/odisha-reporter/media/post_attachments/uploads/2015/05/amit-sadh-.jpg)
amit--
ମୁମ୍ୱାଇ : ବଲିଉଡ ଅଭିନେତା ଅମିତ ସାଧ ଦେଖାଦେବେ ଜଣେ ଫୁଟବଲ ଖେଳାଳି ରୂପରେ । ବାପ ପୁଅର ସମ୍ପର୍କକୁ ନେଇ ନିର୍ମିତ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେବେ ମୋହିତ ଝା । ଏହି ଫିଲ୍ମ ଜରିଆରେ ପ୍ରଥମ କରି ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଦେବେ ମୋହିତ । ପୂର୍ବରୁ ବହୁ ସିରିୟଲରେ କମାଲ କରିସାରିଛନ୍ତି ଏହି ନିର୍ଦ୍ଦେଶକ । ଛୋଟି ବୋହୁ, ହିଟଲର ଦିଦି, ପରୱରିସ, କରିନା କରିନା ଭଳି ପପୁଲାର ସିରିୟଲ କରି ଛୋଟ ପରଦାରେ ରାଜ କରିଆସିଛନ୍ତି ଏହି ଯୁବ ନିର୍ଦ୍ଦେଶକ । ଦୀର୍ଘ ୧୮ ବର୍ଷ ଛୋଟ ପରଦାରେ ନିର୍ଦ୍ଦେଶନା ଦେଲାପରେ ଏବେ ବଲିଉଡରେ ପାଦ ଦେଇ କିଛିଟା କମାଲ କରିବାକୁ ମନ ବଳେଇଛନ୍ତି ମୋହିତ ଝା । ଗୋଟେ ଇମୋସନାଲ ଏବଂ ହୃଦୟ ସ୍ପର୍ଷ୍ଟୀ କାହାଣୀକୁ ନେଇ ସେ ଏବେ କରିବାକୁ ଯାଉଛନ୍ତି ନିଜର ଭାଗ୍ୟ ପରୀକ୍ଷା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
