ଲୋକପ୍ରିୟ ଟିଭି ଶୋ' 'ବିଗ୍ ବସ୍'ର ଜଣେ ପୂର୍ବତନ ପ୍ରତିଯୋଗୀ ତାଙ୍କ ବନ୍ଧୁଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ବନ୍ଧୁ ତାଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଏହି ଘଟଣା 2023ରେ ଦେଓଲି ରୋଡ ଫ୍ଲାଟରେ ଘଟିଥିଲା ବୋଲି ଦିଲ୍ଲୀର ଜଣେ ପୁଲିସ ଅଧିକାରୀ କହିଛନ୍ତି।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, "ଆମେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଟିଗ୍ରି ଥାନାରେ ଭାରତୀୟ ଦଣ୍ଡବିଧାନ ଧାରା 376 (ଦୁଷ୍କର୍ମ) ଅନୁଯାୟୀ ଏକ ମାମଲା ରୁଜୁ କରିଛୁ। ଏପର୍ଯ୍ୟନ୍ତ ଗିରଫଦାରୀ ହୋଇନାହିଁ। ଘଟଣାର ତଦନ୍ତ ପାଇଁ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି।"
ସୂଚନା ଅନୁସାରେ, ଅଭିଯୋଗ କରିଥିବା ଅଭିନେତ୍ରୀ ଜଣକ ରିଆଲିଟି ଶୋ' 'ବିଗ୍ ବସ୍'ର ଜଣେ ଲୋକପ୍ରିୟ କଳାକାର। 'ବିଗ୍ ବସ୍'ରେ ପ୍ରତିଯୋଗିତା କରିବା ସହ ଟେଲିଭିଜନ ଏବଂ ସିରିଏଲରେ ମଧ୍ୟ କାମ କରିଛନ୍ତି। ସେ ମୁମ୍ବାଇର ମୂଳ ବାସିନ୍ଦା। ତାଙ୍କ ବନ୍ଧୁ ଦିଲ୍ଲୀ ଡାକିବାରୁ ସେ ସେଠାକୁ ଆସିଥିଲେ।
ଦିଲ୍ଲୀରେ ତାଙ୍କ ବନ୍ଧୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ପୁଲିସ୍ ଏକ ଟିମ୍ ଗଠନ କରି ତଦନ୍ତ କରିବା ସହ ଅଭିଯୁକ୍ତକୁ ଖୋଜୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।