Advertisment

Geeta patnaik: କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ

ଅସୁସ୍ଥ ହେବା ପୂର୍ବରୁ ଗତ ୧୨ ତାରିଖରେ ଭୁବନେଶ୍ୱରରେ ସେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

author-image
Hemant Lenka
Geeta-pattnayk

ଗୀତା ପଟ୍ଟନାୟକ (ଫାଇଲ ଫଟୋ)

ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଆଉ ନାହାନ୍ତି। ଆଜି କଟକ(odisha) ସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ଦେହାନ୍ତ ହୋଇଛି। କିଛି ଦିନ ତଳେମସ୍ତିଷ୍କାଘାତ ଯୋଗୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ସେବେଠାରୁ ତାଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିଲା। କିନ୍ତୁ ଡାକ୍ତରୀ ଟିମର ସବୁ ପ୍ରକାରର ପ୍ରାୟସ ସତ୍ତ୍ୱେ ଗୀତା ପଟ୍ଟନାୟକଙ୍କ ଦେହାନ୍ତ ହୋଇ ଯାଇଛି। 

Advertisment

ଅସୁସ୍ଥ ହେବା ପୂର୍ବରୁ ଗତ ୧୨ ତାରିଖରେ ଭୁବନେଶ୍ୱରରେ ସେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ସେଠାରେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରୁ ମସ୍ତିସ୍କାଘାତ ହୋଇଥିବା ଜଣାପଡ଼ିଲା। ପରେ କଟକର ଏକ ଘରୋଇ ହସ୍ପିଟାଲକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। 

ଡିସେମ୍ବର ୧୦ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଗୀତା ପଟ୍ଟନାୟକ। ତାଙ୍କ ବାପାଙ୍କ ନାମ ସ୍ୱର୍ଗତ ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ ଓ ମା’ ହେଉଛନ୍ତି ହେମଲତା ପଟ୍ଟନାୟକ। ଗୀତାଙ୍କ ବାପା ଜଣେ ଏଗ୍ରିକଲଚର ଇଞ୍ଜିନିୟର ଥିଲେ।  ତାଙ୍କ ଜେଜେ ବାପା ହିଁ ଓଡ଼ିଶାରେ ପ୍ରଥମେ ଫୁଟବଲ ମ୍ୟାଚ ଆରମ୍ଭ କରିଥିଲେ। କଟକସ୍ଥିତ ସତ୍ୟବ୍ରତ ଷ୍ଟାଡିୟମ ତାଙ୍କ ଜେଜେ ବାପାଙ୍କ ନାମରେ ନାମିତ। 

Advertisment

ଗୀତାଙ୍କ ବାପାଙ୍କର ମଧ୍ୟ ଗୀତ ପ୍ରତି ସଉକ ଥିଲା। ତେଣୁ ଗୀତ ପ୍ରତି ତାଙ୍କର ପିଲାଦିନୁ ଆଗ୍ରହ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ଓଡ଼ିଶାର ପ୍ରଖ୍ୟାତ କଣ୍ଠଶିଳ୍ପୀର ଆଖ୍ୟା ପାଇଥିଲେ। 

ଗୀତା ପ୍ରଥମେ ରେଡିଓରୁ ଲତାମଙ୍ଗେସକରଙ୍କ ଗୀତ ଶୁଣି ନିଜେ ନିଜେ ଗାଇବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଗୀତ ଶିଖୁଥିଲେ। ତାଙ୍କ ଠାରୁ ପ୍ରେରଣା ପାଇ ଗୀତା ସଙ୍ଗୀତ ପ୍ରତି ଆଗ୍ରହୀ ହୋଇଥିଲେ। ଆଉ ତା’ପରେ ସେ ଅଟକି ନଥିଲେ। 

ସେ ୧୯୭୫ କଟକ କଳା ବିକାଶ କେନ୍ଦ୍ରରେ ନାମ ଲେଖାଇଥିଲେ। କଳା ବିକାଶ କେନ୍ଦ୍ରରେ ସ ୬ ବର୍ଷ ଧରି ଗୀତ ଶିଖିଥିଲେ। ତା’ପରେ ଶିଶୁ ସଂସାର ଓ କିଶୋର ଚକ୍ରରେ ନିୟମିତ ଗୀତ ଗାଇବା ଆରମ୍ଭ କରିଥିଲେ। ସେ ୧୯୭୧ ମସିହାରେ ଆକାଶବାଣୀର ଜଣେ ସ୍ୱିକୃତୀ ପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିଲେ।

ଆକାଶବାଣୀରେ ତାଙ୍କର ପ୍ରଥମ ଗୀତ ଥିଲା ଜଗବନ୍ଧୁ ପରି ଜଣେ ସାମନ୍ତ। ତା’ପରେ ଅକ୍ଷୟ ମହାନ୍ତିଙ୍କ ପ୍ରଥମ ଗୀତ ଗାଇଥିଲେ। ସେ ଅକ୍ଷୟ ମହାନ୍ତିଙ୍କ ନିର୍ଦ୍ଦେଶନାରେ ଅନେକ ହିଟ ଗୀତ ଗାଇଛନ୍ତି। ସେ ମାତ୍ର ପନ୍ଦର ବର୍ଷ ବୟଷରେ 'ଅଦିନ ମେଘ' ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଗୀତ ଗାଇଥିଲେ। ସେ ମଧ୍ୟ ଦିଲ୍ଲୀ ପିସିସି ଆକାଶବାଣୀରେ କଣ୍ଠଦାନ କରିଛନ୍ତି। 

ସେ କେବଳ ଓଡ଼ିଆ ଭାଷା ନୁହେଁ ବରଂ ହିନ୍ଦୀ ,ଗୁଜରାଟୀ, ରାଜସ୍ଥାନୀ ଓ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ସେ ଭଜନ, ଜଣାଣ, ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ, ଆଧୁନିକ ଗୀତ ଓ ବିଭନ୍ନ ଚଳଚ୍ଚିତ୍ରରେ କଣ୍ଠଦାନ କରି କେବଳ ଓଡ଼ିଶା ନୁହେଁ, ବରଂ ଭାରତ ବାହାରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି । 

ଗୀତା ପଟ୍ଟନାୟକ ଓଡ଼ିଆ ଚଳଚ୍ଚିତ୍ର ଦୁନିଆରେ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି। ଯାଯାବର ଚଳଚ୍ଚିତ୍ରର ହିଟ ଗୀତ ଫୁର୍ କିନା ଉଡ଼ିଗଲା ବଣି ବହୁତ ଲୋକ ପ୍ରିୟତା ହାସଲ କରିଥିଲା।  ସେହିପରି ଦନେଇ ଦାସ କହରେ ଭାଇ (ଯାଯାବର), ଏମିତି ପୁଅକୁ ମୁଁ ବାହା ହୁଅନ୍ତି (ଆହା ମୋର ସୁନା ଗୋରୀ), କେତେବେଳେ କଣ୍ଟା ତୁମେ (ଅକ୍ଷୟ ତୃତୀୟା), ଆରେ ବାବୁ ଶ୍ୟାମଘନ ଇତ୍ୟାଦି ସୁପରହିଟ୍ ଗୀତରେ କଣ୍ଠଦାନ କରିଛନ୍ତିଗ ଗୀତା।

ଗୀତଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ଅକ୍ଷୟ ସାହିତ୍ୟ ସମ୍ମାନ ଓ ଅକ୍ଷୟ ସଙ୍ଗୀତ ସମ୍ମାନରେ ମଧ୍ୟ ସେ ପୁରସ୍କୃତ ହୋଇଛନ୍ତି। 

odisha