Advertisment

ତୁଟିଲା ମାମୁଁ-ଭଣଜା କଳି; କୃଷ୍ଣାଙ୍କ କାନ୍ଦ ଦେଖି ତରଳିଗଲେ ଗୋବିନ୍ଦା

ମୁମ୍ବାଇ: ତୁଟିଲା ମାମୁଁ ଭଣଜା କଳି । ସରିଲା ତୁ ତୁ ମେ ମେ ଚାପ୍ଟର । ଦୀର୍ଘ ଦିନ ହେଲା ପରସ୍ପର ବିରୋଧରେ କଟୁ ଭାଷା ବ୍ୟବହାର କରୁଥିବା ମାମୁଁ- ଭଣଜା ଯୋଡ଼ି ଗୋବିନ୍ଦା-କୃଷ୍ଣା ଅଭିଷେକଙ୍କ ମନରେ ଶେଷରେ ପରସ୍ପର ପ୍ରତି ପ୍ରେମ ଭାବନା ଜାଗ୍ରତ ହୋଇଛି। ବର୍ଷ ବର୍ଷ ଧରି ମାମୁଁ ଭଣଜାଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ତଥା କଳିଝଗଡ଼ା ଲାଗି ରହିଥିଲା। ​। କୃଷ୍ଣା ଓ ତାଙ୍କ ପତ୍ନୀ କଶ୍ମୀରାଙ୍କ ବ୍ୟବହାରରେ ଅତିଷ୍ଠ […]

ଅଦ୍ୟତନ ହୋଇଛି
ତୁଟିଲା ମାମୁଁ-ଭଣଜା କଳି; କୃଷ୍ଣାଙ୍କ କାନ୍ଦ ଦେଖି ତରଳିଗଲେ ଗୋବିନ୍ଦା

gobinda-&-krushna

Advertisment

ମୁମ୍ବାଇ: ତୁଟିଲା ମାମୁଁ ଭଣଜା କଳି । ସରିଲା ତୁ ତୁ ମେ ମେ ଚାପ୍ଟର । ଦୀର୍ଘ ଦିନ ହେଲା ପରସ୍ପର ବିରୋଧରେ କଟୁ ଭାଷା ବ୍ୟବହାର କରୁଥିବା ମାମୁଁ- ଭଣଜା ଯୋଡ଼ି ଗୋବିନ୍ଦା-କୃଷ୍ଣା ଅଭିଷେକଙ୍କ ମନରେ ଶେଷରେ ପରସ୍ପର ପ୍ରତି ପ୍ରେମ ଭାବନା ଜାଗ୍ରତ ହୋଇଛି।

Advertisment

ବର୍ଷ ବର୍ଷ ଧରି ମାମୁଁ ଭଣଜାଙ୍କ ମଧ୍ୟରେ ମତାନ୍ତର, ମନାନ୍ତର ତଥା କଳିଝଗଡ଼ା ଲାଗି ରହିଥିଲା। ​। କୃଷ୍ଣା ଓ ତାଙ୍କ ପତ୍ନୀ କଶ୍ମୀରାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ସେମାନଙ୍କଠୁ ଦୂରେଇ ଯାଇଥିଲେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା। ଏପରିକି ତାଙ୍କ ସହ  କିଛି ସଂପର୍କ ରଖିବାକୁ ଚାହୁଁନୁ, ଆଉ ଏକଥା କେବେବି ବଦଳିବ ନାହିଁ ବୋଲି କହିଥିଲେ ସୁନୀତା ।

କୃଷ୍ଣା ଅନେକ ଥର କ୍ଷମା ମାଗିଥିଲେ ବି  କ୍ଷମା କରିବା ମୁଡରେ ନ ଥିଲେ ଗୋବନ୍ଦା ଓ ସୁନୀତା। ହେଲେ ଏବେ ତରଳି ଯାଇଛି ଗୋବିନ୍ଦାଙ୍କ ମୁଡ । ମନିଷ ପଲଙ୍କ ଶୋ’ ‘ପୋଡକାଷ୍ଟ’ ଯୋଗୁଁ ଏପରି ସମ୍ଭବ ହୋଇପାରିଛି ।  ମନିଷ ପଲ କିଛି ଦିନ ପୂର୍ବରୁ ନିଜ ଶୋ’କୁ କୃଷ୍ଣାଙ୍କୁ ଡାକିଥିଲେ ଏବଂ ସେଠାରେ ହାସ୍ୟ ଅଭିନେତା ନିଜ ମାମୁଁଙ୍କୁ ସର୍ବସାଧାରଣରେ କ୍ଷମା ମାଗିଥିଲେ। ବର୍ତ୍ତମାନ ଗୋବିନ୍ଦା ଏହା ଉପରେ ଏକ ଭିଡିଓରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Advertisment

[caption id="attachment_741613" align="aligncenter" width="650"]gobinda ନିଜ ନିଜ ପତ୍ନୀଙ୍କ ସହ ଗୋବିନ୍ଦା ଓ କୃଷ୍ଣା ।[/caption]

ଅଭିନେତା ଗୋବିନ୍ଦା କହିଛନ୍ତି, 'କୃଷ୍ଣା ଓ ଆରତୀ ମୋର ପ୍ରିୟ ଭଉଣୀର ସନ୍ତାନ । ମୁଁ ମୋ ଭଉଣୀକୁ ବହୁତ ଭଲ ପାଉଥିଲି । ସେହି ସୁଖ ତୁମ ଦୁହିଁଙ୍କ ଭାଗ୍ୟରେ ଜୁଟିଲା ନାହିଁ, ସେଥିପାଇଁ ମୁଁ ସବୁବେଳେ ଦୁଃଖିତ । କିନ୍ତୁ ମୋର କୌଣସି ବ୍ୟବହାର ପାଇଁ ତୁମେ ଦୁହେଁ ଦୁଃଖି ହୁଅ ବୋଲି ମୁଁ କେବେ ବି ଚାହିଁବି ନାହିଁ।’

ଗୋବିନ୍ଦା ଆହୁରି କହିଛନ୍ତି, ‘ତୁମମାନଙ୍କ ପାଇଁ ମୋ ହୃଦୟରେ ସବୁବେଳେ ଭଲ ପାଇବା ଭରି ରହିଛି। ତେଣୁ ଦୟାକରି ବିଚଳିତ ହୁଅ ନାହିଁ। ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ, ସର୍ବଶ୍ରେଷ୍ଠ, କଠିନ ପରିଶ୍ରମ ଜାରି ରଖ । ’ ଏହି ଭିଡିଓର କମେଣ୍ଟ ବକ୍ସରେ ଅଭିଷେକଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ସେ ଲେଖିଛନ୍ତି, 'ମୁଁ ମଧ୍ୟ ତୁମକୁ ବହୁତ ଭଲ ପାଏ ମାମୁଁ। ଏଥିସହ ସେ ଏକ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି।

ମନିଷଙ୍କ ଶୋ’ରେ କୃଷ୍ଣା ଅଭିଷେକ ନିଜ ମନର ବ୍ୟଥା ପ୍ରକାଶ କରିଥିଲେ। ମାମୁଁଙ୍କ ସହ ଚାଲିଥିବା ଦୀର୍ଘଦିନର ଟେନସନ ପାଇଁ ସେ  କ୍ଷମା ମାଗିଥିଲେ ଏବଂ କହିଥିଲେ, 'ଚିଚି ମାମା, ମୁଁ ତୁମକୁ ବହୁତ ଭଲ ପାଏ । ମୁଁ ତୁମକୁ ବହୁତ ମନେ ପକାଉଛି । ଯାହା ମିଡିଆରେ ଆସୁଛି ତାହାକୁ ସତ ବୋଲି ଭାବନି। ମୁଁ କେବଳ ଗୋଟିଏ କଥା କହିବି ଯେ ମୁଁ ବହୁତ ମିସ୍ କରୁଛି । ମୁଁ ଚାହେଁ ମୋ ପିଲାମାନେ ମୋ ମାମୁଁଙ୍କ ସହିତ ଖେଳନ୍ତୁ।’

 କପିଲ ଶର୍ମାଙ୍କ ଶୋ’ରେ ବଡ଼ ବଡ଼ ସେଲିବ୍ରିଟିଙ୍କୁ ହସାଉଥିବା କୃଷ୍ଣା ଅଭିଷେକ ଏହି ଶୋ’ରେ ଖୁବ୍‌ ଭାବପ୍ରବଣ ହୋଇ ପଡ଼ିଥିଲେ।  ଆଉ ନିଜ ଭଣଜାକୁ ସମସ୍ତଙ୍କ ସମ୍ମୁଖରେ କାନ୍ଦିବାର ଦେଖି ଗୋବିନ୍ଦା ବି ତାଙ୍କର ସବୁ ଭୁଲ୍‌କୁ କ୍ଷମା କରି ଆଉ ଏକ ଚାପ୍ଟର ଆରମ୍ଭ କରିବା ବୋଲି କହିଛନ୍ତି। 

Govinda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe