ସାଲେପୁର (ମନୋଜ ଆଚାର୍ଯ୍ୟ): ସବୁବେଳେ ବିବାଦୀୟ ମନ୍ତବ୍ୟ ଦେଉଥିବା ନିଶା ମହାରଣା ଫସିବେ କି? ଗିରଫ ହେବେ କି ନିଶା? କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ହୋଇଥିବା ଅଭିଯୋଗ ପରେ ଏପରି କଳ୍ପନା ଜଳ୍ପନା ଲାଗି ରହିଛି।
ସୋଶାଲ୍ ମିଡ଼ିଆ ସେନ୍ସେସନ୍ ପାଲଟିଛନ୍ତି ନିଶା ମହାରଣା। ସେ ସବୁବେଳେ ସର୍ବସାଧାରଣରେ ଦେଉଛନ୍ତି ଅଶ୍ଲୀଳ ଓ ଯୌନ ଉଦ୍ଦୀପକ ମନ୍ତବ୍ୟ। ତାଙ୍କର ଏକାଧିକ ଭିଡିଓ ଏବେ ଭାଇରାଲ୍ ହେଉଛି। ଯାହାକୁ ନେଇ ସୋଶାଲ୍ ମିଡ଼ିଆରେ ସୃଷ୍ଟି ହୋଇଛି ଝଡ଼। ନିଶାଙ୍କ ଏପରି ଆଚରଣରେ ଅତିଷ୍ଠ ହୋଇଛନ୍ତି ବୁଦ୍ଧିଜୀବୀ। ସେଥିପାଇଁ ତାଙ୍କ ନାଁରେ ଥାନାରେ ହୋଇଛି ଅଭିଯୋଗ। ବିଶ୍ୱାସ ଫାଉଣ୍ଡେସନ ପକ୍ଷରୁ ନିଶା ମହାରଣାଙ୍କ ନାଁରେ ଥାନାରେ ଏଫ୍ଆଇଆର୍ ଦିଆଯାଇଛି।
ଏତାଲାରେ ଦର୍ଶା ଯାଇଛି, ସୋଶାଲ ମିଡ଼ିଆରେ ଘୂରି ବୁଲୁଥିବା ନିଶାଙ୍କ ବିବାଦୀୟ ଭିଡିଓ ଗୁଡ଼ିକୁ ଡିଲିଟ କରାଯାଉ। ଏହାଛଡ଼ା ନିଶାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ନିଶାଙ୍କ ମନ୍ତବ୍ୟ ପ୍ରଚାର ଓ ପ୍ରସାର ନକରିବା ପାଇଁ ମିଡିଓ ଏବଂ ସୋଶାଲ୍ ମିଡ଼ିଆକୁ ଅନୁରୋଧ କରିଛନ୍ତି ବିଶ୍ୱାସ ଫାଉଣ୍ଡେସନ କର୍ମକର୍ତ୍ତା। ନିଶାଙ୍କ ମନ୍ତବ୍ୟ ଦ୍ୱାରା ଯୁବପିଢ଼ୀ ଓ ଛୋଟ ଛୋଟ ପିଲାମାନେ ନଷ୍ଟ ହେଉଥିବା କୁହାଯାଇଛି।
ନିଶା ମହାରଣା ନେମ ଆଣ୍ଡ ଫେମ୍ ପାଇବାକୁ ଚାହୁଁଛନ୍ତି। ସେଥିପାଇଁ ନିଜର ସୋଶାଲ ମିଡ଼ିଆରେ ନଗ୍ନ ଭିଡିଓ ଅପ୍ଲୋଡ୍ କରୁଛନ୍ତି। ଏପରିକି ଫୁଙ୍ଗୁଳା ଦେହରେ ବିଭିନ୍ନ ୱେବ୍ଚ୍ୟାନେଲ୍କୁ ସାକ୍ଷାତକାର ଦେଉଛନ୍ତି। ସାକ୍ଷାତକାରରେ ସେ ଦେଉଥିବା ମନ୍ତବ୍ୟ କେହି ଶୁଣିବା ଯୋଗ୍ୟ ନୁହେଁ। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।