Advertisment

ବାସୁଙ୍କୁ ଝୁରୁଛି ବଲିଉଡ୍, ଶୋକବ୍ୟକ୍ତ କଲେ ବୈଜୟନ୍ତ

ମୁମ୍ୱାଇ: ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ‘ଏକ ରୁକା ହୁଆ ଫୈସଲା’, ‘ରଜନୀଗନ୍ଧା’, ‘ପ୍ରିୟତମା’ ପରି ଫିଲ୍ମରେ କାମ କରିଥିବା ବାସୁଙ୍କର ବାର୍ଦ୍ଧକ୍ୟ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭାରତୀୟ ଫିଲ୍ମ ଓ ଟିଭି ସଂଘର ସଭାପତି ଅଶୋକ ପଣ୍ଡିତ ସୋଶାଲ ମିଡିଆରେ ଟ୍ୱିଟରେ ବାସୁ ଚାଟାର୍ଜୀଙ୍କର ମୃତ୍ୟୁର ସୂଚନା ଦେଇଛନ୍ତି। ବାସୁଙ୍କର ଫଟୋ ଶେଆର୍‌ କରି ସେ ଲେଖିଛନ୍ତି, ‘ମୋତେ […]

ଅଦ୍ୟତନ ହୋଇଛି
ବାସୁଙ୍କୁ ଝୁରୁଛି ବଲିଉଡ୍, ଶୋକବ୍ୟକ୍ତ କଲେ ବୈଜୟନ୍ତ

basu-chaterjee

Advertisment

ମୁମ୍ୱାଇ: ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ‘ଏକ ରୁକା ହୁଆ ଫୈସଲା’, ‘ରଜନୀଗନ୍ଧା’, ‘ପ୍ରିୟତମା’ ପରି ଫିଲ୍ମରେ କାମ କରିଥିବା ବାସୁଙ୍କର ବାର୍ଦ୍ଧକ୍ୟ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଭାରତୀୟ ଫିଲ୍ମ ଓ ଟିଭି ସଂଘର ସଭାପତି ଅଶୋକ ପଣ୍ଡିତ ସୋଶାଲ ମିଡିଆରେ ଟ୍ୱିଟରେ ବାସୁ ଚାଟାର୍ଜୀଙ୍କର ମୃତ୍ୟୁର ସୂଚନା ଦେଇଛନ୍ତି।

Advertisment

ବାସୁଙ୍କର ଫଟୋ ଶେଆର୍‌ କରି ସେ ଲେଖିଛନ୍ତି, ‘ମୋତେ ଦୁଃଖର ସହ କହିବାକୁ ପଡୁଛି ଯେ ଭେଟେରାନ୍ ଫିଲ୍ମ ନିର୍ମାତା ବାସୁ ଚାଟାର୍ଜୀଙ୍କର ମୃତ୍ୟୁ ହୋଇଛି। ଆଜି ସାଣ୍ଟାକ୍ରୁଜ୍‌ କ୍ରିମେସନ୍‌ରେ ଅପରାହ୍ନ ୨ଟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଚଳଚ୍ଚିତ୍ର ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ଆମେ ତାଙ୍କୁ ସବୁବେଳେ ମନେ ପକାଇବୁ।’

publive-image

ବାସୁ ଉଭୟ ବଙ୍ଗାଳୀ ଓ ହିନ୍ଦୀ ଫିଲ୍ମ ପାଇଁ କାମ କରୁଥିଲେ। ୧୯୯୨ ମସିହାରେ ପରିବାର କଲ୍ୟାଣ ଉପରେ ସେ ନିର୍ମାଣ କରିଥିବା ଫିଲ୍ମ ‘ଦୁର୍ଗା’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ମନୋନୀତ ହୋଇଥିଲା।

Advertisment

basu-chaterjee

୧୯୮୬ ମସିହାରେ ତାଙ୍କ ନିର୍ମିତ ଫିଲ୍ମ ‘ଚମେଲି କି ସାଦି’ ସଫଳତା ଅର୍ଜନ କରିଥିଲା। ବଙ୍ଗାଳୀରେ ‘ହୋଠାତ୍‌ ବ୍ରିଷ୍ଟି’, ‘ହୋଠାତ୍‌ ସେ ଦିନ୍‌’ ପରି ଅନେକ ଚଳଚ୍ଚିତ୍ରରେ ସେ କାମ କରିସାରିଛନ୍ତି। ସେହିପରି ଦୂରଦର୍ଶନରେ ପ୍ରସାରିତ ହୋଇଥିବା ‘ବ୍ୟୋମକେଶ ବକ୍ସି’ ଓ ‘ରଜନୀ’ ସିରିଏଲ୍‌ରେ ମଧ୍ୟ ସେ କାମ କରିଥିଲେ। କରୋନା ଲକଡାଉନ ସମୟରେ ‘ବ୍ୟୋମକେଶ ବକ୍ସି’ ସିରିଏଲ୍‌ର ଦୂରଦର୍ଶନରେ ପୁନଃ ପ୍ରସାରଣ କରାଯାଇଛି। ତାଙ୍କ ମୃତ୍ୟୁରେ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

basu-films

ଅନୁରାଗ ବାସୁ, ଦିବ୍ୟା ଦତ୍ତ, ଜିମ୍ମି ଶେରଗିଲ୍, ଜିତ୍ ଗାଙ୍ଗୁଲିଙ୍କ ସହ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱ ବାସୁଙ୍କ ଦେହାନ୍ତ ଖବର ଜାଣିବା ପରେ ସୋଶାଲ ମିଡିଆରେ ଶୋକ ବ୍ୟକ୍ତ କରିଛନ୍ତି।

ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଫିସିଆଲ୍ ଟ୍ୱିଟ୍ କରାଯାଇଛି। ବାସୁଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବୈଜୟନ୍ତ।

ଆହୁରି ପଢ଼ନ୍ତୁ...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe