Advertisment

ବଲିଉଡ୍‌ରେ ଏଣ୍ଟ୍ରି କରିବେ ଆଇପିଏସ୍‌ ଧନକ୍

ମୁମ୍ବାଇ: ମୌନି ରାୟ, ମୃଣାଲ ଠାକୁର୍‌, ଅଙ୍କିତା ଲୋଖଣ୍ଡେ, ରାଧିକା ମଦନ ଓ ସନାୟା ଇରାନିଙ୍କ ଭଳି ଟେଲି ଅଭିନେତ୍ରୀମାନେ ବଲିଉଡ୍‌ରେ ପାଦ ଥାପି ସାରିଲେଣି। ଏବେ ସେମାନଙ୍କ ରାସ୍ତାରେ ପାଦ ଥାପିବାକୁ ଯାଉଛନ୍ତି ଆଉ ଜଣେ ଟେଲି ଅଭିନେତ୍ରୀ। ସେ ହେଉଛନ୍ତି କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ଧାରାବାହିକ ‘ଗଣ୍ଠବନ୍ଧନ’ରେ ଆଇପିଏସ୍‌ ଧନକ୍ ପାରେଖ୍‌ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶୃତି ଶର୍ମା। https://www.instagram.com/p/B59yIdxJb30/?utm_source=ig_web_copy_link ସୂଚନା ଅନୁଯାୟୀ, ଏକ୍‌ତା କପୁରଙ୍କ ଆଗାମୀ ଫିଲ୍ମ […]

author-image
Chinmayee Roy
ବଲିଉଡ୍‌ରେ ଏଣ୍ଟ୍ରି କରିବେ ଆଇପିଏସ୍‌ ଧନକ୍

ips

ମୁମ୍ବାଇ: ମୌନି ରାୟ, ମୃଣାଲ ଠାକୁର୍‌, ଅଙ୍କିତା ଲୋଖଣ୍ଡେ, ରାଧିକା ମଦନ ଓ ସନାୟା ଇରାନିଙ୍କ ଭଳି ଟେଲି ଅଭିନେତ୍ରୀମାନେ ବଲିଉଡ୍‌ରେ ପାଦ ଥାପି ସାରିଲେଣି। ଏବେ ସେମାନଙ୍କ ରାସ୍ତାରେ ପାଦ ଥାପିବାକୁ ଯାଉଛନ୍ତି ଆଉ ଜଣେ ଟେଲି ଅଭିନେତ୍ରୀ। ସେ ହେଉଛନ୍ତି କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଅନ୍ୟତମ ଲୋକପ୍ରିୟ ଧାରାବାହିକ ‘ଗଣ୍ଠବନ୍ଧନ’ରେ ଆଇପିଏସ୍‌ ଧନକ୍ ପାରେଖ୍‌ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଶୃତି ଶର୍ମା।

Advertisment

https://www.instagram.com/p/B59yIdxJb30/?utm_source=ig_web_copy_link

ସୂଚନା ଅନୁଯାୟୀ, ଏକ୍‌ତା କପୁରଙ୍କ ଆଗାମୀ ଫିଲ୍ମ ‘ପଗ୍‌ଲେଟ୍‌’ରେ ଶୃତିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ସାନ୍ୟା ମଲହୋତ୍ରା ଥିବାବେଳେ ଶୃତି ତାଙ୍କ ସାଙ୍ଗ ଭୂମିକାରେ ଅଭିନୟ କରିବେ। ଏନେଇ ସେ କହିଛନ୍ତି, “ଏହା ଏକ ମହିଳା କୈନ୍ଦ୍ରିକ ଫିଲ୍ମ, ଯେଉଁଥିରେ ବଡ଼ ବଡ଼ କଳାକାରମାନଙ୍କୁ ନିଆଯାଇଛି।  ମୁଁ ଏହାଠୁ ଆଉ ଭଲ ଡେବ୍ୟୁ ପାଇନଥା’ନ୍ତି।”

https://www.instagram.com/p/B53HwaIpDSG/?utm_source=ig_web_copy_link

ଏହି ଫିଲ୍ମକୁ ଏକ୍‌ତା କପୁରଙ୍କ ‘ବାଲାଜି ପ୍ରଡକ୍ସନ’ ଓ ଗୁନୀତ ମେଙ୍ଗାଙ୍କ ‘ଶିକ୍ଷା ଏଣ୍ଟରଟେନମେଣ୍ଟ’ ମିଳିତ ଭାବେ ତିଆରି କରିବେ। ତେବେ ଏ ଯାଏ ଫିଲ୍ମର ନିର୍ଦ୍ଦେଶନା କିଏ ଦେବେ, ତାହା ସ୍ଥିର କରାଯାଇନାହିଁ। ଏହା ପୂର୍ବରୁ ଚଳିତ ବର୍ଷ ଏକ୍‌ତା ଫିଲ୍ମ ‘ଡ୍ରିମ୍‌ଗର୍ଲ’ ଓ ‘ଜଜ୍‌ମେଣ୍ଟାଲ୍‌ ହୈ କ୍ୟା’ ତିଆରି କରିଥିଲେ। ଏହି ଦୁଇଟି ଯାକ ଫିଲ୍ମ ବକ୍ସଅଫିସ୍‌ରେ ହିଟ୍‌ ହୋଇଥିଲା ଓ ଜବରଦସ୍ତ ଆୟ କରିଥିଲା। ତେବେ ଆଗାମୀ ଫିଲ୍ମ ‘ପଗ୍‌ଲେଟ୍‌’ କ’ଣ ଯାଦୁ ଚଲାଉଛି, ତାହା ଦେଖିବା ବାକି ରହିଲା।

Advertisment