/odisha-reporter/media/post_attachments/uploads/2016/10/force2.jpg)
force2
ମୁମ୍ବାଇ: ଟ୍ରେଲର ରିଲିଜର ନଅ ଦିନରେ ଦେଖିଲେ ଏକ କୋଟି ଦର୍ଶକ। ଜନ୍ ଆବ୍ରାହମଙ୍କ ଉପରେ ଆଧାରିତ ଫିଲ୍ମ ଫୋର୍ସ-୨ର ଟ୍ରେଲର ଦର୍ଶକକୁ ବହୁମାତ୍ରାରେ ପସନ୍ଦ ଆସିଛି। ଏହି ଟ୍ରେଲର ସେପ୍ଟେମ୍ବର୨୯ରେ ୟୁଟ୍ୟୁବରେ ଆସିଥିଲା। ଦେଶ ପାଇଁ ଜୀବନ ଦେଇ ଶହିଦ ହୋଇଥିବା ଯବାନ ଯେଉଁମାନଙ୍କ ପରିଚୟ ଆଜିବି ଲୁଚି ରହିଛି ତାଙ୍କରି ଉଦ୍ଦେଶ୍ୟରେ ଏହି ଟ୍ରେଲର ରିଲିଜ କରାଯାଇଛି। ବର୍ତ୍ତମାନ ସୁଧା ୧୦,୩୦୬,୫୭୫ ଦର୍ଶକ ଦେଖିସାରିଛନ୍ତି।
Advertisment
ନିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମରେ ଜନ ଓ ସୋନାକ୍ଷୀ ପ୍ରମୁଖ ଭୂମିକାରେ ନଜର ଆସିବେ। ୨୦୧୧ରେ ପ୍ରଥମ ଥର ପାଇଁ ‘ଫୋର୍ସ’ ଫିଲ୍ମରେ ଜନ ଓ ସୋନାକ୍ଷୀ କାମ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
