Advertisment

ଅନୁରାଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ଲଗାତର ବଲିଉଡ୍ ଇଣ୍ଡଷ୍ଟ୍ରୀ ଚର୍ଚ୍ଚାରେ ରହିଆସୁଛି। ଗୋଟିଏ ପଟେ ଗୋଟିଏ ନୂଆ ବିବାଦ ବଲିଉଡ୍ ଜଗତରୁ ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତ ମାମଲା ତଦନ୍ତରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ସହ ବଲିଉଡର ଅନେକ ଆଗଧାଡ଼ିର କଳାକାରଙ୍କ ଏନସିବି ସ୍କାନରେ ରହିଛନ୍ତି। ଏହାପରେ କଙ୍ଗନା ରଣାଓ୍ୱତ ବନାମ ମହାରାଷ୍ଟ୍ର ସରକାର ହାଇଡ୍ରାମା। ପରେ ପରେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦଶକ ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଆସିଛି କାଷ୍ଟିଂ କାଉଚ୍ ଭଳି […]

ଅଦ୍ୟତନ ହୋଇଛି
ଅନୁରାଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

anurag

Advertisment

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରଠାରୁ ଲଗାତର ବଲିଉଡ୍ ଇଣ୍ଡଷ୍ଟ୍ରୀ ଚର୍ଚ୍ଚାରେ ରହିଆସୁଛି। ଗୋଟିଏ ପଟେ ଗୋଟିଏ ନୂଆ ବିବାଦ ବଲିଉଡ୍ ଜଗତରୁ ସାମ୍ନାକୁ ଆସୁଛି। ନିକଟରେ ସୁଶାନ୍ତ ମାମଲା ତଦନ୍ତରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ସହ ବଲିଉଡର ଅନେକ ଆଗଧାଡ଼ିର କଳାକାରଙ୍କ ଏନସିବି ସ୍କାନରେ ରହିଛନ୍ତି। ଏହାପରେ କଙ୍ଗନା ରଣାଓ୍ୱତ ବନାମ ମହାରାଷ୍ଟ୍ର ସରକାର ହାଇଡ୍ରାମା। ପରେ ପରେ ଲୋକପ୍ରିୟ ଫିଲ୍ମ ନିର୍ଦ୍ଦଶକ ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଆସିଛି କାଷ୍ଟିଂ କାଉଚ୍ ଭଳି ସଙ୍ଗିନ ଅଭିଯୋଗ। ଏହାରି ଭିତରେ ବଲିଉଡ୍ ଖୁବ୍ ଆଲୋଚନା ଓ ସମାଲୋଚନାର ବିଷୟବସ୍ତୁ ସାଜିଛି।

Advertisment

ଏହି କ୍ରମରେ ମଙ୍ଗଳବାର ଅନୁରାଗ କଶ୍ୟପଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି। ଅଭିନେତ୍ରୀ ପାୟଲ ଘୋଷ ୨୦୧୩ରେ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆଣିଛନ୍ତି। ଏପଟେ ଅନୁରାଗ ଏ ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ମଙ୍ଗଳବାର ବର୍ସୋବା ଥାନାରେ ଅନୁରାଗଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ ହୋଇଛି।

ସୂତ୍ର ଅନୁସାରେ, ଅନୁରାଗଙ୍କ ବିରୁଦ୍ଧରେ ଆଇପିସି ଧାରା ୩୭୬ (ଆଇ) (ଦୁଷ୍କର୍ମ), ୩୫୪, ୩୪୧ ଏବଂ ୩୪୨ ଅନୁଯାୟୀ ମାମଲା ରୁଜୁ ହୋଇଛି। ପୁଲିସ ନିଜର ତଦନ୍ତ ଆରମ୍ଭ କରିଦେଇଛି। ତେବେ ଏହି ମାମଲା ନେଇ ଅନୁରାଗଙ୍କୁ ପୁଲିସ ପଚରାଉଚରା କରିବାକୁ ଡାକିବ ବୋଲି ଜଣାପଡ଼ିଛି।

Advertisment

ଅଭିନେତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୩ରେ ବର୍ସୋବାରେ ୟାରି ରୋଡସ୍ଥିତ ଏକ ସ୍ଥାନରେ ଅନୁରାଗ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ଏନେଇ ସୋମବାର ପାୟଲ ଏବଂ ତାଙ୍କ ଓକିଲ ଓଶୀଓ୍ୱାରା ଥାନା ଯାଇଥିଲେ। ହେଲେ ସେଠାରେ ତାଙ୍କୁ ବର୍ସୋବା ଥାନାରେ ଅଭିଯୋଗ କରିବାକୁ କୁହାଯାଇଥିଲା। ଓଶୀଓ୍ୱାରା ଥାନା ନିକଟରେ ଅନୁରାଗଙ୍କ ଅଫିସ୍ ଥିବାରୁ ପାୟଲ ପ୍ରଥମେ ସେଠାରେ ଅଭିଯୋଗ କରିବାକୁ ଯାଇଥିଲେ।

Bollywood Anurag Kashyap Me Too Payal Ghosh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe