ରିଲିଜ୍ ହେଲା ‘ଗୋଟେ ଶୁଆ ଗୋଟେ ଶାରୀ’ର ଅଡିଓ

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନର ସୁପରହିଟ୍ ଫିଲ୍ମ ‘ଗପ ହେଲେ ବି ସତ’ ପରେ ପୁଣି ଏକାଠି  ବର୍ଷା ଓ ଅନୁଭବଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ମା’ ତାରିଣୀ ଫିଲ୍ମ ପ୍ରଡକ୍ସନର ଷଷ୍ଠ ଅବଦାନ ‘ଗୋଟେ ଶୁଆ ଗୋଟେ ଶାରୀ’ରେ ଅନୁଭବ ସାଜିଛନ୍ତି ଶୁଆ ଓ ଶାରୀ ବନିଛନ୍ତି ତାଙ୍କ ବେଟରହାଫ୍  ବର୍ଷା। ସୋମବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ରିଲିଜ୍ ହୋଇଛି ଫିଲ୍ମର ଅଡିଓ । ରିଲିଜ୍ ଉତ୍ସବରେ ଫିଲ୍ମର ଷ୍ଟାରକାଷ୍ଟ୍  […]

sua

Rakesh Mallick
  • Published: Tuesday, 09 February 2016
  • , Updated: 09 February 2016, 03:00 AM IST

ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନର ସୁପରହିଟ୍ ଫିଲ୍ମ ‘ଗପ ହେଲେ ବି ସତ’ ପରେ ପୁଣି ଏକାଠି  ବର୍ଷା ଓ ଅନୁଭବଙ୍କ ଯୋଡ଼ିକୁ ବଡ଼ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ମା’ ତାରିଣୀ ଫିଲ୍ମ ପ୍ରଡକ୍ସନର ଷଷ୍ଠ ଅବଦାନ ‘ଗୋଟେ ଶୁଆ ଗୋଟେ ଶାରୀ’ରେ ଅନୁଭବ ସାଜିଛନ୍ତି ଶୁଆ ଓ ଶାରୀ ବନିଛନ୍ତି ତାଙ୍କ ବେଟରହାଫ୍  ବର୍ଷା। ସୋମବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ରିଲିଜ୍ ହୋଇଛି ଫିଲ୍ମର ଅଡିଓ । ରିଲିଜ୍ ଉତ୍ସବରେ ଫିଲ୍ମର ଷ୍ଟାରକାଷ୍ଟ୍  ଅନୁଭବ ଓ ବର୍ଷାଙ୍କ ସହ ପ୍ରଯୋଜକ ନିରଞ୍ଜନ ରଣା ଉପସ୍ଥିତ ଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ମୃତ୍ୟୁଞ୍ଜୟ ସାହୁ ଦେଇଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରବି ନାୟରାୟଣ ନନ୍ଦ ଓ ପ୍ରେମ ଆନନ୍ଦ। ଚଳିତମାସ ୧୨ ତାରିଖରେ ଫିଲ୍ମଟି ରିଲିଜ୍ ହେବ। ଫିଲ୍ମଟି ଯୁବ ଦର୍ଶକମାନଙ୍କୁ  ଆକର୍ଷିତ କରିବ ବୋଲି ଆଶା ରଖିଛନ୍ତି ପ୍ରଯୋଜକ ସଂସ୍ଥା।

Related story