Advertisment

‘ଗପ ହେଲେ ବି ସତ’ର ଅଡିଓ ରିଲିଜ୍

ଭୁବନେଶ୍ୱର: ଏଥର ରଜରେ ମୁକ୍ତିଲାଭ କରିବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନର ଦ୍ୱିତୀୟ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’। ଇତି ମଧ୍ୟରେ ଏହି ମ୍ୟୁଜିକାଲ ଲଭ୍ ଷ୍ଟୋରୀର ଅଡିଓ ଲୋକାର୍ପଣ ହୋଇଯାଇଛି। ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ ନାୟକ ଅନୁଭବଙ୍କ ସହ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଗାୟିକା ଇରା ମହାନ୍ତି, ହ୍ୟୁମାନ ସାଗର, କୁମାର ବାପି, ଟି. ସୌରୀ, ସସ୍ମିତା, ନିର୍ଦ୍ଦେଶକ କେ. ମୂରଲୀ କ୍ରିଷ୍ଣା ଓ ସିନେମାଟୋଗ୍ରାଫର ଅଭିରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। […]

‘ଗପ ହେଲେ ବି ସତ’ର ଅଡିଓ ରିଲିଜ୍

gapahelebsata

Advertisment

ଭୁବନେଶ୍ୱର: ଏଥର ରଜରେ ମୁକ୍ତିଲାଭ କରିବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନର ଦ୍ୱିତୀୟ ଚଳଚ୍ଚିତ୍ର ‘ଗପ ହେଲେ ବି ସତ’। ଇତି ମଧ୍ୟରେ ଏହି ମ୍ୟୁଜିକାଲ ଲଭ୍ ଷ୍ଟୋରୀର ଅଡିଓ ଲୋକାର୍ପଣ ହୋଇଯାଇଛି। ଅଡିଓ ରିଲିଜ୍ କାର୍ଯ୍ୟକ୍ରମରେ ନାୟକ ଅନୁଭବଙ୍କ ସହ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଗାୟିକା ଇରା ମହାନ୍ତି, ହ୍ୟୁମାନ ସାଗର, କୁମାର ବାପି, ଟି. ସୌରୀ, ସସ୍ମିତା, ନିର୍ଦ୍ଦେଶକ କେ. ମୂରଲୀ କ୍ରିଷ୍ଣା ଓ ସିନେମାଟୋଗ୍ରାଫର ଅଭିରାମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ସିନେମା ସହିତ ଯୋଡ଼ି ହୋଇ ରହିଥିବା ଅନେକ ସ୍ମୃତିକୁ ସେମାନେ ବଖାଣି ଥିଲେ। ଓଡ଼ିଶା ଟେଲିଭିଜନ ଲିଃର ଯୁଗ୍ମ-ପ୍ରତିଷ୍ଠାତା ଶ୍ରୀମତୀ ଜାଗି ମଙ୍ଗତ ପଣ୍ଡାଙ୍କ ଉପସ୍ଥିତିରେ ‘ଗପ ହେଲେ ବି ସତ’ର ଅଡିଓ ରିଲିଜ୍ କରାଯାଇଥିଲା। ଏଥର ରଜରେ ଏହି ସିନେମାଟି ଦର୍ଶକମାନଙ୍କ ମନକୁ ଛୁଇଁ ପାରିବ ଓ ପୂର୍ବ ରେକର୍ଡକୁ ଦୋହରାଇ ପାରିବ ବୋଲି ପ୍ରଯୋଜନା ସଂସ୍ଥା ‘ତରଙ୍ଗ ସିନେ ପ୍ରଡକ୍ସନ’ ଆଶା ରଖିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe