Advertisment

ବାଲକୋନିରୁ ପଡ଼ି ପୂର୍ବତନ 1D ଗାୟକ ଲିଆମ ପାଇନଙ୍କ ମୃତ୍ୟୁ

ଲିଆମ ପାଇନଙ୍କୁ ମାତ୍ର ୩୧ ବର୍ଷ ବୟସ ହୋଇଥିଲା।

Liam Payne

Liam Payne

Advertisment

ୱାନ ଡିରେକ୍ସନର ପୂର୍ବତନ ଗାୟକ ଲିଆମ ପାଇନଙ୍କ ମୃତ୍ୟୁ। ମାତ୍ର ୩୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଆର୍ଜେଣ୍ଟିନାର ଏକ ହୋଟେଲ ବାଲକୋନିରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

Advertisment

ସୂଚନା ଅନୁସାରେ, ଗତକାଲି ଲିଆମ ଆର୍ଜେଣ୍ଟିନାର ରାଜଧାନୀ ବଏନସ୍ ଏରିସର ଏକ ହୋଟେଲରେ ଥିଲେ। ସେ ନିୟମିତ ଭାବେ ଏହି ହୋଟେଲକୁ ଆସୁଥିବା କୁହାଯାଉଛି। ଗତକାଲି ମଧ୍ୟ ହୋଟେଲରେ ଥିବାବେଳେ ବାଲକୋନିରେ ବୁଲାବୁଲି କରୁଥିଲେ। ଏହି ସମୟରେ ହଠାତ୍ ବାଲକୋନିରୁ ପଡ଼ି ଯାଇଥିଲେ। ହୋଟେଲ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଛି।

ପୁଲିସର କହିବା ଅନୁସାରେ, ହୋଟେଲର ପାଖ ବିଲ୍ଡିଂରେ ରହୁଥିବା ସ୍ଥାନୀୟ ଲୋକେ ବାଲକୋନିରେ ଜଣ ବ୍ୟକ୍ତିଙ୍କୁ ଅତ୍ୟଧିକ ମଦ୍ୟପାନ ଏବଂ ଡ୍ରକ୍ସ ସେବନ ପରେ ଉତ୍ତେଜିତ ଅବସ୍ଥାରେ ଦେଖିଥିଲେ। ଏହାର କିଛି ସମୟ ମଧ୍ୟରେ ହୋଟେଲ କର୍ମଚାରୀ ଜୋରରେ ଚିତ୍କାର ଶୁଭିଥିଲା।

Advertisment

ଫଳରେ ସେ ହୋଟେଲ ବାହାରେ ଯାଇ ଦେଖନ୍ତି ତ, ଜଣେ ବ୍ୟକ୍ତି ତଳେ ପଡ଼ିଛନ୍ତି। ପରବର୍ତ୍ତୀ ସମୟରେ ସେ ଲିଆମ ପାଇନ ବୋଲି ଜଣାପଡିଥିଲା। ପ୍ରବଳ ନିଶା କାରଣରୁ ସେ ଭାରସାମ୍ୟ ହରାଇ ତିନି ମହଲା କୋଠାର ବାଲକୋନିରୁ ପଡ଼ି ଯାଇଥିବା ପୁଲିସ ସନ୍ଦେହ କରୁଛି।

ପ୍ରକାଶ ଥାଉକି, ୱାନ୍ ଡିରେକ୍ସନ ହେଉଛି ଲଣ୍ଡନର ଏକ ପପ୍ ବ୍ୟାଣ୍ଡ। ଲିଆମ ପାଇନ ମଧ୍ୟ ଜଣେ ବ୍ରିଟିଶ ନାଗରିକ। ସେ ପୂର୍ବରୁ ଏହି ବ୍ୟାଣ୍ଡର ଗାୟକ ଥିଲେ। ଏହି ବ୍ୟାଣ୍ଡ ୨୦୧୦ରୁ ୨୦୧୬ ପର୍ଯ୍ୟନ୍ତ ସକ୍ରିୟ ଥିଲା। ବର୍ତ୍ତମାନ ଏହା ବନ୍ଦ ରହିଛି। 

Liam Payne One Direction Singer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe