Advertisment

ଘରେ ସବୁବେଳେ ଫିଲ୍ମ ବିଷୟରେ ଆଲୋଚନା ହେଉଥିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪୨ ବର୍ଷରେ ପାଦ ଥାପିଛନ୍ତି ଓଲିଉଡ୍‌ର ହ୍ୟାଣ୍ଡସମ୍‌ ଆକ୍ଟର୍‌ ବୁଦ୍ଧାଦିତ୍ୟ ମହାନ୍ତି। ଆଜି ତାଙ୍କ ଜନ୍ମଦିନ। ୧୯୭୮ ମସିହା ଜାନୁଆରୀ ୧୭ ତାରିଖରେ କଟକର ଏକ ପ୍ରସିଦ୍ଧ ଫିଲ୍ମ ପରିବାରରେ ବୁଦ୍ଧାଦିତ୍ୟ ଜନ୍ମ ହୋଇଥିଲେ। ଦିଲ୍ଲୀ ୟୁନିଭର୍ସିଟିରୁ ଉତ୍ତୀର୍ଣ୍ଣ ହେବା ପରେ ବୁଦ୍ଧାଦିତ୍ୟ ଅଭିନୟ ଜଗତରେ ପାଦ ଦେଇଥିଲେ। ସେ ଉଭୟ ହିନ୍ଦୀ ଏହଂ ଓଡ଼ିଆ ଭାଷାର ଫିଲ୍ମରେ ଅଭନୟ କରିଛନ୍ତି। ତାଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ମଧ୍ୟରେ ରହିଛି ‘ଲୋଫର୍‌’, ‘ସଞ୍ଜୁ ସଞ୍ଜନା’, […]

author-image
Biswobandita Swain
ଅଦ୍ୟତନ ହୋଇଛି
ଘରେ ସବୁବେଳେ ଫିଲ୍ମ ବିଷୟରେ ଆଲୋଚନା ହେଉଥିଲା

buddha

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୪୨ ବର୍ଷରେ ପାଦ ଥାପିଛନ୍ତି ଓଲିଉଡ୍‌ର ହ୍ୟାଣ୍ଡସମ୍‌ ଆକ୍ଟର୍‌ ବୁଦ୍ଧାଦିତ୍ୟ ମହାନ୍ତି। ଆଜି ତାଙ୍କ ଜନ୍ମଦିନ। ୧୯୭୮ ମସିହା ଜାନୁଆରୀ ୧୭ ତାରିଖରେ କଟକର ଏକ ପ୍ରସିଦ୍ଧ ଫିଲ୍ମ ପରିବାରରେ ବୁଦ୍ଧାଦିତ୍ୟ ଜନ୍ମ ହୋଇଥିଲେ।

Advertisment

ଦିଲ୍ଲୀ ୟୁନିଭର୍ସିଟିରୁ ଉତ୍ତୀର୍ଣ୍ଣ ହେବା ପରେ ବୁଦ୍ଧାଦିତ୍ୟ ଅଭିନୟ ଜଗତରେ ପାଦ ଦେଇଥିଲେ। ସେ ଉଭୟ ହିନ୍ଦୀ ଏହଂ ଓଡ଼ିଆ ଭାଷାର ଫିଲ୍ମରେ ଅଭନୟ କରିଛନ୍ତି। ତାଙ୍କ ଅଭିନୀତ ଓଡ଼ିଆ ଫିଲ୍ମ ମଧ୍ୟରେ ରହିଛି ‘ଲୋଫର୍‌’, ‘ସଞ୍ଜୁ ସଞ୍ଜନା’, ‘ପ୍ରେମ୍‌ ରୋଗୀ’, ‘ପାଗଳ କରିଛି ପାଉଁଜି ତୋର’ ଓ ‘ନନ୍ଦିନୀ ଆଇ ଲଭ୍‌ ୟୁ’।

ବୁଦ୍ଧାଦିତ୍ୟଙ୍କ କହିବା ଅନୁଯାୟୀ, ମା’ ଅଧ୍ୟାପିକା ମାଳବିକା ରାୟ ଏବଂ ମାଉସୀ ମହାଶ୍ୱେତା ଜଣାଶୁଣା ଅଭିନେତ୍ରୀ। ତେଣୁ ଫିଲ୍ମ ହିଁ ଗୋଟିଏ ବିଷୟ ଥିଲା, ଯାହା ତାଙ୍କ ଘରେ ସବୁବେଳେ ଆଲୋଚନା ହେଉଥିଲା। ଯେତେବେଳେ ବି ଅବସର ସମୟ ମିଳୁଥିଲା ଫିଲ୍ମକୁ ନେଇ ହିଁ ତାଙ୍କ ଘରେ ଚର୍ଚ୍ଚା ହେଉଥିଲା। ସମସ୍ତେ ଏକାଠି ବସି କେଉଁ ଫିଲ୍ମ କେମିତି ହେଲା ଏବଂ କେଉଁ ଫିଲ୍ମ କେମିତି ହୋଇଥିଲେ ଭଲ ହୋଇଥା’ନ୍ତା, ସେ ବିଷୟରେ ଆଲୋଚନା ହେଉଥିଲା।

Advertisment

publive-imageତେଣୁ ଛୋଟ ବେଳୁ ସେ ଫିଲ୍ମ ବିଷୟରେ ଶୁଣି ଆସୁଥିଲେ ଏବଂ ସେହିଥିରୁ ହିଁ ଅଭିନୟ ପାଇଁ ପ୍ରେରଣା ପାଇଥିଲେ। ଏଥିସହ ସେ ପରଦା ଉପରେ ତାଙ୍କ ମାଆ ଆଉ ମାଉସୀଙ୍କୁ ଦେଖି ମଧ୍ୟ ଅଭିନୟ ଶିଖିଥିବା କହିଛନ୍ତି ବୁଦ୍ଧାଦିତ୍ୟ।