ମୁମ୍ୱାଇ: ଗତ ଶୁକ୍ରବାର ରିଲିଜ୍ ହୋଇଛି ଅନୁରାଗ କଶ୍ୟପଙ୍କ ଚର୍ଚ୍ଚିତ ଫିଲ୍ମ ’ବମ୍ବେ ଭେଲଭେଟ୍’। ଅନୁଷ୍କା ଶର୍ମା ଓ ରଣବୀର କପୁରଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଥିଲା। ହେଲେ ଗତ ଦୁଇ ଦିନରେ ଏହା ବକ୍ସ ଅଫିସରେ କିଛି ଖାସ୍ ବ୍ୟବସାୟ କରିପାରି ନାହିଁ । ଶୁକ୍ରବାର ଓ ଶନିବାର ମିଶି ପ୍ରାୟ ୧୦.୩୦ କୋଟି ଟଙ୍କା ବ୍ୟବସାୟ କରିଛି ’ବମ୍ବେ ଭେଲଭେଟ୍’। ରିଲିଜ୍ ଦିନ ଫିଲ୍ମଟି ୫.୨୦ କୋଟି ଟଙ୍କା ରୋଜଗାର କରିଥିଲା । ଦ୍ୱିତୀୟ ଦିନରେ ତା’ଠାରୁ କମ୍ ୫.୧୦ କୋଟି ଟଙ୍କା କଲେକସନ୍ କରିଥିଲା ।
ଅନ୍ୟପକ୍ଷରେ ଗତ ସପ୍ତାହରେ ରିଲିଜ୍ ହୋଇଥିବା ଦୀପିକା, ଅମିତାଭ ଓ ଇରଫାନଙ୍କ ଅଭିନିତ ‘ପିକୁ’ ଭଲ ବ୍ୟବସାୟ କରୁଛି। ବର୍ତ୍ତମାନ ସୁଦ୍ଧା ‘ପିକୁ’ ୪୯.୬୨ କୋଟି ଟଙ୍କା ବ୍ୟବସାୟ କରିସାରିଲାଣି।
ଫିଲ୍ମ ରିଲିଜ୍ ହେବା ପରେ କିଛି ଫିଲ୍ମ ସମାଲୋଚକ କହିଥିଲେ ଯେ ରଣବୀରଙ୍କ ଅଭିନୟ ଭଲ ହୋଇଛି। କିନ୍ତୁ ଫିଲ୍ମଟିର କାହାଣୀରେ ଦମ୍ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଚର୍ଚ୍ଚାରେ ସୈଫ ଓ କରୀନାଙ୍କ ଘର
ଦାମୀ ଜାଗାରେ ଘର କରିଛନ୍ତି ସୈଫ ଓ କରୀନା। କିନ୍ତୁ ଏହାର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନ।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।