ଗୁରୁବାର ମୁମ୍ବାଇରେ ୬୮ତମ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମ ଫେୟାର ଆୱାର୍ଡର ଏହି ସଂସ୍କରଣରେ ଅଧିକାଂଶ ପୁରସ୍କାର ପୋଛି ନେଇଛନ୍ତି ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ି’ ଓ ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ‘ବଧାଇ ଦୋ’। ‘ଗଙ୍ଗୁବାଈ କାଠିଆୱାଡ଼ି’ ୧୦ଟି ପୁରସ୍କାର ଜିତିଛି। ତା’ ମଧ୍ୟରେ ରହିଛି ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ‘ବଧାଇ ଦୋ’ ହାତେଇଥିବା ପୁରସ୍କାର ମଧ୍ୟରେ ରହିଛି ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ) ଓ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର। ସେହିପରି ଜୀବନବ୍ୟାପୀ ସାଧନା ପାଇଁ ବଲିଉଡ୍ର ଭେଟେରାନ ଅଭିନେତା ପ୍ରେମ ଚୋପ୍ରାଙ୍କୁ ଦିଆଯାଇଛି ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ’।
ବିଜେତାଙ୍କ ତାଲିକା ପଢନ୍ତୁ:
ଶ୍ରେଷ୍ଠ ଅଭିନେତା- ରାଜକୁମାର ରାଓ (ବଧାଇ ଦୋ)
ଶ୍ରେଷ୍ଠ ଅଭିନେତ୍ରୀ- ଆଲିଆ ଭଟ୍ଟ (ଗଙ୍ଗୁବାଈ କାଠିଆୱାଡି)
ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ)- ସଞ୍ଜୟ ମିଶ୍ରା (ବଧ)
ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ)- ଭୂମି ପେଡନେକର (ବଧାଇ ଦୋ) ଓ ତବୁ (ଭୁଲ ଭୁଲୈଆ୨)
ଶ୍ରେଷ୍ଠ ନିର୍ଦ୍ଦେଶକ- ସଞ୍ଜୟ ଲୀଲା ଭଂସାଲୀ (ଗଙ୍ଗୁବାଈ କାଠିଆୱାଡି)
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା- ଅନୀଲ କପୁର (ଯୁଗ ଯୁଗ ଜିଓ)
ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ- ଶିବା ଚଡ୍ଢ଼ା (ବଧାଇ ଦୋ)
ଶ୍ରେଷ୍ଠ ସଂଗୀତ ଆଲବମ୍: ପ୍ରୀତମ (ବ୍ରହ୍ମାସ୍ତ୍ର)
ଶ୍ରେଷ୍ଠ ସଂଳାପ- ପ୍ରକାଶ କପାଡିଆ ଓ ଉତ୍କର୍ଷୀନି ବଶିଷ୍ଠ (ଗଙ୍ଗୁବାଈ କାଠିଆୱାଡି)
ଶ୍ରେଷ୍ଠ ଚିତ୍ରନାଟ୍ୟ- ଅକ୍ଷତ ଘିଲ୍ଡିଆଲ୍, ସୁମନ ଅଧିକାରୀ ଏବଂ ହର୍ଷବର୍ଦ୍ଧନ କୁଳକର୍ଣ୍ଣି (ବଧାଇ ଦୋ)
ଶ୍ରେଷ୍ଠ କାହାଣୀ- ଅକ୍ଷତ ଘିଲ୍ଡିଆଲ୍ ଏବଂ ସୁମନ ଅଧିକାରୀ (ବଧାଇ ଦୋ)
ଶ୍ରେଷ୍ଠ ଡେବ୍ୟୁ (ପୁରୁଷ)- ଅଙ୍କୁଶ ଗେଦମ (ଝୁଣ୍ଡ)
ଶ୍ରେଷ୍ଠ ଡେବ୍ୟୁ (ମହିଳା)- ଆନ୍ଦ୍ରିଆ କେଭିଚୁସା (ଅନେକ)
ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ- ଜଶପାଲ ସିଂ ସାନ୍ଧୁ ଏବଂ ରାଜୀବ ବର୍ଣ୍ଣୱାଲ (ବଧ)
ଶ୍ରେଷ୍ଠ ଗୀତିକାର- ବ୍ରହ୍ମାସ୍ତ୍ରର କେଶରିଆ ପାଇଁ ଅମିତାଭ ଭଟ୍ଟାଚାର୍ଯ୍ୟ: ଭାଗ ପ୍ରଥମ - ଶିବା
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ : ଅରିଜିତ ସିଂହ (ବ୍ରହ୍ମାସ୍ତ୍ରର କେଶରିଆ)
ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: କବିତା ସେଠ୍ (ଯୁଗ ଯୁଗ ଜିଓର ରଙ୍ଗିସାରି)
ଶ୍ରେଷ୍ଠ ସମ୍ପାଦନା ନିନାଦ ଖାନୋଲକର (ଏନ୍ ଆକ୍ସନ୍ ହିରୋ)
ଶ୍ରେଷ୍ଠ ଡ୍ରେସ୍ ଡିଜାଇନ୍: ଶୀତଲ ଶର୍ମା (ଗଙ୍ଗୁବାଈ କାଠିଆୱାଡି)
ଶ୍ରେଷ୍ଠ ପ୍ରଡକ୍ସନ୍ ଡିଜାଇନ୍: ସୁବ୍ରତ ଚକ୍ରବର୍ତ୍ତୀ ଏବଂ ଅମିତ ରୟ (ଗଙ୍ଗୁବାଈ କାଠିଆୱାଡି)
ଶ୍ରେଷ୍ଠ ସାଉଣ୍ଡ୍ ଡିଜାଇନ୍: ବ୍ରହ୍ମାସ୍ତ୍ର ପାଇଁ ବିଶ୍ୱଦୀପ ଦୀପକ ଚାଟାର୍ଜୀ: ଭାଗ ପ୍ରଥମ- ଶିବ
ଶ୍ରେଷ୍ଠ ବ୍ୟାକ୍ଗ୍ରାଉଣ୍ଡ ସ୍କୋର: ସଞ୍ଚିତ ବଲହରା ଏବଂ ଅଙ୍କିତ ବଲହରା (ଗଙ୍ଗୁବାଈ କାଠିଆୱାଡି)
ଶ୍ରେଷ୍ଠ କୋରିଓଗ୍ରାଫି: କୃତି ମହେଶ (ଗଙ୍ଗୁବାଈ କାଠିଆୱାଡିର ଢୋଲିଡା)
ଶ୍ରେଷ୍ଠ ସିନେମାଟୋଗ୍ରାଫି: ସୁଦୀପ ଚାଟାର୍ଜୀ (ଗଙ୍ଗୁବାଈ କାଠିଆୱାଡି)
ଶ୍ରେଷ୍ଠ ଆକ୍ସନ୍: ପରଭେଜ ଶେଖ୍ (ବିକ୍ରମ ବେଧା)
The Critics' choice!🎬✨
— Filmfare (@filmfare) April 28, 2023
From #Tabu to #BhumiPednekar, here are the Critics' picks from the 68th #HyundaiFilmfareAwards2023 with #MaharashtraTourism.#bollywood #celeb #stars #superstar #winner #Awards #viral #trending pic.twitter.com/66RudHGyCk
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।