Advertisment

ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ

ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।

author-image
Debadatta Aryashrestha
Akshay Kumar in Sky Force Poster

Akshay Kumar in Sky Force Poster

ବଡ଼ ପରଦାରେ ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧର ଅକୁହା କାହାଣୀ। ରିଲିଜ୍ ହୋଇଛି ହିନ୍ଦି ଚଳଚ୍ଚିତ୍ର ସ୍କାଏ ଫୋର୍ସ (SKY FORCE)ର ଟ୍ରେଲର୍। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବାକୁ ଯାଉଛନ୍ତି ଅକ୍ଷୟ କୁମାର।

Advertisment

ଏଥିରେ ରହିଛି କିଛି ନୂଆ କାହାଣୀ, ଯାହା ବାୟୁ ସେନାର ବୀରତ୍ୱ ଓ ସୌର୍ଯ୍ୟକୁ ପ୍ରଦର୍ଶନ କରିଛି। ୧୯୬୫ ଯୁଦ୍ଧରେ କିପରି ପାକିସ୍ତାନ ସେନାକୁ ଧୂଳି ଚଟାଇଥିଲେ ଭାରତର ବାୟୁ ବୀର, ତାସହ ଫିଲ୍ମରେ ଅନେକ ରହସ୍ୟ ଓ ରୋମାଞ୍ଚ ଭରି ରହିଛି। ଏଥିରେ ଅକ୍ଷୟ କୁମାରଙ୍କ ସହ ଡେବ୍ୟୁ କରୁଛନ୍ତି ବୀର ପାହାଡ଼ିଆ। ସେହିଭଳି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ମଧ୍ୟ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

ସିନେମାଟି ଆସନ୍ତା ଜାନୁଆରୀ ୨୪ ତାରିଖରେ ରିଲିଜ୍ ହେବ। ଗତ କିଛି ବର୍ଷ ଧରି ଅକ୍ଷୟଙ୍କ ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍ ହୋଇଛି। ତେଣୁ ଏହି ସିନେମା ଉପରେ ବିଶେଷ ନଜର ରହିବ।

Advertisment
Akshay Kumar New Hindi Movie Sky Force