Advertisment

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଯୁବତୀ

କାଷ୍ଟିଂ କାଉଚ୍‌ ଅଭିଯୋଗକୁ ଅନେକ ନବାଗତା ଅଭିନେତ୍ରୀ ପ୍ରଯୋଜକ ସଞ୍ଜୟ ନାୟକଙ୍କୁ ହରଡ଼ ଘଣାରେ ପକାଇଥିବା ବେଳେ ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ତାଙ୍କର ଜଣେ ସହ କଳାକାର ଆଣିଛନ୍ତି ସଙ୍ଗୀନ ଅଭିଯୋଗ।

singer Sourin Bhatt

singer Sourin Bhatt

Advertisment

ଓଲିଉଡ୍‌ରେ ବେଳା ଭଲନାହିଁ। ଫିଲ୍ମ କମ୍‌ ରିଲିଜ୍‌ ହେଉଛି। କିନ୍ତୁ ବେଶୀ ବିବାଦ ମୁଣ୍ଡ ଟେକୁଛି। ଦୁଇ ଦିନ ତଳେ କାଷ୍ଟିଂ କାଉଚ୍‌ ଅଭିଯୋଗକୁ ଅନେକ ନବାଗତା ଅଭିନେତ୍ରୀ ପ୍ରଯୋଜକ ସଞ୍ଜୟ ନାୟକଙ୍କୁ ହରଡ଼ ଘଣାରେ ପକାଇଥିବା ବେଳେ ମୁମ୍ବାଇର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ତାଙ୍କର ଜଣେ ସହ କଳାକାର ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଗାୟିକା କରିଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସୌରିନ୍‌ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

Advertisment

ମୁମ୍ୱାଇରେ ବ୍ୟାଙ୍କର ଭାବେ କାମ କରନ୍ତି ପ୍ରୀତି (ଛଦ୍ମନାମ)। ବ୍ୟାଙ୍କିଂ ଚାକିରି କରିଥିଲେ ମଧ୍ୟ ତାଙ୍କର କଳା ପ୍ରତି ଅହେତୁକ ରୁଚି ରହିଛି। ସେଥିପାଇଁ ନିଜ ଚାକିରି ଜୀବନରେ ଫୁରସତ ପାଇଲେ ଷ୍ଟେଜ୍‌କୁ ଓହ୍ଲାଇ ଆସନ୍ତି ଓ ଗୀତ ଗାଆନ୍ତି। ସେ ଅନେକ ଷ୍ଟେଜ୍‌ ଶୋ’ କରିଛନ୍ତି। ୨୦୧୫ ମସିହାରେ ସେ ବଲିଉଡ୍‌ର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ସସ୍ପର୍ଶରେ ଆସିଥିଲେ। ପରବର୍ତ୍ତୀ ସମୟରେ ଉଭୟ ଅନେକ ଷ୍ଟେଜ୍‌ ଶୋ’ ମଧ୍ୟ କରିଛନ୍ତି।

ଷ୍ଟେଜ୍‌ ଶୋ’ ସମୟରେ ପ୍ରୀତିଙ୍କୁ ପ୍ରତିଷ୍ଠିତ ଗାୟିକା କରିଦେବାର କୁଆଡ଼େ ପ୍ରତିଶ୍ରୁତି ଦେଇଥିଲେ ସୌରିନ୍‌। ଆଉ ତାଙ୍କର ସେହି ପ୍ରତିଶ୍ରୁତିକୁ ବିଶ୍ୱାସ କରି ନେଇଥିଲେ ପ୍ରୀତି। ତେଣୁ ତାଙ୍କର ସବୁକଥାରେ ହଁ ମାରୁଥିଲେ ପ୍ରୀତି। ଏହାର ସୁଯୋଗ ନେଇ ସୌରିନ ତାଙ୍କଠାରୁ ଟଙ୍କା ନେଇଥିଲେ। ହେଲେ ଫେରାଉନଥିଲେ। ଏପରିକି ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି।

Advertisment

କିଛି ଦିନ ତଳେ ପ୍ରୀତି ଓଡ଼ିଶା ଆସିଛନ୍ତି। ନିଜ ପରିବାର ସହ ଜଗତପୁର ଥାନା ଅଞ୍ଚଳରେ ରହୁଛନ୍ତି। ରବିବାର ସେ ଏନେଇ ଜଗତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଜଗତପୁର ଥାନା ପୁଲିସ୍‌ ତାଙ୍କୁ କଟକ ମହିଳା ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲା। ଏହା ପରେ ପୀଡ଼ିତା ଆଜି ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କଣ୍ଠଶିଳ୍ପୀ ସୌରିନ୍‌ ଭଟ୍ଟ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କ ଅଭିଯୋଗକୁ ଭିତ୍ତିକରି ସୌରିନ ଭଟ୍ଟଙ୍କ ନାଁରେ ମାମଲା ରୁଜୁ କରିଛି ମହିଳା ଥାନା ପୁଲିସ୍‌। ସୌରିନ୍‌ଙ୍କ ବିରୋଧରେ ଦଫା ୩୭୬, ୪୯୩, ୩୪୧, ୨୯୪, ୪୧୭, ୫୦୬ରେ ମାମଲା ରୁଜୁ ହୋଇଛି। ୧୬୧ ଧାରାରେ ଯୁବତୀଙ୍କ ବୟାନ ମଧ୍ୟ ରେକର୍ଡ କରିଛି ପୁଲିସ।

ପୀଡ଼ିତାଙ୍କ ଅଭିଯୋଗ ନେଇ ସୌରିନ୍‌ ଭଟ୍ଟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Crime Jollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe