Advertisment

ବନ୍ୟା ପାଣିରେ ବୁଡ଼ିଲା ବିଶ୍ୱଦରବାର ଯାତ୍ରା ପାର୍ଟି ଟେଣ୍ଟ

ବୁଧବାର ସକାଳେ ଆକାଶରେ ମେଘ ନଥିଲା। ଉଇଁଥିଲା ସୂର୍ଯ୍ୟ। ଯାତ୍ରା ଆୟୋଜକ ଭାବିଥିଲେ ସବୁ ଠିକ୍‌ଠାକ ଅଛି। ରାତିରେ ଯାତ୍ରା ନିଶ୍ଚତ ହେବ। ହେଲେ ଚାହୁଁ ଚାହୁଁ ସକାଳ ପ୍ରାୟ ୮ଟା ବେଳେ ମାଡ଼ି ଆସିଲା ବୈତରଣୀର ବନ୍ୟା ପାଣି।

ଅଦ୍ୟତନ ହୋଇଛି
Bhadrak

Jatra

Advertisment

ଯାତ୍ରା ପରିବେଷଣ ପାଇଁ ଆସିଥିଲା। ହେଲେ ଯାତ୍ରା ପରିବେଷଣ ପୂର୍ବରୁ ବନ୍ୟା ପାଣିରେ ବୁଡ଼ିଗଲା ବିଶ୍ୱଦରବାର ଯାତ୍ରା ପାର୍ଟି ଟେଣ୍ଟ। ଅନେକ ଲୋକଙ୍କ ଘରେ ମଧ୍ୟ ବନ୍ୟା ପାଣି ପଶି ଯାଇଛି। ଦୟନୀୟ ସ୍ଥିତିରେ ଅଛନ୍ତି ଲୋକେ। ଏପରି ବିକଳ ଚିତ୍ର ଆସିଛି ଭଦ୍ରକ ଜିଲ୍ଲାରୁ।

Advertisment

ଧାମନଗର ବ୍ଲକ୍‌ ଦୋବଲଠାରେ ବିଶ୍ୱଦରବାର ଯାତ୍ରା ପରିବେଷଣ ପାଇଁ ଆସିଥିଲା। ତା’ ପୂର୍ବରୁ ଅନୁଷ୍ଠାନ ପକ୍ଷରୁ ଷ୍ଟେଜ୍‌ ଓ ଟେଣ୍ଟ ବନ୍ଧା ଯାଇଥିଲା। ଲାଇଟ୍‌ ମଧ୍ୟ ଟଙ୍ଗା ସରିଥିଲା। ପ୍ରାୟତଃ ସବୁ କଳାକାଳମାନେ ଆସି ଥିଲେ। ସେଠାରେ ଯାତ୍ରା ରିହଲ୍‌ସେଲ୍‌ ହେବାର ଥିଲା। ଏଥିସହ ଗତବର୍ଷର ନାଟକ ରେକଡିଂ ହେବାର ଥିଲା। ସେଥିପାଇଁ କଳାକାରମାନେ ବେଶ୍‌ ଉତ୍ସାହିତ ଥିଲେ।

ବୁଧବାର ସକାଳେ ଆକାଶରେ ମେଘ ନଥିଲା। ଉଇଁଥିଲା ସୂର୍ଯ୍ୟ। ଯାତ୍ରା ଆୟୋଜକ ଭାବିଥିଲେ ସବୁ ଠିକ୍‌ଠାକ ଅଛି। ରାତିରେ ଯାତ୍ରା ନିଶ୍ଚତ ହେବ। ହେଲେ ଚାହୁଁ ଚାହୁଁ ସକାଳ ପ୍ରାୟ ୮ଟା ବେଳେ ମାଡ଼ି ଆସିଲା ବୈତରଣୀର ବନ୍ୟା ପାଣି। ବିଶ୍ୱ ଦରବାର ଯାତ୍ରା ପାର୍ଟି ଟେଣ୍ଡ ଭିତରେ ପଶି ଯାଇଥିଲା ବନ୍ୟା ପାଣି। ଷ୍ଟେଜ୍‌ ମଧ୍ୟ ବୁଡ଼ି ଯାଇଥିଲା।

Advertisment
Jatraପାଣିରେ ବୁଡ଼ିଲା ଷ୍ଟେଜ୍‌

ବନ୍ୟା ପାଣିରେ ଷ୍ଟେଜ୍‌ ପାଖରେ ହୋଇଥିବା ଗ୍ରୀନ୍‌ ରୁମ୍‌ ବୁଡ଼ି ଯାଇଥିଲା। ସେହି ପାଣି କଳାକାରଙ୍କ ଡ୍ରେସ୍‌ ଓ ବୈଦ୍ୟୁତିକ ଯନ୍ତ୍ରଂଶ ସବୁ ଭିଜି ଯାଇଥିଲା। ପାଣି ପ୍ରବଳ ବେଗରେ ଆସିଥିବାରୁ ଉଦ୍ଧାର କରିବା ପାଇଁ କାହା ପାଖରେ ସୁଯୋଗ ନଥିଲା। ଏବେ ବହୁ କଷ୍ଟରେ ଲୋକମାନେ ବିଦ୍ୟୁତିକ ସରଞ୍ଜାମ ଉଦ୍ଧାର କରୁଛନ୍ତି। ଗ୍ରାମାଞ୍ଚଳରେ ବହୁ ଲୋକଙ୍କ ଘରେ ମଧ୍ୟ ବନ୍ୟାପାଣି ପଶିଛି। କଳାକାରଙ୍କ ସମେତ ବହୁ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି।

ରିପୋର୍ଟ-ଭଦ୍ରକରୁ ପାର୍ଥସାରଥୀ ନାୟକ

Jollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe