Advertisment

ଆସିଲା ‘ମାଫିଆ କୁଇନ୍‌’ ଆଲିଆଙ୍କ ଫାଷ୍ଟ୍‌ ଲୁକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ମୋଷ୍ଟ୍ ଆୱେଟେଡ୍‌ ଫିଲ୍ମ ‘ଗଙ୍ଗୁବାଈ କାଠିୟାବାଡ଼ି’ର ଫାଷ୍ଟ୍ ଲୁକ୍‌ ସାମ୍ନାକୁ ଆସିଛି। ଆଲିଆ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍‌ କରିଛନ୍ତି। ଫଟୋରେ ସେ ଦମ୍‌ଦାର୍‌ ଲୁକ୍‌ରେ ନଜର ଆସିଛନ୍ତି। https://www.instagram.com/p/B7U1CVqlAmr/?utm_source=ig_web_copy_link ଆଲିଆଙ୍କ ଏହି ଫଟୋରେ ମାଫିଆ କୁଇନ୍‌ ଲେଖାଯାଇଛି। ଏଥିରୁ ଜଣାପଡ଼ୁଛି ଯେ ଫିଲ୍ମରେ ସେ ମାଫିଆ ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକଙ୍କୁ ତାଙ୍କ ଲୁକ୍‌ ବେଶ୍ ପସନ୍ଦ ଆସୁଛି। ଗୋଟିଏ ଫଟୋରେ ସେ ଲାଲ୍‌ […]

ଆସିଲା ‘ମାଫିଆ କୁଇନ୍‌’ ଆଲିଆଙ୍କ ଫାଷ୍ଟ୍‌ ଲୁକ୍‌

alia

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କର ମୋଷ୍ଟ୍ ଆୱେଟେଡ୍‌ ଫିଲ୍ମ ‘ଗଙ୍ଗୁବାଈ କାଠିୟାବାଡ଼ି’ର ଫାଷ୍ଟ୍ ଲୁକ୍‌ ସାମ୍ନାକୁ ଆସିଛି। ଆଲିଆ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍‌ କରିଛନ୍ତି। ଫଟୋରେ ସେ ଦମ୍‌ଦାର୍‌ ଲୁକ୍‌ରେ ନଜର ଆସିଛନ୍ତି।

Advertisment

https://www.instagram.com/p/B7U1CVqlAmr/?utm_source=ig_web_copy_link

ଆଲିଆଙ୍କ ଏହି ଫଟୋରେ ମାଫିଆ କୁଇନ୍‌ ଲେଖାଯାଇଛି। ଏଥିରୁ ଜଣାପଡ଼ୁଛି ଯେ ଫିଲ୍ମରେ ସେ ମାଫିଆ ଭୂମିକାରେ ଅଭିନୟ କରିଛନ୍ତି। ଦର୍ଶକଙ୍କୁ ତାଙ୍କ ଲୁକ୍‌ ବେଶ୍ ପସନ୍ଦ ଆସୁଛି। ଗୋଟିଏ ଫଟୋରେ ସେ ଲାଲ୍‌ ବିନ୍ଦି ଓ ନୋଜ୍‌ ପିନ୍‌ ଲଗାଇ ପୂରା ଇନ୍‌ଟେନ୍ସ ଲୁକ୍‌ ଦେଇଥିବାବେଳେ ଅନ୍ୟଟିରେ ସେ ସ୍କଟ୍‌ ବ୍ଲାଉଜ୍‌ ଓ ଦୁଇଟି ବେଣି କରି ଟିନ୍‌ଏଜ୍‌ ଲୁକ୍‌ରେ ନଜର ଆସିଛନ୍ତି। ଏହି ପୋଷ୍ଟର ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

https://www.instagram.com/p/B7U0140lyBR/?utm_source=ig_web_copy_link

ସୂଚନାଯୋଗ୍ୟ, ‘ଗଙ୍ଗୁବାଈ’ ଲେଖକ ହୁସେନ୍‌ ଜୈଦିଙ୍କ ବହି ‘ମାଫିଆ କ୍ୱିନ୍ସ ଅଫ୍‌ ମୁମ୍ବାଇ’ର ଏକ ଅଧ୍ୟାୟ ଉପରେ ଆଧାରିତ। ଫିଲ୍ମରେ କମାଠିପୁରର ମୁଖିଆ ଗଙ୍ଗୁବାଈ କୋଠେବାଲି ନାମକ ଜଣେ ମହିଳାଙ୍କ କାହାଣୀକୁ ଦେଖାଯିବ। ଆଲିଆ ଟ୍ୱିଟର୍‌ରେ ଫିଲ୍ମର ରିଲିଜ୍‌ ଡେଟ୍ ଘୋଷଣା କରି ଲେଖିଛନ୍ତି, ‘ଏକ ନାଁ ଯାହା ଆପଣ ଶୁଣିଥିବେ, ହେଲେ ଆପଣ ତା’ର କାହାଣୀ ଶୁଣି ନଥିବେ। ଏହା ବହୁତ ଖାସ୍‌ ହେବ।’ ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମ ୨୦୨୦ ସେପ୍ଟେମ୍ବର ୧୧ରେ ରିଲିଜ୍‌ ହେବ।

Advertisment

ଫିଲ୍ମର ଷ୍ଟାର କାଷ୍ଟ ନେଇ ଏ ଯାଏ କୋଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ଚର୍ଚ୍ଚା ହେଉଛି ଯେ ଫିଲ୍ମରେ ଅଜୟ ଦେବ୍‌ଗନ୍‌ ସ୍ପେଶାଲ୍‌ ଆପିୟରାନ୍ସ ଦେବେ। କୁହାଯାଉଛି, ଅଜୟଙ୍କ ରୋଲ୍‌ ବେଶ୍ ରୋଚକ ହେବ। ତେବେ ଖୁବ୍‌ଶୀଘ୍ର ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe