Advertisment

Filmfare Awards 2023: ଆଲିଆ ଓ ରାଜକୁମାର ମାରିଲେ ବାଜି

ଭାରତୀୟ ସିନେମାର ସବୁଠାରୁ ପ୍ରତିଷ୍ଠିତ ପୁରଷ୍କାର ଫିଲ୍ମ ଫେୟର ଆୱର୍ଡ ଗୁରବାର ସନ୍ଧ୍ୟାରେ ଘୋଷଣା କରାଯାଇଛି। ମୁମ୍ବାଇ ଠାରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ ସମାରୋହରେ ବଲିଉଡର ବିଭିନ୍ନ କଳାକାର ମାନଙ୍କ ସମାଗମ ହୋଇଥିଲା।

ଅଦ୍ୟତନ ହୋଇଛି
Allia and Rajkumar

Allia and Rajkumar

Advertisment

ଗୁରୁବାର ମୁମ୍ବାଇରେ ୬୮ତମ ଫିଲ୍ମ ଫେୟାର ଆୱାର୍ଡ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଫିଲ୍ମ ଫେୟାର ଆୱାର୍ଡର ଏହି ସଂସ୍କରଣରେ ଅଧିକାଂଶ ପୁରସ୍କାର ପୋଛି ନେଇଛନ୍ତି ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଗଙ୍ଗୁବାଈ କାଠିଆୱାଡ଼ି’ ଓ ହର୍ଷବର୍ଦ୍ଧନ କୁଲକର୍ଣ୍ଣିଙ୍କ ‘ବଧାଇ ଦୋ’। ‘ଗଙ୍ଗୁବାଈ କାଠିଆୱାଡ଼ି’ ୧୦ଟି ପୁରସ୍କାର ଜିତିଛି। ତା’ ମଧ୍ୟରେ ରହିଛି ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ‘ବଧାଇ ଦୋ’ ହାତେଇଥିବା ପୁରସ୍କାର ମଧ୍ୟରେ ରହିଛି ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ) ଓ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ପୁରସ୍କାର। ସେହିପରି ଜୀବନବ୍ୟାପୀ ସାଧନା ପାଇଁ ବଲିଉଡ୍‌ର ଭେଟେରାନ ଅଭିନେତା ପ୍ରେମ ଚୋପ୍ରାଙ୍କୁ ଦିଆଯାଇଛି ‘ଲାଇଫଟାଇମ ଆଚିଭମେଣ୍ଟ ଆୱାର୍ଡ’।  

Advertisment

ବିଜେତାଙ୍କ ତାଲିକା ପଢନ୍ତୁ: 

ଶ୍ରେଷ୍ଠ ଅଭିନେତା- ରାଜକୁମାର ରାଓ (ବଧାଇ ଦୋ) 

ଶ୍ରେଷ୍ଠ ଅଭିନେତ୍ରୀ- ଆଲିଆ ଭଟ୍ଟ (ଗଙ୍ଗୁବାଈ କାଠିଆୱାଡି)

ଶ୍ରେଷ୍ଠ ଅଭିନେତା (କ୍ରିଟିକ୍ସ)- ସଞ୍ଜୟ ମିଶ୍ରା (ବଧ)

ଶ୍ରେଷ୍ଠ ଅଭିନେତ୍ରୀ (କ୍ରିଟିକ୍ସ)- ଭୂମି ପେଡନେକର (ବଧାଇ ଦୋ) ଓ ତବୁ (ଭୁଲ ଭୁଲୈଆ୨)  

ଶ୍ରେଷ୍ଠ ନିର୍ଦ୍ଦେଶକ- ସଞ୍ଜୟ ଲୀଲା ଭଂସାଲୀ (ଗଙ୍ଗୁବାଈ କାଠିଆୱାଡି)

ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା- ଅନୀଲ କପୁର (ଯୁଗ ଯୁଗ ଜିଓ)

ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ- ଶିବା ଚଡ୍‌ଢ଼ା (ବଧାଇ ଦୋ)  

ଶ୍ରେଷ୍ଠ ସଂଗୀତ ଆଲବମ୍: ପ୍ରୀତମ (ବ୍ରହ୍ମାସ୍ତ୍ର) 

ଶ୍ରେଷ୍ଠ ସଂଳାପ- ପ୍ରକାଶ କପାଡିଆ ଓ ଉତ୍କର୍ଷୀନି ବଶିଷ୍ଠ (ଗଙ୍ଗୁବାଈ କାଠିଆୱାଡି) 

ଶ୍ରେଷ୍ଠ ଚିତ୍ରନାଟ୍ୟ- ଅକ୍ଷତ ଘିଲ୍ଡିଆଲ୍, ସୁମନ ଅଧିକାରୀ ଏବଂ ହର୍ଷବର୍ଦ୍ଧନ କୁଳକର୍ଣ୍ଣି (ବଧାଇ ଦୋ)   

Advertisment

ଶ୍ରେଷ୍ଠ କାହାଣୀ- ଅକ୍ଷତ ଘିଲ୍ଡିଆଲ୍ ଏବଂ ସୁମନ ଅଧିକାରୀ (ବଧାଇ ଦୋ) 

ଶ୍ରେଷ୍ଠ ଡେବ୍ୟୁ (ପୁରୁଷ)- ଅଙ୍କୁଶ ଗେଦମ (ଝୁଣ୍ଡ)

ଶ୍ରେଷ୍ଠ ଡେବ୍ୟୁ (ମହିଳା)- ଆନ୍ଦ୍ରିଆ କେଭିଚୁସା (ଅନେକ)

ଶ୍ରେଷ୍ଠ ଡେବ୍ୟୁ ନିର୍ଦ୍ଦେଶକ- ଜଶପାଲ ସିଂ ସାନ୍ଧୁ ଏବଂ ରାଜୀବ ବର୍ଣ୍ଣୱାଲ (ବଧ) 

ଶ୍ରେଷ୍ଠ ଗୀତିକାର- ବ୍ରହ୍ମାସ୍ତ୍ରର କେଶରିଆ ପାଇଁ ଅମିତାଭ ଭଟ୍ଟାଚାର୍ଯ୍ୟ: ଭାଗ ପ୍ରଥମ - ଶିବା

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ : ଅରିଜିତ ସିଂହ (ବ୍ରହ୍ମାସ୍ତ୍ରର କେଶରିଆ)

ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: କବିତା ସେଠ୍ (ଯୁଗ ଯୁଗ ଜିଓର ରଙ୍ଗିସାରି)

ଶ୍ରେଷ୍ଠ ସମ୍ପାଦନା ନିନାଦ ଖାନୋଲକର (ଏନ୍ ଆକ୍ସନ୍ ହିରୋ)

ଶ୍ରେଷ୍ଠ ଡ୍ରେସ୍ ଡିଜାଇନ୍: ଶୀତଲ ଶର୍ମା (ଗଙ୍ଗୁବାଈ କାଠିଆୱାଡି)

ଶ୍ରେଷ୍ଠ ପ୍ରଡକ୍ସନ୍ ଡିଜାଇନ୍: ସୁବ୍ରତ ଚକ୍ରବର୍ତ୍ତୀ ଏବଂ ଅମିତ ରୟ (ଗଙ୍ଗୁବାଈ କାଠିଆୱାଡି)

ଶ୍ରେଷ୍ଠ ସାଉଣ୍ଡ୍ ଡିଜାଇନ୍: ବ୍ରହ୍ମାସ୍ତ୍ର ପାଇଁ ବିଶ୍ୱଦୀପ ଦୀପକ ଚାଟାର୍ଜୀ: ଭାଗ ପ୍ରଥମ- ଶିବ

ଶ୍ରେଷ୍ଠ ବ୍ୟାକ୍‌ଗ୍ରାଉଣ୍ଡ ସ୍କୋର: ସଞ୍ଚିତ ବଲହରା ଏବଂ ଅଙ୍କିତ ବଲହରା (ଗଙ୍ଗୁବାଈ କାଠିଆୱାଡି)

ଶ୍ରେଷ୍ଠ କୋରିଓଗ୍ରାଫି: କୃତି ମହେଶ (ଗଙ୍ଗୁବାଈ କାଠିଆୱାଡିର ଢୋଲିଡା)

ଶ୍ରେଷ୍ଠ ସିନେମାଟୋଗ୍ରାଫି: ସୁଦୀପ ଚାଟାର୍ଜୀ (ଗଙ୍ଗୁବାଈ କାଠିଆୱାଡି)

ଶ୍ରେଷ୍ଠ ଆକ୍ସନ୍: ପରଭେଜ ଶେଖ୍ (ବିକ୍ରମ ବେଧା)

Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe