Advertisment

ବଲିଉଡ୍‌ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ନେଇ ଗର୍ବିତ ଗଞ୍ଜାମ ମାଟି

ୱାହିଦାଙ୍କୁ ଯେତେବେଳେ ୧୬ରୁ ୧୭ ବର୍ଷ ବୟସରେ ହୋଇଥିବା ସେତେବେଳେ ସେ ଗଞ୍ଜାମ କଳା ପରିଷଦର କବିସୂର୍ଯ୍ୟ ମଞ୍ଚରେ ପ୍ରଦର୍ଶନ କରିଥିଲେ ନିଜର ନୃତ୍ୟ ଚାତୁରୀ।

Waheeda Rehman

Waheeda Rehman

Advertisment

ଅଭିନେତ୍ରୀ ୱାହିଦା ରେହମାନଙ୍କୁ ନେଇ ଗର୍ବିତ ଗଞ୍ଜାମ ମାଟି। ଏଇଠି ପଡ଼ିଥିଲା ତାଙ୍କ କ୍ୟାରିୟରର ମୂଳଦୁଆ। ଗଞ୍ଜାମ କଳା ପରିଷଦ ମଞ୍ଚରେ ନୃତ୍ୟ ପ୍ରଦର୍ଶନ କରି ସାଉଁଟିଥିଲେ ପ୍ରଶଂସା। ଦାଦା ସାହେବ ଫାଲକେ ପାଇଁ ତାଙ୍କ ନା ଘୋଷଣା ପରେ ତାଜା ହେଲା ପୁରୁଣା ସ୍ମୃତି।

Advertisment

ଗଞ୍ଜାମ କଳା ପରିଷଦ ସହ ସଂଶ୍ଲିଷ୍ଟ କଳାପ୍ରେମୀ କୁହନ୍ତି, ୱାହିଦାଙ୍କୁ ଯେତେବେଳେ ୧୬ରୁ ୧୭ ବର୍ଷ ବୟସରେ ହୋଇଥିବା ସେତେବେଳେ ସେ ଗଞ୍ଜାମ କଳା ପରିଷଦର କବିସୂର୍ଯ୍ୟ ମଞ୍ଚରେ ପ୍ରଦର୍ଶନ କରିଥିଲେ ନିଜର ନୃତ୍ୟ ଚାତୁରୀ। ଭାରତନାଟ୍ୟମ ନୃତ୍ୟରେ ଖୁବ୍ ନିପୁଣା ଥିବା ୱାହିଦା ଏକ ଚାରିଟି ସୋ’ ଲାଗି ଏଠାରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ। ଯାହା ସେତେବେଳେ ସାଧାରଣ ଦର୍ଶକଙ୍କଠୁ ଆରମ୍ଭ କରି ବହୁ କଳାପ୍ରେମୀ ତଥା ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା। ଆଉ ଏବେ ୱାହିଦା ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତି ହେବା ପରେ ତାଙ୍କୁ ନେଇ ଏ ମଞ୍ଚ, ଗଞ୍ଜାମ ମାଟି ଓ ସମଗ୍ର ଓଡ଼ିଶା ଗର୍ବିତ ବୋଲି କହିଛନ୍ତି ଗଞ୍ଜାମ କଳାପରିଷଦ ସହ ଜଡ଼ିତ ବ୍ୟକ୍ତି।

ତାମିଲନାଡୁ ଚେଙ୍ଗୱଲାପେଟର ମୂଳ ବାସିନ୍ଦା ୱାହିଦାଙ୍କ ବାପା ଥିଲେ ଜଣେ ମାଜିଷ୍ଟ୍ରେଟ୍। ସେ ମାଡ୍ରାସ୍ ପ୍ରେସିଡେନ୍ସିରେ ଚାକିରି କରୁଥିବା ବେଳେ ବିଶାଖାପାଟଣାରେ ପାଠ ପଢୁଥିଲେ ୱାହିଦା। ସେହି ସମୟରେ ଗଞ୍ଜାମରେ ରହୁଥିଲେ ତାଙ୍କ ମାମୁ ତଥା ବିଶିଷ୍ଟ ଚିକିତ୍ସକ ଡାକ୍ତର ଫିରୋଜ ଅଲ୍ଲୀଙ୍କ ଖାନ। ଫିରୋଜ ଅଲ୍ଲୀ ଖାନ ଥିଲେ ଗଞ୍ଜାମ କଳା ପରିଷଦର ତତ୍କାଳୀନ ଉପସଭାପତି। ତେବେ ମାମୁ ଘରକୁ ଆସିବା ସମୟରେ ୱାହିଦା ଗଞ୍ଜାମ କଳା ପରିଷଦ ମଞ୍ଚରେ ଆୟୋଜିତ ଏକ ଚାରିଟି ସୋ’ ପାଇଁ ନୃତ୍ୟ ପ୍ରଦର୍ଶନ କରିଥିଲେ। ଯେଉଁ ସୋ’ ସମ୍ପର୍କରେ ଫିରୋଜ ଅଲ୍ଲୀଙ୍କ ଝିଅ ନର୍ଗୀସ ଲେଖିଥିବା ‘ଡାଡି’ ନାଁରେ ଏକ ପୁସ୍ତକରେ ମଧ୍ୟ ଉଲ୍ଲେଖ ରହିଛି। ଅନ୍ୟପଟେ ସେତେବେଳେ ସେହି ସୋ ଦେଖିଥିବା ଦର୍ଶକେ ଆଜି ମଧ୍ୟ ଭାବବିହ୍ୱଳ ବୋଲି କୁହନ୍ତି।

Advertisment

ଗଞ୍ଜାମ କଳା ପରିଷଦରେ ୱାହିଦାଙ୍କ ଡ୍ୟାନ୍ସ ସୋ କେବେ ହୋଇଥିଲା, ତାର ରେକର୍ଡ କିଛି ନଥିଲେ ମଧ୍ୟ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ମାନ୍ନା ଦେ ସେଥିରେ ଉପସ୍ଥିତ ଥିବା ସୂଚନା ମିଳେ।

ରିପୋର୍ଟ-ବ୍ରହ୍ମପୁରରୁ ଅଶୋକ ବ୍ରହ୍ମା

Bollywood News Bollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe