Advertisment

ଆଉ ନାହାନ୍ତି ‘ଗୋଲମାଲ’ ପ୍ରଡ୍ୟୁସର ରାଜୁ ଶାହ

ମୁମ୍ବାଇ: ‘ଗୋଲମାଲ’,‘ ଜବ ଉଇ ମେଟ’, ଓ ‘ବୋଲ ବଚ୍ଚନ’ ପରି ସୁପରହିଟ୍‌ ଫିଲ୍ମର ପ୍ରଡ୍ୟୁସର ରାଜୁ ଶାହ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଛି। ପତ୍ନୀଙ୍କ ସହ ଛୁଟି କାଟିବାକୁ କଶ୍ମୀର ଯାଇଥିବା ବେଳେ ସେଠାରେ ଆଖି ବୁଜିଛନ୍ତି ରାଜୁ ଶାହ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ରାଜୁଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ […]

ଆଉ ନାହାନ୍ତି ‘ଗୋଲମାଲ’ ପ୍ରଡ୍ୟୁସର ରାଜୁ ଶାହ

raju-shah

Advertisment

ମୁମ୍ବାଇ: ‘ଗୋଲମାଲ’,‘ ଜବ ଉଇ ମେଟ’, ଓ ‘ବୋଲ ବଚ୍ଚନ’ ପରି ସୁପରହିଟ୍‌ ଫିଲ୍ମର ପ୍ରଡ୍ୟୁସର ରାଜୁ ଶାହ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ହୃଦଘାତ ଯୋଗୁ ତାଙ୍କ ମୃତ୍ୟୁ ହୋଇଛି। ପତ୍ନୀଙ୍କ ସହ ଛୁଟି କାଟିବାକୁ କଶ୍ମୀର ଯାଇଥିବା ବେଳେ ସେଠାରେ ଆଖି ବୁଜିଛନ୍ତି ରାଜୁ ଶାହ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା।

Advertisment

ଗତକାଲି ବିଳମ୍ବିତ ରାତିରେ ରାଜୁଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ସେ ଆଖି ବୁଜିଛନ୍ତି। ଏହାପରେ ରାଜୁଙ୍କ ପୁଅଝିଅ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ଆଣୁଥିବା ବେଳେ ସେଠାରୁ ମୁମ୍ବାଇ ଆଣିବେ ବୋଲି ଜଣାଯାଇଛି। ଆଜି ବିଳମ୍ବିତ ରାତିରେ ମୁମ୍ବାଇରେ ପହଞ୍ଚିବା ପରେ ଆସନ୍ତାକାଲି ଙ୍କ ଅନ୍ତିମ ସତ୍କାର କରାଯିବ ବୋଲି  ସ୍ୱର୍ଗତ ରାଜୁ ଶାହଙ୍କ ନିକଟତମ ବନ୍ଧୁ ଗୋବର୍ଦ୍ଧନ ତନୱାନି ସୂଚନା ଦେଇଛନ୍ତି।

ତନୱାନି ଦେଇଥିବା ସୂଚନା ଅନୁଯାୟୀ, ଗତ ରାତି ପ୍ରାୟ ୧୧ଟା ପରେ ରାଜୁ ବାଥରୁମ୍‌ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କ ଶରୀର ଥରିବାକୁ ଲାଗିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବା ବେଳେ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ। ଏହି ଖବରକୁ ରାଜୁଙ୍କ  ପୁଅ, ଝିଅ ଓ ଜ୍ୱାଇଁ ପ୍ରଥମେ ବିଶ୍ୱାସ କରି ପାରି ନ ଥିଲେ। ଆଜି ସକାଳେ ସେମାନେ କଶ୍ମୀରରେ ପହଞ୍ଚି ସେଠାରୁ ତାଙ୍କ ମୃତଦେହ ମୁମ୍ବାଇ ଅଭିମୁଖେ ଆଣୁଥିବା ଜଣାଯାଇଛି। ବାପାଙ୍କ ମୃତ୍ୟର ୪୫ ମିନିଟ୍‌ ପୂର୍ବରୁ ମୁଁ ତାଙ୍କ ସହ କଥା ହୋଇଥିଲି। ସେ ପୂରା ଭଲ ଥିଲେ। ହେଲେ ଅଚାନକ ଏପରି ଖବର ପାଇ ପରିବାରର ସମସ୍ତଙ୍କୁ ଶକ୍ତ ଧକ୍କା ଲାଗିଥିବା ସେ କହିଛନ୍ତି।

Advertisment

ଏହି ଖବର ପ୍ରଚାରିତ ହେବା ପରେ ବହୁ ବଲିଉଡ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି। ରାଜୁ ଶାହଙ୍କର TA Shah ନାମକ ଗ୍ରୁପ ଅଫ୍‌ କମ୍ପାନୀ ଥିବା ବେଳେ Sona ସିନେମାର ବି ସେ ମାଲିକ ଥିଲେ ।  ହେଲେ ପରେ ସେ Sona ସିନେମାକୁ ବିକ୍ରି କରି ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe