Advertisment

ବର୍ଷା ପ୍ରିୟଦର୍ଶିନୀଙ୍କୁ ପଚରାଗଲା ୧୮୦ରୁ ୧୮୫ ପ୍ରଶ୍ନ

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ୪ ସପ୍ତାହ ମଧ୍ୟରେ ଯୁକ୍ତି ଉପସ୍ଥାପନ ଶେଷ ହେବ। ଅକ୍ଟୋବର ୧୩ ତାରିଖ ସୁଦ୍ଧା ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Varsha Priyadarshini

Varsha Priyadarshini

Advertisment

ରାଜ୍ୟର ବହୁ ଚର୍ଚ୍ଚିତ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ମାମଲାରେ ଆଜି ଚୂଡ଼ାନ୍ତ ସାକ୍ଷ୍ୟଗ୍ରହଣ ଶେଷ ହୋଇଛି। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା। ଆଉ ଜେରା କରିଥିଲେ ଅନୁଭବ ମହାନ୍ତିଙ୍କ ଓକିଲ। ବର୍ଷାଙ୍କୁ ପାଖାପାଖି ୧୮୦ରୁ ୧୮୫ଟି ପ୍ରଶ୍ନ କରିଥିଲେ ଅନୁଭବଙ୍କ ଓକିଲ। ଉଭୟ ପକ୍ଷ ଆଜି କୋର୍ଟରେ ନିଜ ନିଜର ଦଲିଲ ଉପସ୍ଥାପନ କରିଥିଲେ।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ୪ ସପ୍ତାହ ମଧ୍ୟରେ ଯୁକ୍ତି ଉପସ୍ଥାପନ ଶେଷ ହେବ। ଅକ୍ଟୋବର ୧୩ ତାରିଖ ସୁଦ୍ଧା ମାମଲାର ପୂର୍ଣ୍ଣାଙ୍ଗ ରାୟ ପ୍ରକାଶ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ବର୍ଷାଙ୍କୁ ଅନୁଭବଙ୍କ ପକ୍ଷରୁ ଅଧିକାଂଶ ଅପ୍ରାସଙ୍ଗିକ ପ୍ରଶ୍ନ ପଚରା ଯାଇଥିବା ନେଇ କହିଛନ୍ତି ବର୍ଷାଙ୍କ ଓକିଲ।

ବର୍ଷାଙ୍କ ଓକିଲ ଆଶିଷ ମିଶ୍ର କହିଛନ୍ତି, ଆଜି ବର୍ଷାଙ୍କୁ ଦୁଇ ଭାଗରେ ଜେରା କରାଯାଇଥିଲା। ଜେରା ବେଳେ ବର୍ଷାଙ୍କୁ ବହୁ ଅପ୍ରାସଙ୍ଗିକ ପ୍ରଶ୍ନ ପଚରା ଯାଇଥିଲା। ଯାହାର କୌଣସି ଏହି ମାମଲା ସହିତ ସହିତ ନାହିଁ। ଫାଇନାଲ୍‌ ଜେରା ପରେ ଆଶା କରାଯାଉଛି ମାମଲା ଖୁବ୍‌ଶୀଘ୍ର ସମାଧାନ ହୋଇଯିବ ବୋଲି ମିଶ୍ର କହିଛନ୍ତି।

Advertisment

ସେପଟେ ଅନୁଭବଙ୍କ ଓକିଲ ଲଲିତେନ୍ଦୁ ମିଶ୍ର କହିଛନ୍ତି, ଓଡିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆଜି ଫାଇନାଲ୍‌ ଜେରା କରାଯାଇଥିଲା। ବର୍ଷାଙ୍କୁ ୧୮୦ରୁ ୧୮୫ଟି ପ୍ରଶ୍ନ ପଚରା ଯାଇଥିଲା। ପରେ ଉଭୟ ପକ୍ଷଙ୍କ ଦଲିଲ୍‌ ଉପସ୍ଥାପନ କରିଥିଲେ ବୋଲି ଅନୁଭବଙ୍କ ଓକିଲ କହିଛନ୍ତି।

Anubhav Mohanty Cuttack Tollywood Varsha Priyadarshini
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe