୀ ଉପରେ ଫିଲ୍ମର କାହାଣୀ ଆଧାରିତ। ପୋଷ୍ଟରରେ ଆପଣ ଦେଖିପାରୁଥିବେ ଯେ, ଜାସୁସ୍‌ ହୋଇଥିବା ଜନ୍ ଏଥିରେ ବିଭିନ୍ନ ପ୍ରକାର ଲୁକ୍‌ରେ ଦେଖାଯାଉଛନ୍ତି।

ଏହି ଫିଲ୍ମ ପ୍ରଥମ ଦିନରେ ୬ରୁ ୭.୩୦ କୋଟି ଟଙ୍କା ରୋଜଗାର କରିବାର ଲକ୍ଷ୍ୟ ରଖାଯାଇଛି। ପୂର୍ବରୁ ଏହି ଫିଲ୍ମ ଲାଗି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ସାଇନ୍ କରାଯାଇଥିଲା। କିନ୍ତୁ ପରେ ସୁଶାନ୍ତ ତାଙ୍କ କମିଟମେଣ୍ଟ  ଯୋଗୁ ଏହି ଫିଲ୍ମ କରିପାରି ନଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe