Advertisment

କୃଷ୍ଣାଙ୍କ ସହ ଗୋବିନ୍ଦାଙ୍କ କଥାବର୍ତ୍ତା ବନ୍ଦ; ପତ୍ନୀ କହିଲେ, ଆଉ ସଂପର୍କ ରଖିବାକୁ ଚାହୁଁନୁ

ମୁମ୍ବାଇ: ବଲିଉଡ୍‌ ରାଜା ଗୋବିନ୍ଦା ଓ ତାଙ୍କ ଭଣଜା କୃଷ୍ଣା ଅଭିଷେକଙ୍କ ମଧ୍ୟରେ ମତାନ୍ତର ପୁଣି ସାମ୍ନାକୁ ଆସିଛି।  ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତାଙ୍କ ଏକ ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ଏବେ ପୁଣି ଥରେ ସେମାନଙ୍କ ମଧ୍ୟରେ ମତାନ୍ତର ଦେଖା ଦେଇଛି। ନିକଟରେ କୃଷ୍ଣା ନିଜ ଜାଆଁଳ ପିଲାଙ୍କ ଜନ୍ମ ଦିନ ପାଳନ କରିଥିଲେ। କିନ୍ତୁ ଏହି ପାର୍ଟିରେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କୁ ଦେଖିବାକୁ ମିଳି ନଥିଲା। ସୁନୀତାଙ୍କୁ ଏ ବିଷୟରେ ପଚରା ଯିବାରୁ […]

ଅଦ୍ୟତନ ହୋଇଛି
କୃଷ୍ଣାଙ୍କ ସହ ଗୋବିନ୍ଦାଙ୍କ କଥାବର୍ତ୍ତା ବନ୍ଦ; ପତ୍ନୀ କହିଲେ, ଆଉ ସଂପର୍କ ରଖିବାକୁ ଚାହୁଁନୁ

gobinda

Advertisment

ମୁମ୍ବାଇ: ବଲିଉଡ୍‌ ରାଜା ଗୋବିନ୍ଦା ଓ ତାଙ୍କ ଭଣଜା କୃଷ୍ଣା ଅଭିଷେକଙ୍କ ମଧ୍ୟରେ ମତାନ୍ତର ପୁଣି ସାମ୍ନାକୁ ଆସିଛି।  ଗୋବିନ୍ଦାଙ୍କ ସ୍ତ୍ରୀ ସୁନୀତାଙ୍କ ଏକ ମନ୍ତବ୍ୟ ସ୍ପଷ୍ଟ କରୁଛି ଯେ ଏବେ ପୁଣି ଥରେ ସେମାନଙ୍କ ମଧ୍ୟରେ ମତାନ୍ତର ଦେଖା ଦେଇଛି।

Advertisment

publive-image

ନିକଟରେ କୃଷ୍ଣା ନିଜ ଜାଆଁଳ ପିଲାଙ୍କ ଜନ୍ମ ଦିନ ପାଳନ କରିଥିଲେ। କିନ୍ତୁ ଏହି ପାର୍ଟିରେ ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କୁ ଦେଖିବାକୁ ମିଳି ନଥିଲା। ସୁନୀତାଙ୍କୁ ଏ ବିଷୟରେ ପଚରା ଯିବାରୁ ସେ କହିଥିଲେ, ‘‘ଆମେ ତାଙ୍କ ଠାରୁ ଦୂରରେ ରହିବାକୁ ଚାହୁଁଛୁ। ତାଙ୍କ ସହ କିଛି ସଂପର୍କ ରଖିବାକୁ ଚାହୁଁନୁ। ଆଉ ଏକଥା କେବେବି ବଦଳିବ ନାହିଁ।’’

ଆହୁରି ସୁନୀତା କହିଥିଲେ,‘‘ ଆମେ ସେ ସମୟରେ (୩ ଜୁନ୍‌)ରେ ଲଣ୍ଡନରେ ଥିଲୁ। କିନ୍ତୁ ପାର୍ଟିରେ ସାମିଲ୍‌ ନ ହେବାର ଏହା ଏକମାତ୍ର କାରଣ ନୁହେଁ। ସବୁଠୁ ବଡ଼ କଥା ହେଉଛି ସେ ଆମକୁ ପାର୍ଟିକୁ ନିମନ୍ତ୍ରଣ ମଧ୍ୟ କରି ନ ଥିଲେ।’’

Advertisment

publive-image

ସେ କହିଥିଲେ,‘‘ଯଦି କୃଷ୍ଣା ଆମକୁ ଡାକି ଥାନ୍ତେ, ତଥାପି ଆମେ ଯାଇନଥାନ୍ତୁ। ଆମେ ଏବେ ପର୍ଯ୍ୟନ୍ତ କୃଷ୍ଣାଙ୍କ ପିଲାମାନଙ୍କୁ ଦେଖିନାହୁଁ। ଏହାର କାରଣ ହେଉଛି କୃଷ୍ଣା ଓ ତାଙ୍କ ପତ୍ନୀଙ୍କ ବ୍ୟବହାର।’’

publive-image

ସୂଚନାଯୋଗ୍ୟ, କୃଷ୍ଣା ଗୋବିନ୍ଦାଙ୍କ ଉପରେ ରାଗିବାର କାରଣ ହେଉଛି, କପିଲ୍‌ଙ୍କ ଶୋ’। କୃଷ୍ଣା ଓ କପିଲ୍‌ ଗୋବିନ୍ଦାଙ୍କୁ ନିଜ ନିଜ ଶୋ’କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଗୋବନ୍ଦା କୃଷ୍ଣାଙ୍କ ଶୋ’କୁ ନ ଯାଇ କପିଲ୍‌ ଶର୍ମାଙ୍କ ଶୋ’କୁ ଯାଇଥିଲେ। ତେଣୁ କୃଷ୍ଣା ତାଙ୍କ ଉପରେ ରାଗି ଯାଇଥିଲେ। ଗୋବିନ୍ଦା ବି କୃଷ୍ଣାଙ୍କ ଉପରେ ରାଗିଯାଇଥିଲେ। ଏହାର କାରଣ ହେଉଛି ସେ ନିଜ ଶୋ’ରେ କହିଥିଲେ, ‘ମୁଁ ଗୋବିନ୍ଦାଙ୍କୁ ମୋ ମାମୁ କରି ରଖିଛି।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe