Advertisment

ସୁଶାନ୍ତଙ୍କ ସ୍ୱପ୍ନ ସତ ହେଲା

ମୁମ୍ୱାଇ : କଠିନ ପରିଶ୍ରମ କରି ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଅଭିନେତାଙ୍କ ମଧ୍ୟରୁ ସୁଶାନ୍ତ ସିଂହ ରାଜପୁତ ଅନ୍ୟତମ। ଅଭିନୟ କରିବା ପାଇଁ ଦିନେ ସେ ନିଜ ଇଞ୍ଜିନିୟରିଂ କ୍ୟାରିୟର୍‌କୁ ଛାଡ଼ି ମୁମ୍ୱାଇ ଚାଲି ଆସିଥିଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି। ମୁମ୍ୱାଇ ଆସି ସେ ଗୋଟିଏ ପରେ ଗୋଟିଏ ସ୍ୱପ୍ନ ପୂରଣ କରିବାରେ ଲାଗିଛନ୍ତି। ପ୍ରକୃତ କଥା ହେଉଛି ସୁଶାନ୍ତ ୫୦ଟି ‘ଡ୍ରିମ୍‌ ଲିଷ୍ଟ’ ବା ସ୍ୱପ୍ନ ତାଲିକା ତିଆରି […]

ସୁଶାନ୍ତଙ୍କ ସ୍ୱପ୍ନ ସତ ହେଲା

s2

Advertisment

ମୁମ୍ୱାଇ : କଠିନ ପରିଶ୍ରମ କରି ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଅଭିନେତାଙ୍କ ମଧ୍ୟରୁ ସୁଶାନ୍ତ ସିଂହ ରାଜପୁତ ଅନ୍ୟତମ। ଅଭିନୟ କରିବା ପାଇଁ ଦିନେ ସେ ନିଜ ଇଞ୍ଜିନିୟରିଂ କ୍ୟାରିୟର୍‌କୁ ଛାଡ଼ି ମୁମ୍ୱାଇ ଚାଲି ଆସିଥିଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି।

Advertisment

ମୁମ୍ୱାଇ ଆସି ସେ ଗୋଟିଏ ପରେ ଗୋଟିଏ ସ୍ୱପ୍ନ ପୂରଣ କରିବାରେ ଲାଗିଛନ୍ତି। ପ୍ରକୃତ କଥା ହେଉଛି ସୁଶାନ୍ତ ୫୦ଟି ‘ଡ୍ରିମ୍‌ ଲିଷ୍ଟ’ ବା ସ୍ୱପ୍ନ ତାଲିକା ତିଆରି କରିଛନ୍ତି। ଜୀବନରେ ଏସବୁକୁ ପୂରା କରିବା ପାଇଁ ସେ ନିଷ୍ଠାର ସହ କାର୍ଯ୍ୟ କରି ଆସୁଛନ୍ତି।

https://www.instagram.com/p/B3XMUqNDwwC/?utm_source=ig_web_copy_link

ଏହି ତାଲିକାରୁ କିଛି ସ୍ୱପ୍ନକୁ ସୁଶାନ୍ତ ସେପ୍ଟେମ୍ୱରରେ ପୂରା କରିଛନ୍ତି। ଯାହାର ପ୍ରମାଣ ସ୍ୱରୂପ କିଛି ଫଟୋ ଭିଡିଓକୁ ଇନଷ୍ଟାଗ୍ରାମ୍‌ରେ ସେ ତାଙ୍କର ଫ୍ୟାନ୍‌ଙ୍କୁ ଶେଆର୍‌ କରିଛନ୍ତି।

Advertisment

https://www.instagram.com/p/B23o0GwDHTZ/?utm_source=ig_web_copy_link

IRONMAN triathlon ଓ ଡିସନେଲ୍ୟାଣ୍ଡ ଯିବା ପରେ ସୁଶାନ୍ତ ଇନଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି। ଏହା ସହିତ ସେ ମହିଳାଙ୍କୁ ସେଲ୍ଫ ଡିଫେନ୍ସ ଶିଖାଇବା, ଆର୍ଚେରୀ ଶିଖିବା, ପ୍ଲେନ୍‌ ଉଡ଼ାଇବା, ଡ୍ରାଇଭିଂ  ପରି ସ୍ୱପ୍ନକୁ ପୂରଣ କରିଛନ୍ତି। ଏ ସମସ୍ତକୁ ଗୋଟି ଗୋଟି କରି ସୁଶାନ୍ତ ସୋଶାଲ ମିଡିଆରେ ଶେଆର୍‌ କରିଛନ୍ତି।

https://www.instagram.com/p/B3UJ_RMDxG2/?utm_source=ig_web_copy_link

ସୁଶାନ୍ତଙ୍କ ଫିଲ୍ମ ‘ଡ୍ରାଇଭ୍‌’ ଖୁବ୍‌ ଶୀଘ୍ର ରିଲିଜ୍‌ ହେବାକୁ ଯାଉଛି। ଏଥିରେ ତାଙ୍କ ସହିତ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅଭିନୟ କରିଛନ୍ତି। ବ୍ୟକ୍ତିଗତ ଜୀବନ କଥା କହିଲେ ବର୍ତ୍ତମାନ ସୁଶାନ୍ତଙ୍କ ନାମକୁ ରିୟା ଚକ୍ରବର୍ତ୍ତୀଙ୍କ ସହିତ ଯୋଡ଼ା ଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe