Advertisment

ଫିଲ୍ମ ‘ଷାଣ୍ଢ କି ଆଖ୍'କୁ ଟାକ୍ସ ଫ୍ରି କଲେ ଯୋଗୀ ସରକାର

ମୁମ୍ବାଇ: ଦୀପାବଳିର ମଜା ଦୁଇଗୁଣ କରିବାକୁ ଏହାର ଠିକ୍ ପୂର୍ବରୁ ରିଲିଜ୍‌ ହେବାକୁ ଯାଉଛି ତାପସୀ ପନ୍ନୁ ଓ ଭୂମି ପେଡନାକରଙ୍କ ଫିଲ୍ମ ‘ଷାଣ୍ଢ କି ଆଖ୍’। ଏବେ ଭୂମି ଓ ତପସୀ ଏହାର ପ୍ରୋମୋଶନରେ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି। ଏହି ଫିଲ୍ମଟି ଦେଶର ସବୁଠୁ ବୟସ୍କ ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ।  ମିହଳା ସଶକ୍ତିକରଣ ଓ କ୍ରୀଡ଼ା ପ୍ରୋତ୍ସାହନ ଉପରେ ନିର୍ମିତ ଏହି ଫିଲ୍ମଟିକୁ ପୂର୍ବରୁ ରାଜସ୍ଥାନ ସରକାର […]

author-image
Chinmayee Roy
ଅଦ୍ୟତନ ହୋଇଛି
ଫିଲ୍ମ ‘ଷାଣ୍ଢ କି ଆଖ୍'କୁ ଟାକ୍ସ ଫ୍ରି କଲେ ଯୋଗୀ ସରକାର

sandh-ki-aankh

ମୁମ୍ବାଇ: ଦୀପାବଳିର ମଜା ଦୁଇଗୁଣ କରିବାକୁ ଏହାର ଠିକ୍ ପୂର୍ବରୁ ରିଲିଜ୍‌ ହେବାକୁ ଯାଉଛି ତାପସୀ ପନ୍ନୁ ଓ ଭୂମି ପେଡନାକରଙ୍କ ଫିଲ୍ମ ‘ଷାଣ୍ଢ କି ଆଖ୍’। ଏବେ ଭୂମି ଓ ତପସୀ ଏହାର ପ୍ରୋମୋଶନରେ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି। ଏହି ଫିଲ୍ମଟି ଦେଶର ସବୁଠୁ ବୟସ୍କ ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ।  ମିହଳା ସଶକ୍ତିକରଣ ଓ କ୍ରୀଡ଼ା ପ୍ରୋତ୍ସାହନ ଉପରେ ନିର୍ମିତ ଏହି ଫିଲ୍ମଟିକୁ ପୂର୍ବରୁ ରାଜସ୍ଥାନ ସରକାର ଟାକ୍ସ ଫ୍ରି କରିସାରିଛନ୍ତି। ଆଉ ଏବେ ଉତ୍ତରପ୍ରଦେଶ ସରକାର ମଧ୍ୟ ଏହି ଫିଲ୍ମକୁ ଟାକ୍ସ ଫ୍ରି କରିଛନ୍ତି।

Advertisment

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଏହି ଫିଲ୍ମଟିକୁ ଟାକ୍ସ ଫ୍ରି କରିବାକୁ ଘୋଷଣା କରିଛନ୍ତି। ନିକଟରେ ଫିଲ୍ମର ପ୍ରୋମୋଶନ ପାଇଁ ଭୂମି ଓ ତାପସୀ, ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ସହ ‘ଦ କପିଲ ଶର୍ମା ଶୋ’କୁ ଆସିଥିଲେ। ଶୋ’ରେ ଦୁଇଜଣ ବୁଢ଼ୀମାଆଙ୍କ ଅନ୍ଦାଜ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା। କପିଲ ଶର୍ମା ଶୋ’ର ଏହି ଭିଡିଓ ସୋଶାଲ୍‌ ମିଡିଆରେ ବେଶ୍ ଭାଇରାଲ ହେଉଛି।

https://www.instagram.com/p/B34c4PRgev9/?utm_source=ig_web_copy_link

ଶୁଟର୍ ଦାଦୀ ତଥା ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମଟି ଅକ୍ଟୋବର ୨୫ ତଥା ଆସନ୍ତା ଫିଲ୍ମି ଫ୍ରାଇଡେରେ ରିଲିଜ୍‌ ହେବ। ଏହାର ପ୍ରଯୋଜନା ଅନୁରାଗ କଶ୍ୟପ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ହିରାନନ୍ଦାନି।

Advertisment

https://www.instagram.com/tv/B29IWDxnq6Y/?utm_source=ig_web_copy_link