Advertisment

Rohit Shetty:ସଲମାନଙ୍କ ଭଳି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଟାର୍ଗେଟରେ ରୋହିତ ଶେଟ୍ଟୀ, ଘର ଉପରକୁ ଗୁଳିମାଡ଼

ପୁଣେ ପୁଲିସ ୫ ଜଣଙ୍କୁ ଧରିଥିବା ବେଳେ ସେମାନଙ୍କର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ସଂପର୍କ ରହିଛି ବୋଲି ଅଭିଯୋଗ ଥିବା ସ୍ପଷ୍ଟ କରିଛି। ପୁଣେ ପୁଲିସ ଏହି ଅଭିଯୁକ୍ତମାନଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି।

Rohit Shetty

ଲରେନ୍ସ ବିଷ୍ଣୋଇ ଓ ରୋହିତ ଶେଟ୍ଟୀ

Advertisment

ଫିଲ୍ମ ନିର୍ମାତା ରୋହିତ ଶେଟ୍ଟୀଙ୍କ ମୁମ୍ବାଇ ସ୍ଥିତ ଘର ଉପରକୁ ଶନିବାର ବିଳମ୍ବିତ ରାତିରେ ହୋଇଥିବା ଗୁଳିମାଡ଼ ଘଟଣା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ସୋଶାଲ ମିଡିଆ ମାଧ୍ୟମରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ଦାବି କରିଛି।  

Advertisment

ଏହି ଘଟଣାରେ ପୁଣେ ପୁଲିସ ୫ ଜଣଙ୍କୁ ଧରିଥିବା ବେଳେ ସେମାନଙ୍କର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହିତ ସଂପର୍କ ରହିଛି ବୋଲି ଅଭିଯୋଗ ଥିବା ସ୍ପଷ୍ଟ କରିଛି। ପୁଣେ ପୁଲିସ ଏହି ଅଭିଯୁକ୍ତମାନଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି।  

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସୋଶାଲ ମିଡିଆ ମାଧ୍ୟମରେ ନିଜକୁ ଦାୟୀ କରିବା ପରେ ଅର୍ଜୁ ବିଷ୍ଣୋଇ ନାମକ ଜଣେ ଗ୍ୟାଙ୍ଗଷ୍ଟର ଏକ ଅଡିଓ ମେସେଜ ଜାରି କରି ଏହି ଘଟଣା ପାଇଁ ନିଜକୁ ଦାୟୀ କରିଥିଲା। ଏହି ଅଡିଓରେ ଅର୍ଜୁ ବିଷ୍ଣୋଇ କହିଛି ଯେ ଏହି ଘଟଣା ପାଇଁ ଶୁଭମ ଲୋନକର, ହରି ବକ୍ସର ଓ ସେ ଦାୟୀ। ସେମାନଙ୍କ ବ୍ୟାପାରରେ ମୁଣ୍ଡ ନଖେଳାଇବା ପାଇଁ ବାରମ୍ବାର ଏହି ଫିଲ୍ମ ନିର୍ମାତାଙ୍କୁ ଚେତାବନୀ ଦିଆଯାଇଥିଲା। ଯାହା ଘଟିଛି, ତାହା କେବଳ ଟ୍ରେଲର ବୋଲି ଏହି ଅଡିଓରେ କୁହାଯାଇଛି। 

Advertisment

ଏହା ସହିତ ଏହି ଅଡିଓରେ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଜଡ଼ିତ ଲୋକଙ୍କୁ ଚେତାବନୀ ଦେଇ କୁହାଯାଇଛି ଯେ ଯଦି ସେମାନଙ୍କର ଏହି ବାର୍ତ୍ତାକୁ କେହି ଏଡ଼ାଇ ଦିଅନ୍ତି, ତା’ହେଲେ ତା’ର ଫଳ ସେମାନେ ଭୋଗିବେ। ଯିଏ ସେମାନଙ୍କ ଶତ୍ରୁମାନଙ୍କୁ ସମର୍ଥନ କରିବ, ତାଙ୍କୁ ଦଳି ଦିଆଯିବ। 

ପୁଲିସ୍ କହିଛି ଯେ ଏହି ଅଡିଓର ସତ୍ୟାସତ୍ୟ ସଂପର୍କରେ ଯାଞ୍ଚ  କରାଯାଉଛି। ଏହି ଘଟଣାରେ ଲରେନ୍ସ ବିଷ୍ଣୋଇର ସଂପୃକ୍ତି ନେଇ ମଧ୍ୟ ଯାଞ୍ଚ କରାଯାଉଛି। ଏହା ମଧ୍ୟରେ ରୋହିତ ଶେଟ୍ଟୀଙ୍କ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି।

ପୁଲିସ କହିଛି ଯେ ଶନିବାର ରାତି ପ୍ରାୟ ୧୨ଟା ୪୫ରେ ଜୁହୁ ସ୍ଥିତ ରୋହିତ ଶେଟ୍ଟୀଙ୍କ ୯ ମହଲା କୋଠା ଉପରକୁ ଲକ୍ଷ୍ୟ କରି ଗୁଳି କରାଯାଇଥିଲା। ପ୍ରାୟ ୫ ରାଉଣ୍ଡ ଗୁଳି କରାଯାଇଥିଲା। ସେଥିରୁ ଗୋଟିଏ ଗୁଳି ଉକ୍ତ କୋଠାର ପ୍ରଥମ ମହଲାରେ ବାଜିଥିଲା।   

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ବହୁ ହାଇ-ପ୍ରୋଫାଇଲ ଅପରାଧ ଘଟାଇଛି। ଦୁଇ ବର୍ଷ ତଳେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଏହି ଗ୍ୟାଙ୍ଗ ହତ୍ୟା କରିଥିଲା। ସେହିପରି ତା’ପୂର୍ବରୁ ସଲମାନ ଖାନଙ୍କ ବାନ୍ଦ୍ରା ସ୍ଥିତ ଘର ବାହାରେ ଦୁଇ ଜଣ ଯୁବକ ଗୁଳି ଚଳାଇଥିଲେ। ଏହି ଘଟଣା ପାଇଁ ମଧ୍ୟ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ନିଜକୁ ଦାୟୀ କରିଥିଲା 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe