ଗୋଟିଏ କ୍ଲିକ୍‌ରେ ଗୁଗୁଲ୍‌ ସ୍କ୍ରିନ୍‌ରୁ ଉଡ଼ି ଯାଉଛି ସବୁ ଅକ୍ଷର !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରୋକ୍ତ ଶୀର୍ଷକ ପଢ଼ିଲା ବେଳକୁ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ଭାବୁଥିବେ ଗୁଗୁଲ୍‌ରେ ସର୍ଚ୍ଚ କଲେ ରେଜଲ୍ଟ ପରଦାରେ ଆସିଥାଏ, ଆଉ ଉଡ଼ିବ କ’ଣ। କିନ୍ତୁ ଆମେ କୌଣସି ମନଗଢ଼ା କାହାଣୀ କହୁନୁ ଏହା ସତ। ଆପଣ ବି ଚାହିଁଲେ ଏହା ପରୀକ୍ଷା କରି ଦେଖିପାରିବେ। ଏମିତି ଶବ୍ଦ ଅଛି ଯାହା ଲେଖିଲା ବେଳକୁ ଏକ ଥମ୍‌ନେଲ୍‌ ଆସୁଛି। ଆଉ ସେଥିରେ କ୍ଲିକ୍‌ କଲା ପରେ ଗୁଗୁଲ୍‌ ପେଜ୍‌ରୁ ସବୁ ଉଡ଼ି ଯାଉଛି। ସେ […]

thanos

thanos

Sangita Sahoo
  • Published: Friday, 26 April 2019
  • Updated: 26 April 2019, 05:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପରୋକ୍ତ ଶୀର୍ଷକ ପଢ଼ିଲା ବେଳକୁ ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ଭାବୁଥିବେ ଗୁଗୁଲ୍‌ରେ ସର୍ଚ୍ଚ କଲେ ରେଜଲ୍ଟ ପରଦାରେ ଆସିଥାଏ, ଆଉ ଉଡ଼ିବ କ’ଣ। କିନ୍ତୁ ଆମେ କୌଣସି ମନଗଢ଼ା କାହାଣୀ କହୁନୁ ଏହା ସତ। ଆପଣ ବି ଚାହିଁଲେ ଏହା ପରୀକ୍ଷା କରି ଦେଖିପାରିବେ। ଏମିତି ଶବ୍ଦ ଅଛି ଯାହା ଲେଖିଲା ବେଳକୁ ଏକ ଥମ୍‌ନେଲ୍‌ ଆସୁଛି। ଆଉ ସେଥିରେ କ୍ଲିକ୍‌ କଲା ପରେ ଗୁଗୁଲ୍‌ ପେଜ୍‌ରୁ ସବୁ ଉଡ଼ି ଯାଉଛି। ସେ ଶବ୍ଦଟି ହେଉଛି THANOS ।

ଗୁଗୁଲ୍‌ରେ ଆପଣ ‘ଥାନୋସ୍‌’ ଲେଖିବେ। ରେଜଲ୍ଟ ପେଜ୍‌ର ଡାହାଣ ସାଇଡ୍‌ରେ ଏକ ଥମ୍‌ନେଲ୍‌ ଶୋ’ କରିବ। ଆଉ ସେହି ହାତଟି ହେଉଛି ‘ଥୋନାସ’ର ହାତ। ଯାହା ଖୁବ୍‌ ଲୋକପ୍ରିୟ। ଆପଣ ସେହି ଆଇକନ୍‌ ଉପରେ କ୍ଲିକ୍‌ କରିବେ। କ୍ଲିକ୍‌ କରିବା ମାଟ୍ରେ ଚୁଟ୍‌କି ବାଜିବ। ଆଉ ତାପରେ ଗୁଗୁଲ୍‌ ପେଜ୍‌ରେ ସବୁ କଣ୍ଟେଣ୍ଟ୍‌ ଆପେ ଆପେ ଉଡ଼ିଯିବ।
ଆପଣ ଜାଣିଛନ୍ତି ଏହି ‘ଥାନୋସ୍‌’ କିଏ? ସେ ହେଉଛନ୍ତି ଆଜି ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଭେଞ୍ଜର’ରେ ଅଭିନୟ କରିଥିବା ସବୁଠାରୁ ଶକ୍ତିଶାଳୀ ଭିଲିଆନ୍‌। ଏହି ଫିଲ୍ମର ପ୍ରମୋଶନ୍‌ ପାଇଁ ଗୁଗୁଲ୍‌ ଏମିତି କରିଛି। ଗୁଗୁଲ୍‌ ଏମିତି ପ୍ରଥମ ଥର କରନି ଏହା ପୂର୍ବରୁ ସେ ଏମିତି ଟ୍ରିକ୍ସ ଆପଣେଇ ସାରିଛି। ଆପଣ ଏହାକୁ ଇଷ୍ଟର ଏଗ୍‌ ବି କହି ପାରିବେ।

ଗୁଗୁଲ୍‌ ଏମିତି ଡିଜାଇନ୍‌ କରିଛି ଯେ, ଆପଣ ଯେମିତି ‘ଥାନୋସ୍‌’ ଆଇକନ୍‌ ଉପରେ କ୍ଲିକ୍‌ କରିବେ ସେ ସମୟରେ ପେଜ୍‌ର ସବୁ କଣ୍ଟେଣ୍ଟ୍‌ ଠିକ୍‌ ସେହି ଭଳି ଉଡ଼ିଯିବ ଯେମିତି ‘ଆଭେଞ୍ଜର ଅନ୍‌ଫିନିଟ୍‌ ୱାର୍‌’ରେ ଅଧା ଆଭେଞ୍ଜର ଉଡ଼ିଥିଲା। ଗୁଗୁଲ୍‌ ସର୍ଚ୍ଚ ଇଞ୍ଜିନ୍‌ରେ ଏହି କଣ୍ଟେଟ୍‌ ପୂରା ଧିରେ ଧିରେ ଗାଏବ୍‌ ହୋଇଥାଏ। ଥାନୋସ୍‌ ସର୍ଚ୍ଚ ରେଜଲ୍ଟର ସବୁଠୁ ଉପରେ ଦେଖିଲେ ପ୍ରଥମେ ଆପଣଙ୍କୁ ୯୦ ମିଲିୟନ୍‌ ସର୍ଚ୍ଚ ରେଜଲ୍ଟ ଦେଖିବାକୁ ମିଳିବ। ପରେ ଏହା କମି ୪୫ ମିଲିୟନ୍‌ ହୋଇଯାଇଥାଏ। ଏହା ଏଥିପାଇଁ କାହିଁକିନା ‘ଆଭେଞ୍ଜର୍ସ’ ଫିଲ୍ମରେ ‘ଥାନୋସ୍‌’ ଅଧା ଦୁନିଆ ଶେଷ କରି ଦେଇଛି।

‘ଆଭେଞ୍ଜର୍ସ’ ସିରିଜ୍‌ର ଶେଷ ଫିଲ୍ମ ‘ଆଭେଞ୍ଜର୍ସ-ଏଣ୍ଡ୍‌ଗେମ୍‌’ ରିଲିଜ୍‌ ହୋଇ ସାରିଲାଣି। ସାରା ଦୁନିଆର ଲୋକଙ୍କ ମଧ୍ୟରେ ଏହି ଫିଲ୍ମର କ୍ରେଜ୍‌ ଦେଖିବାକୁ ମିଳିଛି। ଭାରତରେ ପ୍ରଥମ ଥର ଏହି ଫିଲ୍ମ ପାଇଁ ସିନେମା ହଲ୍‌ ମାନଙ୍କରେ ୨୪ X ୭ ଫିଲ୍ମ ଦେଖାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos