/odisha-reporter/media/post_attachments/uploads/2016/02/AJI-KAI.avi_snapshot_01.12_2016.02.07_19.59.27.jpg)
AJI KAI.
ଭୁବନେଶ୍ୱର: ତରଙ୍ଗ ସିନେ ପ୍ରଡକ୍ସନର ସୁପରହିଟ୍ ଫିଲ୍ମ ‘ଗପ ହେଲେ ବି ସତ’ ପରେ ପୁଣି ଥରେ ରୁପେଲି ପରଦାରେ ଅନୁଭବ ଓ ବର୍ଷାଙ୍କ ଯୋଡ଼ିକୁ ଦେଖିବାକୁ ମିଳିବ। ମା’ ତାରିଣୀ ଫିଲ୍ମ ପ୍ରଡକ୍ସନର ଷଷ୍ଠ ଅବଦାନ ‘ଗୋଟେ ଶୁଆ ଗୋଟେ ଶାରୀ’ରେ ଏହି ଦୁଇ ଜଣ ଏକାଠି ଆସୁଛନ୍ତି। ନୂଆ ରୋମାଣ୍ଟିକ୍ ଓ ଫ୍ୟାମିଲି ମେଲୋଡ୍ରାମାରେ ଅନୁଭବ ସାଜିଛନ୍ତି ଶୁଆ ଆଉ ତାଙ୍କ ସାରୀ ସାଜିଛନ୍ତି ତାଙ୍କ ବେଟରହାଫ୍ ବର୍ଷା। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ। ନାରାୟଣ ନନ୍ଦ ଓ ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ ତାର ରୋମାଣ୍ଟିକ୍ ଟ୍ରାକ୍କୁ ପସନ୍ଦ କରିଛନ୍ତି ଦର୍ଶକ।
Advertisment
ଅନୁଭବ-ବର୍ଷାଙ୍କ ଫିଲ୍ମ ପୂର୍ବରୁ ସୁପରହିଟ୍ ହୋଇଥିବା ବେଳେ ଏବେ ‘ଗୋଟେ ଶୁଆ ଗୋଟେ ଶାରୀ’କୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ଆଗାମୀ ଦିନରେ ଜଣାପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
