sonu-amitabh
ମୁମ୍ବାଇ: ରିଲରୁ ରିଅଲ ହିରୋ ପାଲଟିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କ ନାଁ ଏବେ ସମସ୍ତଙ୍କ ମୁହଁରେ। କରୋନା ଲକଡାଉନଠାରୁ ଚର୍ଚ୍ଚାରେ ରହି ଆସିଛନ୍ତି ସୋନୁ। ସେ ଅନେକ ଉପଲବ୍ଧି ମଧ୍ୟ ହାସଲ କରିଛନ୍ତି। ଏବେ ସୋନୁଙ୍କ ନାଁରେ ଆଉ ଏକ ଉପଲବ୍ଧି ଯୋଡି ହୋଯାଇଛି। ସେ ସମସ୍ତଙ୍କୁ ପଛରେ ପକାଇ ଗ୍ଲୋବାଲ ଏସିଆନ ସେଲିବ୍ରିଟି ୨୦୨୦ ତାଲିକାର ଶୀର୍ଷ ସ୍ଥାନ ଅଧିକାରୀ କରିଛନ୍ତି। ବିଶ୍ୱର ୫୦ ଏସିଆନ ସେଲିବ୍ରିଟି ତାଲିକାରେ ସେ ପ୍ରଥମ ସ୍ଥାନ ପାଇଛନ୍ତି।
ଏହି ସମ୍ମାନ ପାଇଁ ସୋନୁ ସୁଦ୍ କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ ଖୁସିରେ ଗଦଗଦ୍ ମଧ୍ୟ ହୋଇଯାଇଛନ୍ତି। ମୋ କାମ ପାଇଁ ମୋତେ ସମ୍ମାନ ଦେଇଥିବାରୁ ଧନ୍ୟବାଦ ବୋଲି ସୋନୁ କହିଛନ୍ତି। ସେ କହିଛନ୍ତି, ମହାମାରୀ ସମୟରେ ମୁଁ ଅନୁଭବ କଲି ଯେ, ‘ମୋ ଦେଶର ଲୋକଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ।’ କୋଭିଡ୍-୧୯ ଲକଡାଉନ୍ ସମୟରେ, ସୋନୁ ସୁଦ୍ ଭାରତୀୟ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବାରେ ସାହାଯ୍ୟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।/odisha-reporter/media/post_attachments/wp-content/uploads/2020/12/priyanka.jpg)
ବ୍ରିଟେନର ଇଷ୍ଟର୍ଣ୍ଣ ଆଇ ନ୍ୟୁଜ ସମ୍ପାଦକ ଏହି ତାଲିକା ତିଆରି କରିଛନ୍ତି। ତାଲିକାର ୫ମ ସ୍ଥାନରେ ଅଛନ୍ତି ବଲିଉଡ ଗାୟକ ଅରମାନ ମଲ୍ଲିକ। ଅରମାନ ମଲ୍ଲିକ ନିକଟରେ ହିଁ ତାଙ୍କର ‘ହାଓ ମେନି’ ଇଂଲିସ ମ୍ୟୁଜିକ ଭିଡିଓ ରିଲିଜ କରିଛନ୍ତି। ଏହି ଗୀତକୁ ଏମ୍ ଟିଭି ଆୱାର୍ଡ-୨୦୨୦ ପାଇଁ ନୋମିନେଟ କରାଯାଇଛି।
ସେହିପରି ତାଲିକାର ଷଷ୍ଠ ସ୍ଥାନରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଅଛନ୍ତି। ପ୍ରିୟଙ୍କା ଏବେ ବଲିଉଡଠୁ ଅଧିକ ହଲିଉଡରେ ସକ୍ରିୟ ଅଛନ୍ତି। ଏଥିସହ ତାଙ୍କ ଫ୍ୟାନ ଫଲୋଇଂ ମଧ୍ୟ ବଢ଼ିବାରେ ଲାଗିଛି।
ଟପ ଏସିଆନ ଗ୍ଲୋବାଲ ସେଲିବ୍ରିଟି ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ସାଉଥ ସୁପରଷ୍ଟାର ତଥା ବାହୁବଳୀ ଫେମ ପ୍ରଭାସ। ୨୦୧୯ରେ ପ୍ରଭାସଙ୍କ ବିଗ୍ ବଜେଟ ଫିଲ୍ମ ‘ସାହୋ’ ରିଲିଜ ହୋଇଥିଲା। ଫିଲ୍ମଟି ସେତେଟା ଭଲ ବ୍ୟବସାୟ କରିପାରିନଥିଲେ ମଧ୍ୟ ପ୍ରଭାସଙ୍କ କ୍ରେଜ କିନ୍ତୁ କମିନଥିଲା। ଆଗକୁ ତାଙ୍କର ଫିଲ୍ମ ‘ରାଧେ ଶ୍ୟାମ’ ଆସିବାର ଅଛି।
ସେହିପରି ଅନ୍ୟ ସେଲିବ୍ରିଟିଙ୍ଗକ ମଧ୍ୟରେ ୧୧ତମ ସ୍ଥାନରେ ଆୟୁଷ୍ମାନ ଖୁରାନା, ୧୪ତମ ସ୍ଥାନରେ ଦିଲଜିତ ଦୋସାଞ୍ଜ, ୧୬ତମ ସ୍ଥାନରେ ଶେହନାଜ ଗିଲ, ୨୦ତମ ସ୍ଥାନରେ ଅମିତାଭ ବଚ୍ଚନ, ୨୩ତମ ସ୍ଥାନରେ ପଙ୍କଜ ତ୍ରିପାଠୀ, ୨୫ତମ ସ୍ଥାନରେ ଆସିମ୍ ରିଆଜ୍, ୩୨ତମ ସ୍ଥାନରେ ଡିଜାଇନର୍ ମସାବା ଗୁପ୍ତା, ୩୬ତମ ସ୍ଥାନରେ ହାସ୍ୟ ଅଭିନେତା ସାଲୋନି ଗୌର, ୪୨ତମ ସ୍ଥାନରେ ଧ୍ୱନି ଭାନୁଶାଲୀ, ୪୭ତମ ସ୍ଥାନରେ ହେଲି ଶାହା, ୫୦ର ସ୍ଥାନରେ ସିତାର ବାଦକ ଅନୁଷ୍କା ଶଙ୍କର ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/sonu-amitabh.jpg)