Advertisment

ଫୁଟିଲା ଗୁଳି, ଟଳି ପଡ଼ିଲେ ହଲିଉଡ ଅଭିନେତା

ଦୁର୍ବୃତ୍ତଙ୍କ ଗୁଳି ମାଡ଼ର ଶିକାର ହୋଇ ସେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା ।

johnny-wactor

johnny-wactor

Advertisment

ଅକାଳେ ଚାଲିଗଲେ ଲୋକପ୍ରିୟ ହଲିଉଡ ଅଭିନେତା ଜନି ୱାକ୍ଟର। ଦୁର୍ବୃତ୍ତଙ୍କ ଗୁଳି ମାଡ଼ର ଶିକାର ହୋଇ ସେ ଆଖି ବୁଜିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୭ ବର୍ଷ ହୋଇଥିଲା । ଜନି ଭେକ୍ଟରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ହଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି।

Advertisment

ଶନିବାର ନିଜର କିଛି ସାଙ୍ଗଙ୍କ ସହ ଜନି ବୁଲିବାକୁ ଲସ୍‌ ଏଞ୍ଜେଲସ୍‌ ଯାଇଥିଲେ। ଉକ୍ତ ସମୟରେ ୩ ଅଜ୍ଞାନ ଯୁବକ ଜନିଙ୍କ କାର୍‌ରୁ କିଛି ସାମଗ୍ରୀ ଚୋରି କରିବାକୁ ଉଦ୍ୟମ କରିଥିଲେ। ଏହା ଦେଖି ତାଙ୍କର ଜଣେ ସାଙ୍ଗ ଜନିଙ୍କୁ ସୂଚନା ଦେଇଥିଲେ।

ଜନି କାର୍‌ ନିକଟରେ ପହଞ୍ଚି ଉକ୍ତ ଦୁର୍ବୃତ୍ତଙ୍କ ସହ କଥା ହେଉଥିବା ବେଳେ ହଠାତ୍‌ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଜନି ଅଚେତ ହୋଇ ପଡ଼ି ଯାଇଥିଲେ। ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିବା ବେଳେ ଜନିଙ୍କୁ ତାଙ୍କ ସହଯୋଗୀମାନେ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ମୃତ୍ୟୂ ନେଇ ଜନିଙ୍କ ମା’ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି।

Advertisment

‘General Hospital’ ଫିଲ୍ମରେ ଦମଦାର ରୋଲ୍‌ ପାଇଁ ଆଜି ବି ଜନି ୱାକ୍ଟର ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ଏହାବାଦ ସେ NCIS, Station 19, Westworld, and Call of Duty ଆଦି ଫିଲ୍ମ ଓ ଟିଭି ସିରିଏଲରେ ସେ ନିଜ ଅଭିନୟର ଛାପ ଛାଡ଼ି ଦେଇଛନ୍ତି।

ଜନିଙ୍କ ଏପରି ଅକାଳ ବିୟୋଗ ଯୋଗୁ ତାଙ୍କ ପରିବାରକୁ ଶକ୍ତ ଝଟକା ଲାଗିଥିବା ବେଳେ ହଲିଉଡ ଜଗତରେ ଶୋକର ଛାୟା ଖେଳି ଯାଇଛି।

Hollywood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe