Advertisment

କ୍ୟାନସରରେ ଆଖି ବୁଜିଲେ ପୂର୍ବତନ ଫେମିନା ମିସ୍ ଇଣ୍ଡିଆ ରିଙ୍କି ଚମକା

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା।

Riky Chamka's File Photo

Riky Chamka's File Photo

Advertisment

ଦୀର୍ଘ ଦୁଇ ବର୍ଷ ଧରି କର୍କଟ ସହ ସଙ୍ଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ପୂର୍ବତନ ମିସ୍ ଇଣ୍ଡିଆ ରିଙ୍କି ଚକମା। ପ୍ରଥମେ ବ୍ରେଷ୍ଟ କ୍ୟାନସର ଏବଂ ପରେ ବ୍ରେନ ଟ୍ୟୁମରରେ ପୀଡିତ ହୋଇ ପ୍ରାଣ ହରାଇଛନ୍ତି ରିଙ୍କି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୮ ବର୍ଷ ବୟସ ହୋଇଥିଲା। ସେ ଫେମିନା ମିସ୍ ଇଣ୍ଡିଆ, ୨୦୧୭ ଟାଇଟଲ୍ ବିଜୟୀ ହୋଇଥିଲେ। 

Advertisment

ଦୁଇ ବର୍ଷ ଧରି କ୍ୟାନସର ସହ ଲଘେଇ କରିବା ପରେ ଗତ ମାସରେ, ନିଜ ରୋଗ ବାବଦରେ ପ୍ରକାଶ କରିଥିଲେ ରିଙ୍କି। ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେ କହିଥିଲେ, ଦୀର୍ଘଦିନ ଧରି ଏକୁଟିଆ ସଙ୍ଘର୍ଷ କରିଛି, ଏ ପରିସ୍ଥିତି ବାବଦରେ କାହାକୁ କହିବାକୁ ଚାହୁଁନଥିଲି। ଭାବୁଥିଲି ଲଢେଇ କରି ଜିତିଯିବି, ହେଲେ ଏବେ ଲାଗୁଛି ସମସ୍ତଙ୍କୁ କହିବାର ସମୟ ଆସିଯାଇଛି।

Advertisment

ତାଙ୍କୁ କ୍ଷତିକାରକ ଫାଇଲୋଡ ଟ୍ୟୁମର (ସ୍ତନ କର୍କଟ) ହୋଇଥିବା କହିଥିଲେ ରିଙ୍କି। ପ୍ରଥମେ ସ୍ତନ କର୍କଟ ଅସ୍ତ୍ରୋପଚାର କରିବା ପରେ ତାଙ୍କର ଫୁସଫୁସ୍ ଏବଂ ପରେ ମସ୍ତିଷ୍କ ଟ୍ୟୁମର ହୋଇ ଯାଇଥିଲା। ସେ କହିଥିଲେ, ଟ୍ୟୁମର ଶରୀରର ସମ୍ପୂର୍ଣ୍ଣ ଦକ୍ଷିଣ ପାର୍ଶ୍ୱ ସହ ଫୁସଫୁସକୁ ଆକ୍ରାନ୍ତ କରିଯାଇଛି। ଡାକ୍ତରମାନେ ମସ୍ତିଷ୍କ ଟ୍ୟୁମର ଅସ୍ତ୍ରୋପଚାର କରିବା ପାଇଁ ବିଚାର କରୁଛନ୍ତି। କେମୋ ଥେରାପି ସତ୍ତ୍ୱେ ଜୀବନ ରକ୍ଷା କରିବାର ଆଶା କ୍ଷୀଣ। 

ଏହି ପୋଷ୍ଟର ଗୋଟିଏ ମାସ ପରେ ପ୍ରାଣ ହରାଇଛନ୍ତି ରିଙ୍କି। ତାଙ୍କ ବିୟୋଗରେ ଫେମିନା ମିସ୍ ଇଣ୍ଡିଆ ଦୁଃଖ ପ୍ରକାଶ କରିଛି। ତାଙ୍କ ପ୍ରଚେଷ୍ଟା, ସୁନ୍ଦରତା ଏବଂ କାର୍ଯ୍ୟଦକ୍ଷତା ସର୍ବଦା ମନେ ରହିବ। ତାଙ୍କୁ ଜାଣିଥିବା ଲୋକଙ୍କ ମନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେବ ବୋଲି ଫେମିନା ମିସ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି। 

Cancer Rinky Chakma Former Miss India Tripura 2017
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe