Advertisment

ରିଲିଜ୍‌ ହେଲା ‘ଖୁସି’- ଗୋଟେ ସୁନ୍ଦର ଉପହାର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ମୁକ୍ତିଲାଭ କରିଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ଖୁସି’। ଓଡ଼ିଶାର ୧୬ଟି ପ୍ରେକ୍ଷାଳୟରେ ଫିଲ୍ମଟି ରିଲିଜ୍‌ ହୋଇଛି। ପ୍ରଥମ ଥର ପାଇଁ ବ୍ୟାବସାୟିକ ସିନେମାରୁ ପାଦ କାଢ଼ି ଏକ ସମାନ୍ତରାଳ ଫିଲ୍ମ ନିର୍ମାଣ କରିଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଏହି ସିନେମାରେ ବରିଷ୍ଠ ଅଭିନେତା ମିହିର ଦାସ, ମଧୁମିତା, ସୌମ୍ୟା ଭୌମିକଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି। ମୁଖ୍ୟ ଚରିତ୍ରରେ ରହିଛନ୍ତି ଶିଶୁ କଳାକାର […]

ଅଦ୍ୟତନ ହୋଇଛି
ରିଲିଜ୍‌ ହେଲା ‘ଖୁସି’- ଗୋଟେ ସୁନ୍ଦର ଉପହାର!

khusi

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ମୁକ୍ତିଲାଭ କରିଛି ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ଖୁସି’। ଓଡ଼ିଶାର ୧୬ଟି ପ୍ରେକ୍ଷାଳୟରେ ଫିଲ୍ମଟି ରିଲିଜ୍‌ ହୋଇଛି। ପ୍ରଥମ ଥର ପାଇଁ ବ୍ୟାବସାୟିକ ସିନେମାରୁ ପାଦ କାଢ଼ି ଏକ ସମାନ୍ତରାଳ ଫିଲ୍ମ ନିର୍ମାଣ କରିଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାପସ ସରଘରିଆ। ଏହି ସିନେମାରେ ବରିଷ୍ଠ ଅଭିନେତା ମିହିର ଦାସ, ମଧୁମିତା, ସୌମ୍ୟା ଭୌମିକଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି। ମୁଖ୍ୟ ଚରିତ୍ରରେ ରହିଛନ୍ତି ଶିଶୁ କଳାକାର ଐଶ୍ୱର୍ଯ୍ୟା।

Advertisment

ବର୍ଷାକୁ ଖାତିର ନକରି ସକାଳୁ ସକାଳୁ ଘର ପାଖ ସ୍କୁଲକୁ ଯାଇଥିଲା ଖୁସି। ହେଲେ ଦ୍ୱିପହର ବେଳକୁ ତା’ ବାପାଙ୍କୁ ପୁଲିସ ତରଫରୁ ଆସୁଛି ଛାତି ଥରାଇ ଦେବା ଭଳି ଫୋନ କଲ୍। ପାଶବିକତାର ଶିକାର ହୋଇ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ବେଡ଼୍‌ରେ ପଡ଼ିଛି ଖୁସି। ଏହି ସମୟରେ କ’ଣ ହେଉଛି ପରିବାରର ଅବସ୍ଥା, କେମିତି ପରିସ୍ଥିତି ଦେଇ ଗତି କରୁଥିବେ ବାପା ମା’? ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ପୂରା ପରିବାର କେତେ ସଂଘର୍ଷ କରୁଛି? ଏମିତି କିଛି ଅସୁମାରୀ ଆବେଗର ପ୍ରଶ୍ନକୁ ନେଇ ନିଖୁଣ ଭାବେ ତିଆରି ହୋଇଛି ଫିଲ୍ମ ‘ଖୁସି’।

publive-imageଏହି ଚଳଚ୍ଚିତ୍ରକୁ ନେଇ ଲୋକଙ୍କର ସକାରାତ୍ମକ ପ୍ରତିକ୍ରିୟା ରହିଛି। ଫିଲ୍ମ ଦେଖି ହଲ୍‌ରୁ ବାହାରିବା ସମୟରେ ଲୋକମାନେ କହିଛନ୍ତି, ଏମିତି ଫିଲ୍ମ ଓଲିଉଡ୍‌ରେ ହେବା ଦରକାର। କାରଣ ଯେଉଁ ଅଭିଯୋଗ ଆସେ ଯେ ଓଡ଼ିଶାରେ କେବଳ ଗୋଟେ ପ୍ରକାରର ଫିଲ୍ମ ହୁଏ, କାହାଣୀ କପି ହୁଏ, ଏ ଫିଲ୍ମ ତାହାକୁ ଭୁଲ୍‌ ପ୍ରମାଣିତ କରିଦେବ। ଏଥିସହ କିଛି ଲୋକ କହିଛନ୍ତି ଯେ ଭିନ୍ନ ଶୈଳୀର ଫିଲ୍ମର ଆବଶ୍ୟକତା ଥିଲା। ଖୁସି ଏକ ଭିନ୍ନ ଧରଣର ଫିଲ୍ମ। ଯାହାକୁ ଦେଖିବାକୁ ଭଲ ଲାଗୁଛି।

Advertisment

ଏଥିସହ  ଗତକାଲି ଓଡ଼ିଶା ଟେଲିଭିଜନ ଲିମିଟେଡ୍‌ର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଏହି ଫିଲ୍ମ ସମ୍ପର୍କରେ ତାଙ୍କ ଟ୍ୱିଟର ଏବଂ ଫେସ୍‌ବୁକ୍‌ରେ ଶେଆର କରିଥିଲେ। ଯେଉଁଥିରେ କମେଣ୍ଟ ମାଧ୍ୟମରେ ଲୋକମାନେ ତାଙ୍କ ମତାମତ ରଖିଥିଲେ। କିଛି ଲୋକ ଏହି ଫିଲ୍ମ ଲୋକଙ୍କୁ ଭିନ୍ନ ଏକ ସ୍ୱାଦ ଦେଇଛି। ତରଙ୍ଗ ସିନେ ପ୍ରଡକ୍ସନ୍ସ ଏମିତି ଫିଲ୍ମ କରିବା ଜାରି ରଖୁ ବୋଲି କିଛି ଲୋକ କହିଥିବା ବେଳେ କିଛି ଲୋକ ଏମିତି ସାମାଜିକ ସମସ୍ୟାକୁ ପରଦା ଉପରେ ଦେଖାଇବାର ପ୍ରୟାସ କରିଥିବାରୁ ଖୁସି ଟିମ୍‌କୁ ଶୁଭେଚ୍ଛା ଜଣେଇଛନ୍ତି। କିଛି ଲୋକ ତରଙ୍ଗ ସିନେ ପ୍ରଡକ୍ସନ୍ସ ତରଫରୁ ଏହା ଏକ ସୁନ୍ଦର ଉପହାର ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe