Advertisment

‘ମଲଙ୍ଗ’ ଦେଖି ରାଗିଗଲେ ଗୋଆ ମୁଖ୍ୟମନ୍ତ୍ରୀ

ମୁମ୍ୱାଇ: ବଲିଉଡ୍‌ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ଫିଲ୍ମ ‘ମଲଙ୍ଗ’ ସିନେମା ଘରେ ରିଲିଜ୍‌ ହୋଇ ସାରିଛି। ବକ୍ସ ଅଫିସରେ ଏହା ଭଲ ପ୍ରଦର୍ଶନ କରୁଛି। ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଗତକାଲି ସୁଦ୍ଧା ପାଖାପାଖି ୪୦ କୋଟି ଆୟ କରିସାରିଛି। ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କୁ ନେଇ ନିର୍ମାଣ ହୋଇଥିବା ଏହି ଥ୍ରୀଲର୍‌ ଫିଲ୍ମରେ ଗୋଆର ପାର୍ଟି କଲଚର୍‌ ଓ ରେବ୍‌ ପାର୍ଟିକୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ତେବେ ଗୋଆ ମୁଖ୍ୟମନ୍ତ୍ରୀ […]

‘ମଲଙ୍ଗ’ ଦେଖି ରାଗିଗଲେ ଗୋଆ ମୁଖ୍ୟମନ୍ତ୍ରୀ

malang55

Advertisment

ମୁମ୍ୱାଇ: ବଲିଉଡ୍‌ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ଫିଲ୍ମ ‘ମଲଙ୍ଗ’ ସିନେମା ଘରେ ରିଲିଜ୍‌ ହୋଇ ସାରିଛି। ବକ୍ସ ଅଫିସରେ ଏହା ଭଲ ପ୍ରଦର୍ଶନ କରୁଛି। ଗତ ଶୁକ୍ରବାର ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଗତକାଲି ସୁଦ୍ଧା ପାଖାପାଖି ୪୦ କୋଟି ଆୟ କରିସାରିଛି।

Advertisment

ଆଦିତ୍ୟ ରାୟ କପୁର ଓ ଦିଶା ପଟାନୀଙ୍କୁ ନେଇ ନିର୍ମାଣ ହୋଇଥିବା ଏହି ଥ୍ରୀଲର୍‌ ଫିଲ୍ମରେ ଗୋଆର ପାର୍ଟି କଲଚର୍‌ ଓ ରେବ୍‌ ପାର୍ଟିକୁ ଦେଖାଇବାକୁ ଚେଷ୍ଟା କରାଯାଇଛି। ତେବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଫିଲ୍ମଟିକୁ ଦେଖିବା ପରେ ଆପତ୍ତି ଉଠାଇଛନ୍ତି। ଫିଲ୍ମରେ ଗୋଆର ଡ୍ରଗ୍ସ କଲଚ୍‌ରକୁ ଦେଖା ଯାଇଥିବା ବେଳେ ଏହାକୁ ନେଇ ସେ ଆପତ୍ତି ଉଠାଇଛନ୍ତି। ଫିଲ୍ମରେ ରାଜ୍ୟର ଛବି ଖରାପ କରାଯାଇଛି ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ସାୱନ୍ତ କହିଛନ୍ତି ଯେ ଗୋଆରେ ଭଲ ଆଇନ୍‌ ବ୍ୟବସ୍ଥା ରହିଛି। ତଥାପି ଗୋଆର ଚିତ୍ରକୁ ଫିଲ୍ମରେ ଏପରି କାହିଁକି ଦେଖାଯାଇଛି, ଯେପରି ଏହା ଏକ ଡ୍ରଗ୍ସ ଷ୍ଟେଟ୍‌। ‘ଏଣ୍ଟରଟେନ୍‌ମେଣ୍ଟ୍‌ ସୋସାଇଟି ଅଫ୍‌ ଗୋଆ’ ଏବେ ସବୁ ଫିଲ୍ମକୁ ରିଭ୍ୟୁ କରିବ।

Advertisment

ସେ ଆହୁରି କହିଛନ୍ତି, “ଆଗକୁ ଗୋଆକୁ ନେଇ ଫିଲ୍ମ ତିଆରି ପାଇଁ ଅନୁମତି ଦେବା ପୂର୍ବରୁ ‘ଏଣ୍ଟରଟେନମେଣ୍ଟ ସୋସାଇଟି ଅଫ୍‌ ଗୋଆ’ କାହାଣୀ ଗୁଡ଼ିକର ସମୀକ୍ଷା କରିବ। ଯଦି ସେଥିରେ ଗୋଆର ଛବି ଖରାପ ହେବା ଭଳି କିଛି ନଥିବ, ତା’ହେଲେ ଫିଲ୍ମ କରିବା ପାଇଁ ଅନୁମତି ଦିଆଯିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe