Advertisment

ଲଣ୍ଡା ହେବାକୁ ରାଇମୋହନ ନେଇଥିଲେ ୫୦,୦୦୦ଟଙ୍କା !

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଖଳନାୟକ ହେଉଛନ୍ତି ରାଇମୋହନ ପରିଡ଼ା। ପରଦାରେ ତାଙ୍କର ଦମ୍‌ଦାର ଅଭିନୟ ଲୋକମାନଙ୍କୁ ଭୟଭୀତ କରିଦିଏ। ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ତେବେ ଅଭିନୟ ସହିତ ସେ ନିଜ ଲୁକ୍‌କୁ ମଧ୍ୟ ଗୁରୁତ୍ୱ ଦିଅନ୍ତି। କୁହାଯାଏ, ଲୁକ୍‌କୁ ନେଇ ରାଇମୋହନ କେବେ ବୁଝାମଣା କରନ୍ତି ନାହିଁ। ତେବେ ଲମ୍ବା କେଶ ରଖିବାକୁ ଭଲ ପାଉଥିବା ରାଇମୋହନଙ୍କୁ […]

author-image
Biswobandita Swain
ଲଣ୍ଡା ହେବାକୁ ରାଇମୋହନ ନେଇଥିଲେ ୫୦,୦୦୦ଟଙ୍କା !

rai-o

ଭୁବନେଶ୍ୱର (ଓଡିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଖଳନାୟକ ହେଉଛନ୍ତି ରାଇମୋହନ ପରିଡ଼ା। ପରଦାରେ ତାଙ୍କର ଦମ୍‌ଦାର ଅଭିନୟ ଲୋକମାନଙ୍କୁ ଭୟଭୀତ କରିଦିଏ। ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ତେବେ ଅଭିନୟ ସହିତ ସେ ନିଜ ଲୁକ୍‌କୁ ମଧ୍ୟ ଗୁରୁତ୍ୱ ଦିଅନ୍ତି। କୁହାଯାଏ, ଲୁକ୍‌କୁ ନେଇ ରାଇମୋହନ କେବେ ବୁଝାମଣା କରନ୍ତି ନାହିଁ। ତେବେ ଲମ୍ବା କେଶ ରଖିବାକୁ ଭଲ ପାଉଥିବା ରାଇମୋହନଙ୍କୁ ଗୋଟିଏ ଫିଲ୍ମ ପାଇଁ ଲଣ୍ଡା ହେବାକୁ କୁହାଯାଇଥିଲା। ଫଳରେ ସେ ଅକଳରେ ପଡ଼ିଯାଇଥିଲେ।

Advertisment

ସେ ଫିଲ୍ମଟି ହେଉଛି ‘ଜୟ ଶ୍ରୀରାମ’। ଏହା ୧୯୯୯ ମସିହାରେ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ପାଇଁ ରାଇଙ୍କୁ ଲଣ୍ଡା ହେବାକୁ ନିର୍ଦ୍ଦେଶକ କହିଥିଲେ। ସେ ପ୍ରଥମେ ଏ ପ୍ରସ୍ତାବରେ ରାଜି ହୋଇ ନଥିଲେ। କିନ୍ତୁ ଚରିତ୍ରର ଡିମାଣ୍ଡ ଅନୁଯାୟୀ, ତାଙ୍କୁ ଲଣ୍ଡା ହେବାକୁ ପଡ଼ିଲା। ତେବେ ଏଥିପାଇଁ ସେ ୫୦,୦୦୦ଟଙ୍କା ନେଇଥିଲେ। ନିକଟରେ ଓଟିଭିର ‘ଗପସପ’ କାର୍ଯ୍ୟକ୍ରମରେ ଯୋଗଦେଇ ରାଇମୋହନ ଏକଥା କହିଥିଲେ।

ସେହିଭଳି ଲମ୍ବା କେଶ ରଖିବାର ଗୁମର ବି ସେ ଏହି କାର୍ଯ୍ୟକ୍ରମରେ ଖୋଲିଥିଲେ। ରାଇ କହିଥିଲେ ଯେ ଯେତେବେଳେ ସେ ଚୁଟିକୁ ଛାଟି ଡାଏଲଗ୍ କହନ୍ତି, ସେତେବେଳେ ତାଙ୍କ ଲୁକ୍‌ ଭୟଙ୍କର ହୋଇଯାଏ। ତେଣୁ ସେ ଲମ୍ବା ଚୁଟି ରଖନ୍ତି।

Advertisment