Advertisment

ବନ୍ଧୁଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ 'ବିଗ୍ ବସ୍' ପ୍ରତିଯୋଗୀ

ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି।

Delhi Police

Delhi Police

Advertisment

ଲୋକପ୍ରିୟ ଟିଭି ଶୋ' 'ବିଗ୍ ବସ୍'ର ଜଣେ ପୂର୍ବତନ ପ୍ରତିଯୋଗୀ ତାଙ୍କ ବନ୍ଧୁଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ବନ୍ଧୁ ତାଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ପୁଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ଅଭିଯୋଗ ଅନୁଯାୟୀ, ଏହି ଘଟଣା 2023ରେ ଦେଓଲି ରୋଡ ଫ୍ଲାଟରେ ଘଟିଥିଲା ବୋଲି ଦିଲ୍ଲୀର ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, "ଆମେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଟିଗ୍ରି ଥାନାରେ ଭାରତୀୟ ଦଣ୍ଡବିଧାନ ଧାରା 376 (ଦୁଷ୍କର୍ମ) ଅନୁଯାୟୀ ଏକ ମାମଲା ରୁଜୁ କରିଛୁ। ଏପର୍ଯ୍ୟନ୍ତ ଗିରଫଦାରୀ ହୋଇନାହିଁ। ଘଟଣାର ତଦନ୍ତ ପାଇଁ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଛି।"

Advertisment

ସୂଚନା ଅନୁସାରେ, ଅଭିଯୋଗ କରିଥିବା ଅଭିନେତ୍ରୀ ଜଣକ ରିଆଲିଟି ଶୋ' 'ବିଗ୍ ବସ୍'ର ଜଣେ ଲୋକପ୍ରିୟ କଳାକାର। 'ବିଗ୍ ବସ୍'ରେ ପ୍ରତିଯୋଗିତା କରିବା ସହ ଟେଲିଭିଜନ ଏବଂ ସିରିଏଲରେ ମଧ୍ୟ କାମ କରିଛନ୍ତି। ସେ ମୁମ୍ବାଇର ମୂଳ ବାସିନ୍ଦା। ତାଙ୍କ ବନ୍ଧୁ ଦିଲ୍ଲୀ ଡାକିବାରୁ ସେ ସେଠାକୁ ଆସିଥିଲେ।

ଦିଲ୍ଲୀରେ ତାଙ୍କ ବନ୍ଧୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ପୁଲିସ୍ ଏକ ଟିମ୍ ଗଠନ କରି ତଦନ୍ତ କରିବା ସହ ଅଭିଯୁକ୍ତକୁ ଖୋଜୁଛି। 

Delhi Police Bigg Boss Bigg Boss Contestant
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe