Advertisment

ରିଲିଜ୍‌ ହେଉ ହେଉ 'ଗୁଡ୍‌ ନ୍ୟୁଜ୍'କୁ ମିଳିଲା ‘ବ୍ୟାଡ୍ ନ୍ୟୁଜ୍‌’

ମୁମ୍ବାଇ: ଅକ୍ଷୟ କୁମାର, କରୀନା କପୁର, କିଆରା ଆଡ଼ଭାନୀ ଓ ଦଲଜିତ୍‌ ଦୋସାଞ୍ଝଙ୍କ କମେଡି ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ଗତକାଲି ରିଲିଜ୍‌ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଛି। ପ୍ରଥମ ଦିନରେ ଏହା ୧୮ କୋଟିରୁ ଅଧିକ ଟଙ୍କାର ବିଜ୍‌ନେସ୍‌ କରିଛି। କିନ୍ତୁ ରିଲିଜ୍‌ ହେଉ ହେଉ ଏହା ବିବାଦରେ ଫସି ଯାଇଛି। ଏହି ଫିଲ୍ମ ବିରୋଧରେ ’ଯଶ ଟ୍ରଷ୍ଟ୍’ ନାମକ ଏକ ଏନ୍‌ଜିଓ କର୍ଣ୍ଣାଟକ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ […]

ଅଦ୍ୟତନ ହୋଇଛି
ବିଦେଶରେ 'ଗୁଡ୍‌ ନ୍ୟୁଜ୍' ଧମାକା

goodnews

Advertisment

ମୁମ୍ବାଇ: ଅକ୍ଷୟ କୁମାର, କରୀନା କପୁର, କିଆରା ଆଡ଼ଭାନୀ ଓ ଦଲଜିତ୍‌ ଦୋସାଞ୍ଝଙ୍କ କମେଡି ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ଗତକାଲି ରିଲିଜ୍‌ ହୋଇଛି। ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିଛି। ପ୍ରଥମ ଦିନରେ ଏହା ୧୮ କୋଟିରୁ ଅଧିକ ଟଙ୍କାର ବିଜ୍‌ନେସ୍‌ କରିଛି। କିନ୍ତୁ ରିଲିଜ୍‌ ହେଉ ହେଉ ଏହା ବିବାଦରେ ଫସି ଯାଇଛି। ଏହି ଫିଲ୍ମ ବିରୋଧରେ ’ଯଶ ଟ୍ରଷ୍ଟ୍’ ନାମକ ଏକ ଏନ୍‌ଜିଓ କର୍ଣ୍ଣାଟକ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛି। ଫିଲ୍ମଟିର ରିଲିଜ୍‌ ଉପରେ ରୋକ୍ ଲଗାଇବାକୁ ଦାବି କରି ଏହି ଏନ୍‌ଜିଓ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଛି।

Advertisment

ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ରେ ଦେଖିବାକୁ ମିଳିଛି ଯେ ‘ବତ୍ରା’ ଉପନାମ ଥିବା ଦୁଇ ଦମ୍ପତିଙ୍କର ପିଲାଛୁଆ ହେଉ ନଥିବାରୁ ସେମାନେ ଏକ ଘରୋଇ କ୍ଲିନିକ୍‌କୁ ଆଇଭିଏଫ୍‌ (ଇନ୍-ଭିଟ୍ରୋ-ଫର୍ଟିଲାଇଜେସନ୍‌)ର ସାହାଯ୍ୟ ନେବାକୁ ଯାଇଛନ୍ତି। ହେଲେ ସମାନ ଉପନାମ ଥିବା ଯୋଗୁ ଭୁଲ୍‌ବଶତଃ ଶୁକ୍ରାଣୁ ଅଦଳବଦଳ ହୋଇଯାଇଛି। ଆଉ ଏହା ପରେ ଆରମ୍ଭ ହେଇଯାଉଛି କନ୍‌ଫ୍ୟୁଜନ୍‌। ଆଉ ଉକ୍ତ ଏନ୍‌ଜିଓ ଫିଲ୍ମର ଏହି ବିଷୟବସ୍ତୁକୁ ନେଇ ଆପତ୍ତି ଉଠାଇଛି।

https://www.instagram.com/p/B6kGEWXn0_Q/?utm_source=ig_web_copy_link

ଏହି ଏନ୍‌ଜିଓ ପକ୍ଷରୁ କରାଯାଇଥିବା ଆବେଦନରେ କୁହାଯାଇଛି ଯେ ଫିଲ୍ମର ବିଷୟବସ୍ତୁ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ଏହା ଦେଖିବା ପରେ ଦର୍ଶକଙ୍କ ମନରେ ଧାରଣା ଉତ୍ପନ୍ନ ହେବ ଯେ ଆଇଭିଏଫ୍‌ କେନ୍ଦ୍ର ଗୁଡ଼ିକରେ ପ୍ରାୟ ସମୟରେ ଏଭଳି ଭୁଲ୍‌ ହେଉଥିବ। ଆଉ ସେମାନଙ୍କର ଏଭଳି ଧାରଣା ଆଇଭିଏଫ୍ କେନ୍ଦ୍ରଗୁଡ଼ିକର ବ୍ୟବସାୟରେ ବାଧା ଉପୁଜାଇବ।

Advertisment

https://www.instagram.com/tv/B57eBaiH4vE/?utm_source=ig_web_copy_link

ସୂଚନାଯୋଗ୍ୟ, ‘ଗୁଡ୍‌ ନ୍ୟୁଜ୍’ ଫିଲ୍ମରେ ଅକ୍ଷୟ କୁମାର ଓ କରୀନା କପୁର ସ୍ୱାମୀସ୍ତ୍ରୀ ହୋଇଥିବା ବେଳେ କିଆରା ଆଡ଼ଭାନୀ ଓ ଦଲ୍‌ଜିତ୍‌ ଦୋସାଞ୍ଝ ବି ସ୍ୱାମୀସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ରାଜ୍‌ ମେହେତା। ଫିଲ୍ମଟି ଭଲ ଓପନିଂ କରିଛି ଓ ସଲ୍‌ମାନ୍‌ଙ୍କ ‘ଦବଙ୍ଗ ୩’କୁ ଟକ୍କର ଦେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe