Advertisment

ଫ୍ଲପ୍ ମୁହାଁ ’ବମ୍ବେ ଭେଲଭେଟ୍’!

ମୁମ୍ୱାଇ: ଗତ ଶୁକ୍ରବାର ରିଲିଜ୍ ହୋଇଛି ଅନୁରାଗ କଶ୍ୟପଙ୍କ ଚର୍ଚ୍ଚିତ ଫିଲ୍ମ ’ବମ୍ବେ ଭେଲଭେଟ୍’। ଅନୁଷ୍କା ଶର୍ମା ଓ ରଣବୀର କପୁରଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଥିଲା। ହେଲେ ଗତ ଦୁଇ ଦିନରେ ଏହା ବକ୍ସ ଅଫିସରେ କିଛି ଖାସ୍ ବ୍ୟବସାୟ କରିପାରି ନାହିଁ । ଶୁକ୍ରବାର ଓ ଶନିବାର ମିଶି ପ୍ରାୟ ୧୦.୩୦ କୋଟି ଟଙ୍କା ବ୍ୟବସାୟ କରିଛି ’ବମ୍ବେ ଭେଲଭେଟ୍’। ରିଲିଜ୍ ଦିନ ଫିଲ୍ମଟି  ୫.୨୦ କୋଟି ଟଙ୍କା ରୋଜଗାର […]

ଫ୍ଲପ୍ ମୁହାଁ ’ବମ୍ବେ ଭେଲଭେଟ୍’!

bombay-velvet

Advertisment

ମୁମ୍ୱାଇ: ଗତ ଶୁକ୍ରବାର ରିଲିଜ୍ ହୋଇଛି ଅନୁରାଗ କଶ୍ୟପଙ୍କ ଚର୍ଚ୍ଚିତ ଫିଲ୍ମ ’ବମ୍ବେ ଭେଲଭେଟ୍’। ଅନୁଷ୍କା ଶର୍ମା ଓ ରଣବୀର କପୁରଙ୍କ କେମେଷ୍ଟ୍ରି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଥିଲା। ହେଲେ ଗତ ଦୁଇ ଦିନରେ ଏହା ବକ୍ସ ଅଫିସରେ କିଛି ଖାସ୍ ବ୍ୟବସାୟ କରିପାରି ନାହିଁ । ଶୁକ୍ରବାର ଓ ଶନିବାର ମିଶି ପ୍ରାୟ ୧୦.୩୦ କୋଟି ଟଙ୍କା ବ୍ୟବସାୟ କରିଛି ’ବମ୍ବେ ଭେଲଭେଟ୍’। ରିଲିଜ୍ ଦିନ ଫିଲ୍ମଟି  ୫.୨୦ କୋଟି ଟଙ୍କା ରୋଜଗାର କରିଥିଲା । ଦ୍ୱିତୀୟ ଦିନରେ ତା’ଠାରୁ କମ୍ ୫.୧୦ କୋଟି ଟଙ୍କା କଲେକସନ୍ କରିଥିଲା ।

Advertisment

ଅନ୍ୟପକ୍ଷରେ ଗତ ସପ୍ତାହରେ ରିଲିଜ୍ ହୋଇଥିବା ଦୀପିକା, ଅମିତାଭ ଓ ଇରଫାନଙ୍କ ଅଭିନିତ ‘ପିକୁ’ ଭଲ ବ୍ୟବସାୟ କରୁଛି। ବର୍ତ୍ତମାନ ସୁଦ୍ଧା ‘ପିକୁ’ ୪୯.୬୨ କୋଟି ଟଙ୍କା ବ୍ୟବସାୟ କରିସାରିଲାଣି।

ଫିଲ୍ମ ରିଲିଜ୍ ହେବା ପରେ କିଛି ଫିଲ୍ମ ସମାଲୋଚକ କହିଥିଲେ ଯେ ରଣବୀରଙ୍କ ଅଭିନୟ ଭଲ ହୋଇଛି। କିନ୍ତୁ ଫିଲ୍ମଟିର କାହାଣୀରେ ଦମ୍ ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe