Advertisment

ସ୍ୱପ୍ନ ଦୁଃସ୍ୱପ୍ନ ହୋଇଯାଇଛି: ମାଲୟାଲମ ଅଭିନେତ୍ରୀ

ମାଲୟାଲମ ଇଣ୍ଡଷ୍ଟ୍ରିରେ 'ମି ଠୁ'କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିଜ କ୍ୟାରିୟର ଏବଂ ହେମା କମିଟି ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ମୀନୁ ମୁନୀର।

ଅଦ୍ୟତନ ହୋଇଛି
Minu Muneer

Minu Muneer

Advertisment

ମାଲୟାଲମ ଇଣ୍ଡଷ୍ଟ୍ରିରେ 'ମି ଠୁ'କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ନିଜ କ୍ୟାରିୟର ଏବଂ ହେମା କମିଟି ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ମୀନୁ ମୁନୀର। ଇଣ୍ଡଷ୍ଟ୍ରିରେ ତାଙ୍କ ସ୍ୱପ୍ନ କିପରି ଦୁଃସ୍ୱପ୍ନରେ ପରିଣତ ହୋଇଯାଇଛି ଏବଂ ତାଙ୍କ ଅଭିଯୋଗ କ୍ରମେ କିପରି ବଡ଼ ବଡ଼ ଅଭିନେତା ଏବଂ ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇ ପାରିଛି ସେ ବିଷୟରେ କହିଛନ୍ତି।

Advertisment

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୀନୁ ମୁନୀର କହିଛନ୍ତି, "ମୁଁ ହେମା କମିଟିର ତଦନ୍ତରେ ଖୁବ୍ ସନ୍ତୁଷ୍ଟ। ଜଣେ ବିଧାୟକ ଗିରଫ ହେବା ଛୋଟ କଥା ନୁହେଁ। ହେମା କମିଟି ରିପୋର୍ଟ ପ୍ରକାଶ ପାଇବା ମୋ ପାଇଁ ଖୁବ୍ ଆନନ୍ଦଦାୟକ ଥିଲା। ମୁଖ୍ୟମନ୍ତ୍ରୀ ଯେତେବେଳେ କହିଥିଲେ, ଆମେ ଅଭିଯୋଗ ପାଇବା ମାତ୍ରେ ମାମଲା ରୁଜୁ କରିବୁ, ସେତେବେଳେ ମୁଁ ଭାବି ନେଇଥିଲି କି ମୁଁ ନିଶ୍ଚୟ ଏ ଉପରେ ମୁହଁ ଖୋଲିବି।"  

ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କ କ୍ୟାରିୟରକୁ ମନେ ପକାଇ ସେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, "ମୋର ଅନେକ ସ୍ୱପ୍ନ ଥିଲା, କିନ୍ତୁ ଇଣ୍ଡଷ୍ଟ୍ରି ମୋ ପାଇଁ ଦୁଃସ୍ୱପ୍ନ ହୋଇଗଲା। ହେମା କମିଟି ରିପୋର୍ଟ କେବଳ ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ନୁହେଁ, ବରଂ ଆମ ସମାଜ ପାଇଁ ଏକ ସ୍ୱଚ୍ଛତା।"

Advertisment

ସେ ଆହୁରି କହିଛନ୍ତି ଯେ, ତାଙ୍କୁ କମ୍ପ୍ରମାଇଜ କରିବା ପାଇଁ ଅନେକ କଲ୍ ଆସୁଥିଲା। ଏପରିକି ଟଙ୍କା ମଧ୍ୟ ଅଫର୍ ଦିଆ ଯାଉଥିଲା। କିନ୍ତୁ ସେ ଏବେ ଅଜଣା ନଂରୁ କଲ୍ ଆସିଲେ ରିସିଭ୍ କରୁନାହାନ୍ତି।

ପ୍ରକାଶ ଥାଉକି, ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ ଦିଆଯାଉଥିବା ନେଇ ଅଭିଯୋଗ ଆସିବା ପରେ କେରଳ ସରକାରଙ୍କ ପକ୍ଷରୁ ହେମା କମିଟି ଗଠନ କରାଯାଇଥିଲା। ଏହି କମିଟି ଜରିଆରେ ଅଭିନେତ୍ରୀମାନେ ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁସାରେ, ତଦନ୍ତ କରିବା ପରେ ହେମା କମିଟି ରିପୋର୍ଟ ପ୍ରକାଶ କରିଥିଲା।

ଏହି ରିପୋର୍ଟ ଅନୁସାରେ, ଇଣ୍ଡଷ୍ଟ୍ରିରେ ପୂର୍ବରୁ କାମ କରିଥିବା ମୀନୁ ମୁନୀର ସାତ ଜଣ ଲୋକପ୍ରିୟ ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ବିରୁଦ୍ଧରେ ଶାରୀରିକ ନିର୍ଯ୍ୟାତନା ସହ ଅସଭ୍ୟ ଶବ୍ଦ ପ୍ରୟୋଗ କରାଯାଇଥିବା ଅଭିଯୋଗ କରିଥିଲେ। ଏହି ତାଲିକାରେ ଲୋକପ୍ରିୟ ଅଭିନେତା ଜୟସୂର୍ଯ୍ୟା ଏବଂ ନିର୍ଦ୍ଦେଶକ ତଥା ଅଭିନେତା ବାଲାଚନ୍ଦ୍ର ମେନୋନ ମଧ୍ୟ ଅଛନ୍ତି।  

2007ରେ ବାଲାଚନ୍ଦ୍ର ତାଙ୍କୁ ଏକ ରୁମରେ ଗ୍ରୁପ୍ ସେକ୍ସ ଦେଖିବାକୁ ବାଧ୍ୟ କରିଥିବା ମୀନୁ ମୁନୀର ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ କରୁଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଅଭିନେତା ତଥା ବିଧାୟକ ମଧ୍ୟ ଅଛନ୍ତି। 

Minu Muneer MeToo Malayalam Actor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe