୨୦୦ କୋଟି କ୍ଲବରେ ସାମିଲ୍‌ ହେଲା 'ଗୁଡ୍‌ ନ୍ୟୁଜ୍'

ମୁମ୍ବାଇ: ପୁଣି ବାଜି ମାରିଲେ ଖିଲାଡ଼ି କୁମାର୍‌। ନିଜ ନାଁରେ ସେ ଏବେ ଏକ ନୂଆ ରେକର୍ଡ୍ ବନେଇ ସାରିଛନ୍ତି। ଗୋଟିଏ ବର୍ଷ ଭିତରେ ରିଲିଜ୍ ହୋଇଥିବା ତାଙ୍କର ତିନିଟି ଫିଲ୍ମ ୨୦୦ କୋଟି କ୍ଲବରେ ସାମିଲ୍‌ ହୋଇଛି। ‘ମିଶନ ମଙ୍ଗଲ’ ଓ ‘ ହାଉସଫୁଲ୍‌ ୪’ ପରେ ଏବେ ତାଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ମଧ୍ୟ ୨୦୦ କୋଟି ଟଙ୍କାର ଆୟ କରିସାରିଛି। ଫିଲ୍ମଟି ରିଲିଜ୍‌ ହେବା ୨୪ ଦିନରେ ୨୦୧.୧୪ କୋଟି ଟଙ୍କା ଆୟ […]

good-news

Chinmayee Roy
  • Published: Monday, 20 January 2020
  • , Updated: 20 January 2020, 06:27 PM IST

ମୁମ୍ବାଇ: ପୁଣି ବାଜି ମାରିଲେ ଖିଲାଡ଼ି କୁମାର୍‌। ନିଜ ନାଁରେ ସେ ଏବେ ଏକ ନୂଆ ରେକର୍ଡ୍ ବନେଇ ସାରିଛନ୍ତି। ଗୋଟିଏ ବର୍ଷ ଭିତରେ ରିଲିଜ୍ ହୋଇଥିବା ତାଙ୍କର ତିନିଟି ଫିଲ୍ମ ୨୦୦ କୋଟି କ୍ଲବରେ ସାମିଲ୍‌ ହୋଇଛି। ‘ମିଶନ ମଙ୍ଗଲ’ ଓ ‘ ହାଉସଫୁଲ୍‌ ୪’ ପରେ ଏବେ ତାଙ୍କ ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ମଧ୍ୟ ୨୦୦ କୋଟି ଟଙ୍କାର ଆୟ କରିସାରିଛି। ଫିଲ୍ମଟି ରିଲିଜ୍‌ ହେବା ୨୪ ଦିନରେ ୨୦୧.୧୪ କୋଟି ଟଙ୍କା ଆୟ କରିଛି।

https://twitter.com/taran_adarsh/status/1219121396686544896

ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ଟ୍ୱିଟ୍‌ ଅନୁଯାୟୀ ଫିଲ୍ମଟି ବକ୍ସ ଫିସ୍‌ କଲେକ୍ସନ୍‌ରେ ୩ ଦିନରେ ୫୦ କୋଟି, ୬ ଦିନରେ ୧୦୦ କୋଟି, ୧୦ ଦିନରେ ୧୫୦ କୋଟି ଓ ୨୪ ଦିନରେ ୨୦୦ କୋଟି ପାର୍‌ କରିଛି। ଏହା ପୂର୍ବରୁ ୨୦୧୯ ଗଷ୍ଟ ୧୫ରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ‘ମିଶନ ମଙ୍ଗଲ’ ୨୯୦.୫୯ କୋଟି ଟଙ୍କା ଓ ଅକ୍ଟୋବର ୨୫ରେ ରିଲିଜ୍‌ ହୋଇଥିବା ଫିଲ୍ମ 'ହାଉସଫୁଲ୍ ୪‘ ମଧ୍ୟ ୨୮୦ କୋଟି ଟଙ୍କାର ବିଜ୍‌ନେସ୍‌ କରିଥିଲା।

ସୂଚନାଯୋଗ୍ୟ, ‘ଗୁଡ୍‌ ନ୍ୟୁଜ୍’ ଫିଲ୍ମରେ ଅକ୍ଷୟ କୁମାର ଓ କରୀନା କପୁର ସ୍ୱାମୀସ୍ତ୍ରୀ ହୋଇଥିବା ବେଳେ କିଆରା ଆଡ଼ଭାନୀ ଓ ଦଲ୍‌ଜିତ୍‌ ଦୋସାଞ୍ଝ ବି ସ୍ୱାମୀସ୍ତ୍ରୀ ଭୂମିକାରେ ଅଭିନୟ କରିଛନ୍ତି।  ଏଥିରେ ଦେଖିବାକୁ ମିଳିଛି ଯେ ‘ବତ୍ରା’ ଉପନାମ ଥିବା ଦୁଇ ଦମ୍ପତିଙ୍କର ପିଲାଛୁଆ ହେଉ ନଥିବାରୁ ସେମାନେ ଏକ ଘରୋଇ କ୍ଲିନିକ୍‌କୁ ଆଇଭିଏଫ୍‌ (ଇନ୍-ଭିଟ୍ରୋ-ଫର୍ଟିଲାଇଜେସନ୍‌)ର ସାହାଯ୍ୟ ନେବାକୁ ଯାଇଛନ୍ତି। ହେଲେ ସମାନ ଉପନାମ ଥିବା ଯୋଗୁ ଭୁଲ୍‌ବଶତଃ ଶୁକ୍ରାଣୁ ଅଦଳବଦଳ ହୋଇଯାଇଛି। ଆଉ ଏହା ପରେ ଆରମ୍ଭ ହେଇଯାଉଛି କନ୍‌ଫ୍ୟୁଜନ୍‌। କମେଡି ଓ ଇମୋସନ୍‌ରେ ଭର୍ତ୍ତି ଏହି ଫିଲ୍ମକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ରାଜ୍‌ ମେହତା। ଫିଲ୍ମଟି ଡିସେମ୍ବର ୨୭ରେ ରିଲିଜ୍‌ ହୋଇଥିଲା।

Related story