/odisha-reporter/media/post_attachments/uploads/2016/02/sunny.jpg)
sunny
ମୁମ୍ବାଇ: ଦିଲ୍ଲୀର ଆଦର୍ଶ ନଗର ଥାନାରେ ବଲିଉଡ୍ ଅଭିନେତ୍ରୀ ସନି ଲିଓନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ସହିତ ‘ମସ୍ତିଜାଦେ’ ଫିଲ୍ମ ସହିତ ଜଡ଼ିତ ଅଭିନେତା ବୀର ଦାସ ଓ ସମସ୍ତ ପ୍ରମୁଖ ବ୍ୟକ୍ତିଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ କରିବା ନେଇ ମାମଲା ରୁଜୁ ହୋଇଛି। ଅଭିଯୋଗକାରୀ କହିଛନ୍ତି ସନି ଲିଓନ ଓ ଏହି ଫିଲ୍ମ ସହିତ ଜଡ଼ିତ ଲୋକମାନେ ହିନ୍ଦୁମାନଙ୍କ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛନ୍ତି। ଫିଲ୍ମଟିର ଏକ ଦୃଶ୍ୟରେ ମନ୍ଦିର ଭିତରେ କଣ୍ଡୋମ୍ର ପ୍ରମୋସନ୍ କରାଯାଇଥିବା ଦେଖିବାକୁ ମିଳିଛି। ଏହା ନିହାତି ନିନ୍ଦନୀୟ ଓ ଲୋକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
