Advertisment

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

ମୁମ୍ବାଇ: ୨୦୨୦ ବର୍ଷଟି ବଲିଉଡ୍ ପାଇଁ ସତେ ଯେମିତି କାଳ ହୋଇ ବର୍ଷୁଛି। ଏବେ ଯାଏ ଆମେ ବହୁ ପ୍ରତିଭାବାନ୍ ସେଲେବ୍ରିଟିମାନଙ୍କୁ ହରେଇ ସାରିଲେଣି। ପ୍ରଥମେ ଇରଫାନ୍ ଖାନ୍, ଋଷି କପୁର, ପରେ ସୁଶାନ୍ତ ସିଂହ ରାଜପୁତ, ସରୋଜ ଖାନ୍ ଆଉ ଏବେ ହାସ୍ୟ ଅଭିନେତା ଜଗଦୀପ। ଗତକାଲି ଜଗଦୀପଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ବର୍ତ୍ତମାନ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଛି। ଜଗଦୀପଙ୍କ ପୁଅ ଜାଭେଦ୍ ଜାଫରି ଏବଂ ତାଙ୍କ ପତ୍ନୀ […]

ଅଦ୍ୟତନ ହୋଇଛି
ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

javeddd

Advertisment

ମୁମ୍ବାଇ: ୨୦୨୦ ବର୍ଷଟି ବଲିଉଡ୍ ପାଇଁ ସତେ ଯେମିତି କାଳ ହୋଇ ବର୍ଷୁଛି। ଏବେ ଯାଏ ଆମେ ବହୁ ପ୍ରତିଭାବାନ୍ ସେଲେବ୍ରିଟିମାନଙ୍କୁ ହରେଇ ସାରିଲେଣି। ପ୍ରଥମେ ଇରଫାନ୍ ଖାନ୍, ଋଷି କପୁର, ପରେ ସୁଶାନ୍ତ ସିଂହ ରାଜପୁତ, ସରୋଜ ଖାନ୍ ଆଉ ଏବେ ହାସ୍ୟ ଅଭିନେତା ଜଗଦୀପ। ଗତକାଲି ଜଗଦୀପଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ବର୍ତ୍ତମାନ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ଚାଲିଛି।

Advertisment

publive-imageଜଗଦୀପଙ୍କ ପୁଅ ଜାଭେଦ୍ ଜାଫରି ଏବଂ ତାଙ୍କ ପତ୍ନୀ ପିତାଙ୍କୁ ଶେଷ ବିଦାୟ ଦେବାକୁ ପ୍ରସ୍ତୁତି କରୁଛନ୍ତି। ଏମାନେ ମୁମ୍ବାଇର ୟାରି ରୋଡ଼ସ୍ଥିତ ନିଜ ଘର ବାହାରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଜାଫରି ପରିବାର ଏବଂ ବିଶେଷକରି ଜାଭେଦ୍‌ଙ୍କ ପାଇଁ ଏହା ସବୁଠାରୁ କଷ୍ଟକର ସମୟ। କାରଣ ସେ ତାଙ୍କ ପିତାଙ୍କୁ ବହୁତ ଭଲ ପାଉଥିଲେ ଏବଂ ନିଜେ ଜଗଦୀପଙ୍କ ପୁଅ ହୋଇଥିବାରୁ ଗର୍ବ ମଧ୍ୟ କରୁଥିଲେ। ପିତାଙ୍କର ସେ ବହୁତ ନିକଟତର ଥିଲେ। ଆଜି ତାଙ୍କୁ ମୁମ୍ବାଇର ଶିଆ କବରସ୍ତାନକୁ ନିଆଯିବ। ସେଠାରେ ହିଁ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।publive-image

ଜଗଦୀପ ବଲିଉଡର ୮୦ ଓ ୯୦ ଦଶକର ଜଣେ ବଡ଼ ତାରକା ଥିଲେ। ତାଙ୍କର ପ୍ରକୃତ ନାଁ ହେଉଛି ସୟଦ ଇଶ୍ତିୟାକ୍ ଅହମ୍ମଦ ଜାଫରି। ହେଲେ ସେ ତାଙ୍କ ଚରିତ୍ର ସୁରମା ଭୋପାଳୀ ଭାବରେ ବେଶ୍ ଜଣାଶୁଣା। ଏହି ନାଁ ତାଙ୍କୁ ୧୯୭୫ ମସିହାର ସବୁଠୁ ପ୍ରସିଦ୍ଧ ଫିଲ୍ମ ‘ଶୋଲେ’ରେ ତାଙ୍କ ଚରିତ୍ର ସୁରମା ଭୋପାଳୀରୁ ମିଳିଥିଲା ଅଭିନେତା ଜାଭେଦ୍‌ ଜାଫରି ଏବଂ ନାଭେଦ୍‌ ଜାଫରି ତାଙ୍କର ଦୁଇ ପୁଅ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe