Advertisment

ଏଥିପାଇଁ ନଭେମ୍ବର୧୫ରେ ବାହା ହେଉଛନ୍ତି ଦୀପିକା

ମୁମ୍ବାଇ: ଦୀର୍ଘ ଦିନ ଧରି ଡେଟ୍‌ କରୁଥିବା ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ସେମାନଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୧୪ ଓ ୧୫ରେ ବାହାଘର ତାରିଖ ଧାର୍ଯ୍ୟ ହୋଇଛି।  ଦୁହେଁ ସୋଶାଲ୍‌ ମିଡିଆରେ ଏହା ବିଷୟରେ ସୂଚନା ଦେଇଛନ୍ତି। ସୂତ୍ର ଅନୁସାରେ, ଦୁହେଁ ହିନ୍ଦୁ ରିତିନୀତି ଅନୁସାରେ ବିବାହ କରିବେ। କିନ୍ତୁ ଗୋଟିଏ କଥା ଉପରେ ଆପଣ ଧ୍ୟାନ ଦେଇଛନ୍ତି କି ? ନଭେମ୍ବର ୧୪ ଓ […]

ଏଥିପାଇଁ ନଭେମ୍ବର୧୫ରେ ବାହା ହେଉଛନ୍ତି ଦୀପିକା

g6

Advertisment

ମୁମ୍ବାଇ: ଦୀର୍ଘ ଦିନ ଧରି ଡେଟ୍‌ କରୁଥିବା ବଲିଉଡ୍‌ର ଚର୍ଚ୍ଚିତ ପ୍ରେମୀ ଯୁଗଳ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂହ ସେମାନଙ୍କ ବିବାହ ତାରିଖ ଘୋଷଣା କରିଛନ୍ତି। ନଭେମ୍ବର ୧୪ ଓ ୧୫ରେ ବାହାଘର ତାରିଖ ଧାର୍ଯ୍ୟ ହୋଇଛି।  ଦୁହେଁ ସୋଶାଲ୍‌ ମିଡିଆରେ ଏହା ବିଷୟରେ ସୂଚନା ଦେଇଛନ୍ତି। ସୂତ୍ର ଅନୁସାରେ, ଦୁହେଁ ହିନ୍ଦୁ ରିତିନୀତି ଅନୁସାରେ ବିବାହ କରିବେ।

Advertisment

କିନ୍ତୁ ଗୋଟିଏ କଥା ଉପରେ ଆପଣ ଧ୍ୟାନ ଦେଇଛନ୍ତି କି ? ନଭେମ୍ବର ୧୪ ଓ ୧୫ରେ କୌଣସି ତିଥି ନଥାଇ ବି ଦୁହେଁ ବିବାହ କରୁଛନ୍ତି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ମୁତାବକ, ଜ୍ୟୋତିଷଙ୍କ ମତରେ କେବଳ ଡିସେମ୍ବରରେ କେବଳ ଗୋଟିଏ ଦିନ ଛାଡ଼ିଦେଲେ, ଏହି ବର୍ଷ ବାହାଘରର ଅନ୍ୟ କୌଣସି ତିଥି ନାହିଁ। ତେଣୁ ନଭେମ୍ବର ୧୪ ଓ ୧୫ରେ ଦୀପିକା ଓ ରଣବୀରଙ୍କ ବିବାହକୁ ଅନେକ ସମାଲୋଚନା କରାଯାଉଛି।

ତେବେ, ତିଥି ନ ଥାଇ ବି ଉଭୟ ଦୀପିକା ଓ ରଣବୀର ବିବାହ କରିବା ନିଷ୍ପତ୍ତି ସମ୍ପର୍କରେ ଏକ କଥା ଏବେ ସାମ୍ନାକୁ ଆସିଛି। ଦୁହେଁ ପ୍ରଥମ ଥର ପାଇଁ ଫିଲ୍ମ ‘ଗଲିୟୋଁ କି ରାସ ଲୀଲା ରାମଲୀଲା’ରେ ଏକାଠି  କାମ କରିଥିଲେ। ଏହି ଫିଲ୍ମ୍‌ ନଭେମ୍ବର୧୫, ୨୦୧୩ ରେ ରିଲିଜ୍‌ ହୋଇଥିଲା। ସେହି ଫିଲ୍ମ ପରଠାରୁ ଦୁହେଁ ଉଭୟଙ୍କର ନିକଟତର ହୋଇଥିଲେ। ସେଥିପାଇଁ ଦୁହେଁ ନିଜ ପର୍ସନାଲ୍‌ ଲାଇଫ୍‌ ବି ଏକାଠି ଏହି ତାରିଖରୁ ଆରମ୍ଭ କରିବାକୁ ଯୋଜନା କରିଛନ୍ତି।

Advertisment

ରିପୋର୍ଟ ମୁତାବକ, ଦୁହେଁ ବାହାଘର ପାଇଁ ଇଟାଲୀର ‘ଲେକ୍‌ କୋମୋ’ରେ ଭେନ୍ୟୁ ଫାଇନାଲ୍‌ କରିଛନ୍ତି। ଆଉ ତାଙ୍କର ଏହି ବାହାଘରକୁ କେବଳ ୩୦ଜଣ ଅତିଥିଙ୍କୁ ଆମନ୍ତ୍ରଣ କରାଯିବ।

ରିପୋର୍ଟ ମୁତାବକ, ଏହି ବାହାଘରକୁ ଅତିଥିମାନଙ୍କୁ ଫୋନ୍‌ ନ ନେଇ ଯିବାକୁ ଅନୁରୋଧ କରାଯାଇଛି। ବିବାହର ସବୁ ରିତିନୀତି ମଧ୍ୟ ଯେପରି ପର୍ସନାଲ ରହିବ, ସେଥିପ୍ରତି ଧ୍ୟାନ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe