Advertisment

ନୂଆ ବର୍ଷରେ ବକ୍ସ ଅଫିସ୍‌ରେ ହେବ ସୁପର୍‌ଷ୍ଟାର୍‌ଙ୍କ ଟକ୍କର

ମୁମ୍ବାଇ: ନୂଆ ବର୍ଷରେ ହେବ ଧମାଲ୍। କାରଣ ବକ୍ସ ଅଫିସ୍‌କୁ ଆସୁଛି ପାଞ୍ଚଟି ବଡ଼ ଫିଲ୍ମ। ବାୟୋପିକ୍, ଆକ୍ସନ୍‌ ଓ ଥ୍ରୀଲର୍ ଠାରୁ ‌ଆରମ୍ଭ କରି ଡ୍ରାମାରେ ଭର୍ତ୍ତି ଫିଲ୍ମ ଦର୍ଶକଙ୍କୁ ଏଣ୍ଟଟେନ୍ କରିବ। ଜାନୁଆରୀ ୧୦ରେ ପରଦାକୁ ଆସିବ ଦୀପିକା ପାଦୁକୋନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍’। ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲ୍‌ଜାର୍। ଫିଲ୍ମରେ ଦୀପିକାଙ୍କ ସହ ବିକ୍ରାନ୍ତଙ୍କୁ ଲିଡ୍ […]

author-image
Chinmayee Roy
ଅଦ୍ୟତନ ହୋଇଛି
ନୂଆ ବର୍ଷରେ ବକ୍ସ ଅଫିସ୍‌ରେ ହେବ ସୁପର୍‌ଷ୍ଟାର୍‌ଙ୍କ ଟକ୍କର

bollywood

ମୁମ୍ବାଇ: ନୂଆ ବର୍ଷରେ ହେବ ଧମାଲ୍। କାରଣ ବକ୍ସ ଅଫିସ୍‌କୁ ଆସୁଛି ପାଞ୍ଚଟି ବଡ଼ ଫିଲ୍ମ। ବାୟୋପିକ୍, ଆକ୍ସନ୍‌ ଓ ଥ୍ରୀଲର୍ ଠାରୁ ‌ଆରମ୍ଭ କରି ଡ୍ରାମାରେ ଭର୍ତ୍ତି ଫିଲ୍ମ ଦର୍ଶକଙ୍କୁ ଏଣ୍ଟଟେନ୍ କରିବ। ଜାନୁଆରୀ ୧୦ରେ ପରଦାକୁ ଆସିବ ଦୀପିକା ପାଦୁକୋନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଛପାକ୍’। ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲ୍‌ଜାର୍। ଫିଲ୍ମରେ ଦୀପିକାଙ୍କ ସହ ବିକ୍ରାନ୍ତଙ୍କୁ ଲିଡ୍ ରୋଲ୍‌ରେ ଦେଖିବାକୁ ପାଇବେ ଦର୍ଶକ। publive-imageତାନାଜୀ: ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ’ ମଧ୍ୟ ଆସନ୍ତା ୧୦ରେ ପରଦାକୁ ଆସିବ। ଏଥିରେ ଅଜୟ ଦେବଗନ୍‌ଙ୍କ ସହ କାଜୋଲ୍ ଓ ସୈଫ ଅଲ୍ଲୀ ଖାନ୍ ମୁଖ୍ୟ ଭୂମିକାରେ ଅଛନ୍ତିା କାଜୋଲ୍‌ ଓ ଅଜୟଙ୍କୁ ପ୍ରାୟ ୯ ବର୍ଷ ପରେ ପୁଣି ଥରେ ପରଦାରେ ଏକାଠି ଦେଖିବାକୁ ମିଳିବ। ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ସପ୍ତଦଶ ଶତାବ୍ଦୀର ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି। ଏହି ଯୋଦ୍ଧାଙ୍କୁ ୧୬୭୦ ମସିହାରେ ହୋଇଥିବା ସିହ୍ନାଗଡ଼ ଯୁଦ୍ଧ ପାଇଁ ସ୍ମରଣ କରାଯାଏ।

Advertisment

publive-imageଦରବାର: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର’ ମଧ୍ୟ ଏହି ଦିନ ରିଲିଜ୍ ହେବ। ଏଥିରେ ରଜନୀକାନ୍ତଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମରେ ରଜନୀକାନ୍ତଙ୍କ ସହ ନୟନତାର ଓ ସୁନୀଲ ସେଟ୍ଟୀ ମଧ୍ୟ ଲିଡ୍ ରୋଲ୍‌ରେ ନଜର ଆସିବେ। ନୂଆ ବର୍ଷର ଦ୍ୱିତୀୟ ଶୁକ୍ରବାରରେ ଛପାକ୍, ତାନାଜୀ ଓ ଦରବାର ମଧ୍ୟରେ କଡ଼ା ଟକ୍କର୍ ହେବ। ତେବେ କେଉଁ ଫିଲ୍ମ ଦର୍ଶକଙ୍କ ମନ ଜିଣିବ, ତାହାକୁ ଅପେକ୍ଷା।

publive-imageଷ୍ଟ୍ରିଟ୍ ଡ୍ୟାନ୍ସର ଥ୍ରୀଡି: ଜାନୁଆରୀ ୨୪ରେ ପରଦାକୁ ଆସିବ ଫିଲ୍ମ 'ଷ୍ଟ୍ରିଟ୍ ଡ୍ୟାନ୍ସର ଥ୍ରୀଡି' (Street Dancer 3D)। ଏଥିରେ ବରୁଣ ଧଓ୍ୱନ୍, ଶ୍ରଦ୍ଧା କପୁର, ନୋରା ଫତେହୀ ଓ ପ୍ରଭୁ ଦେବା ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମଟି ଭାରତ ଓ ପାକିସ୍ତାନ୍ ମଧ୍ୟରେ ନୃତ୍ୟ ପ୍ରତିଯୋଗିତାର କାହାଣୀ ଉପରେ ଆଧାରିତ। ଜବରଦସ୍ତ ଡ୍ୟାନ୍ସ, ରୋମାନ୍ସ ଓ କମେଡିର ତଡ଼କାରେ ଭରପୂର ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି।

Advertisment

publive-imageପଙ୍ଗା: ସେହିପରି ଅଶ୍ୱିନୀ ଆୟର ତିୱାରୀଙ୍କ ଫିଲ୍ମ ‘ପଙ୍ଗା’ ମଧ୍ୟ ଜାନୁଆରୀ ୨୪ରେ ପରଦାକୁ ଆସିବ। ଏଥିରେ ଲିଡ୍ ରୋଲରେ ଅଛନ୍ତି କଙ୍ଗନା ରାଣାୱତ୍। ଫିଲ୍ମରେ ସେ ଜଣେ କବାଡ଼ି ଖେଳାଳି ଭୂମିକାରେ ନଜର ଆସିବେ। କଙ୍ଗନାଙ୍କ ବ୍ୟତୀତ ଏଥିରେ ନୀନା ଗୁପ୍ତା, ରିଚା ଚଢ଼ା, ପଙ୍କଜ ତ୍ରିପାଠୀ ଓ ଜସୀ ଗିଲ୍ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।