/odisha-reporter/media/post_attachments/uploadimage/library/16_9/16_9_0/Gadar_2_1692448969.jpg)
Gadar 2
ବକ୍ସ ଅଫିସରେ ରାଜ୍ କରୁଛି ’ଗଦର-୨’। ସନି ଦେଓଲଙ୍କ ଅଭିନୀତ ’ଗଦର-୨’ ଭାରତ ସମେତ ବିଦେଶରେ ବି ଦମଦାର ରୋଜଗାର କରୁଛି । ଏହି ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରୁ ଦର୍ଶକଙ୍କ ଠାରୁ ମିଳିଛି ଜବରଦସ୍ତ ରେସପନ୍ସ । 'ଗଦର ୨’ କେବଳ ଭାରତରେ ୮ ଦିନରେ ୩୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି।
ସନ୍ନି ଦେଓଲ ଓ ଅମୀଷା ପଟେଲ ଅଭିନୀତ ଏହି ସିନେମା ପ୍ରଥମ ୭ ଦିନରେ ୨୮୩ କୋଟି ଟଙ୍କା ରୋଜଗାର କରିଥଲା । ତେବେ ଅଷ୍ଟମ ଦିନ ଅର୍ଥାତ୍ ଗତ ଶୁକ୍ରବାର ଏହି ଫିଲ୍ମ ୧୯ କୋଟିରୁ ଅଧିକ ଟଙ୍କା ଆୟ କରି ୩୦୦ କୋଟି କ୍ଲବରେ ପ୍ରବେଶ କରିଥିଲା। ଗତକାଲି (ଶନିବାର) ଏହା ୩୨ କୋଟି ଆୟ କରିଛି। ଏହା ସହିତ ଫିଲ୍ମର ଆୟ ୯ ଦିନରେ ୩୩୬ କୋଟି ଟପି ଯାଇଛି। ଆଜି ଅର୍ଥାତ୍ ଦଶମ ଦିନରେ ଏହା ୩୫୦ କୋଟି ଟପିବ ବୋଲି ଆଶା କରାଯାଉଛି।
ଅନୀଲ ଶର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଦର-୨’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ସେହିପରି ଅକ୍ଷୟ କୁମାରଙ୍କ ‘OMG 2’ ଫିଲ୍ମ ସହିତ ‘ଗଦର-୨ ପ୍ରତିଦ୍ୱନ୍ଦ୍ୱିତା କରୁଛି ।
୨୦୦୧ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଗଦର: ଏକ ପ୍ରେମ କଥା’ର ସିକ୍ୱେଲ ହେଉଛି ‘ଗଦର-୨’ । ସେଥିରେ ବି ସନ୍ନି ଦେଓଲ ଓ ଅମିଷା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।
TARA SINGH - SAKINA CELEBRATE ₹ 300 CR OF ‘GADAR 2’ IN DUBAI…#Gadar2#SunnyDeol#AmeeshaPatel#AnilSharma#ZeeStudiospic.twitter.com/FzIB2igSHg
— taran adarsh (@taran_adarsh) August 19, 2023
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
