/odisha-reporter/media/post_attachments/uploads/2016/10/maxresdefault.jpg)
karan-johar
ମୁମ୍ବାଇ: ଫିଲ୍ମ ‘ଏ ଦିଲ ହେ ମୁସକିଲ’ର ରିଲିଜ ତାରିଖ ଘୁଞ୍ଚି ପାରେ। ଉରୀ ଆତଙ୍କବାଦ ଆକ୍ରମଣ ଘଟଣା ପରେ ଭାରତରେ ପାକିସ୍ତାନୀ କଳାକାରଙ୍କୁ ବ୍ୟାନ୍ କରାଯିବା ଦାବି ଦିନକୁ ଦିନ ତେଜୁ ଥିବାରୁ ଏହାର ପ୍ରଭାବ ଫିଲ୍ମ ଉପରେ ପଡିଛି। ଫିଲ୍ମରେ ପାକିସ୍ତାନୀ କଳାକାର ଫୱାଦ ଖାନ ଅଭିନୟ କରିଥିବାରୁ ତାଙ୍କ ଅଭିନିତ ସିନ୍ କାଟିବାକୁ ଏମ୍ଏନ୍ଏସ୍ ଦାବି କରିଛି। ଯଦି ଫୱାଦଙ୍କ ସିନ୍ ଫିଲ୍ମରୁ କଟା ନ ଯାଏ ତେବେ ଫିଲ୍ମକୁ ରିଲିଜ ହେବାକୁ ଦିଆଯିବ ନାହିଁ ବୋଲି ଏମ୍ଏନ୍ଏସ୍ ଧମକ ଦେଇଛି।
Advertisment
ଏହାକୁ ଦୃଷ୍ଟିରେ ରଖି କରଣ ଜୋହର ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବାକୁ ଆଲୋଚନା କରୁଛନ୍ତି। ଯଦି ଏପରି ହୁଏ ତେବେ ଦିପାବଳୀରେ କେବଳ ଅଜୟ ଦେବଗନଙ୍କ ‘ଶିବୟା’ ହିଁ ବଡ଼ ପରଦାକୁ ଆସିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
