/odisha-reporter/media/post_attachments/uploads/2016/01/Leooo.jpg)
award
ଲସଏଞ୍ଜେଲସ୍: ଚଳିତବର୍ଷର ଗୋଲଡେନ୍ ଗ୍ଲୋବ୍ ଆୱାର୍ଡରେ ବାଜି ମାରିଛି ଫିଲ୍ମ ‘ଦ ରିଭେଣ୍ଟ’ । ଗତକାଲି ଲସଏଞ୍ଜେଲସରେ ଆୟୋଜିତ ଏହି ସମ୍ମାନଜନକ ଆୱାର୍ଡ ସମାରୋହରେ ‘ଦ ରିଭେଣ୍ଟ’କୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର ମିଳିଛି। ସେହିପରି ଫିଲ୍ମର ନାୟକ ଲିଓନାର୍ଡୋ ଡିକାପ୍ରିଓଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି। ଫିଲ୍ମର ନିର୍ଦ୍ଦେଶକ ଏଲଜେନ୍ଦ୍ରୋ ଜି ଏନାରିଣ୍ଟୁ ପାଇଛନ୍ତି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର।
Advertisment
ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଜିତିଛନ୍ତି ବ୍ରିଏ ଲାର୍ସନ୍। ଫିଲ୍ମ ‘ରୁମ’ରେ ଜଣେ ସଂଘର୍ଷମୟ ମା’ ଭୂମିକା ଲାଗି ତାଙ୍କୁ ଏହି ପୁରସ୍କାର ମିଳିଛି। ସେହିପରି କେଟ୍ ୱିନସଲେଟ୍ ସହ ଅଭିନେତ୍ରୀ ଏବଂ ସିଲଭର୍ ଷ୍ଟାଲୋନ ସହ ଅଭିନେତା ପୁରସ୍କାର ପାଇଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
